US-Iran agree to truce:ପଛକୁ ହଟିଲେ ଟ୍ରମ୍ପ:୨ ସପ୍ତାହ ପାଇଁ ଯୁଦ୍ଧ ବିରାମ କରିବାକୁ ରାଜି ହେଲେ ଆମେରିକା-ଇରାନ

us-iran-agree-to-truce:ପଛକୁ-ହଟିଲେ-ଟ୍ରମ୍ପ:୨-ସପ୍ତାହ-ପାଇଁ-ଯୁଦ୍ଧ-ବିରାମ-କରିବାକୁ-ରାଜି-ହେଲେ-ଆମେରିକା-ଇରାନ

US-Iran agree to truce: ଇରାନ ପୂର୍ବରୁ କହିଥିଲା ଆମେ ଭେନେଜୁଏଲା ନୁହେଁ ଯେ, ରାତାରାତି ଆସିବ, ଆମ ନେତାଙ୍କୁ ଉଠାଇ ନେବ। ଆମକୁ ହରାଇବାକୁ ହେଲେ ସାରା ବିଶ୍ୱକୁ ମୂଲ୍ୟ ଦେବାକୁ ପଡ଼ିବ। ସତକୁ ସତ ସେଇୟା ହେଲା। ଇରାନ ଯୁଦ୍ଧ ସାରା ବିଶ୍ୱକୁ ମହଙ୍ଗା ପଡ଼ିଲା। ଆଉ ଘଡ଼ିକୁ ଘଡ଼ି ଧମକ ଦେଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶେଷରେ ପଛକୁ ହଟିବାକୁ ପଡ଼ିଲା।

Also Read- ଟ୍ରମ୍ପଙ୍କ ଧମକକୁ ଖାତିର କରୁନି ଇରାନ : ପେଜେସକିଆନ କହିଲେ- ‘କୋଟିଏ ଚାଳିଶ ଲକ୍ଷ ନାଗରିକ ଜୀବନ ଦେବାକୁ ପ୍ରସ୍ତୁତ’

ତେହରାନ ଉପରେ ଭୟଙ୍କର ଆକ୍ରମଣ କରିବାକୁ ଧମକ ଦେବାର କିଛି ଘଣ୍ଟା ପରେ ପଛଘୁଞ୍ଚା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଶେଷରେ ଦୁଇ ସପ୍ତାହ ପାଇଁ ଯୁଦ୍ଧ ବିରାମ ପାଇଁ ରାଜି ହୋଇଛନ୍ତି। ଏବଂ କୂଟନୈତୀ ମାଧ୍ୟମରେ ଆଲୋଚନା କରି ଇରାନ ସହ ଲାଗିଥିବା ୪୦ ଦିନର ଯୁଦ୍ଧ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ। ସେପଟେ ଇରାନ ମଧ୍ୟ ଯଦ୍ଧ ବିରାମରେ ରାଜି ହୋଇଛି। ଏବଂ ଷ୍ଟ୍ରେଟ୍ ଅଫ୍ ହରମୁଜ ଖୋଲିବାକୁ ସର୍ତ୍ତ ରଖିଛି।

ଣ କହିଲେ ଟ୍ରମ୍ପ?

ତେବେ ମଧ୍ୟପ୍ରାଚ୍ୟରେ ଏକ ଦୀର୍ଘକାଳୀନ ଶାନ୍ତି ସ୍ଥାପନ କରିବା ପାଇଁ ଆମେରିକା-ଇରାନ ମଧ୍ୟରେ ଶୁକ୍ରବାର( ଏପ୍ରିଲ 10) ଏକ ଆଲୋଚନା ହେବ। ପାକିସ୍ତାନର ଇସଲାମାବାଦରେ ଏହି ଆଲୋଚନା ହେବାକୁ ସ୍ଥିର ହୋଇଛି।

ଆକ୍ରମଣ ଜାରି ରଖିବ ଇସ୍ରାଏଲ୍

ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ କୂଟନୈତିକ ପ୍ରୟାସ ଜାରି ରହିଥିବା ବେଳେ ଗ୍ରାଉଣ୍ଡରେ ଅନିଶ୍ଚିତତା ଏବଂ ହିଂସା ଜାରି ରହିଛି। ଇରାନ ଯୁଦ୍ଧବିରତି ଢାଞ୍ଚା ଗ୍ରହଣ କରିଥିବା ସୁନିଶ୍ଚିତ କରିଥିବା ବେଳେ, ଉପସାଗରୀୟ ଦେଶଗୁଡ଼ିକରେ ଭୟର ବାତାବରଣ ଏବେ ବି ରହିଛି।

Scroll to Top