Trump’s oil massage to UK: ସହଯୋଗୀଙ୍କୁ ଟ୍ରମ୍ପଙ୍କ କଡା ଚେତାବନୀ, ଯାହାର ତେଲ ଦରକାର ଆମ ଠାରୁ କିଣ, ହରମୁଜ ନେଇ ଆମେ ସାହାଯ୍ୟ କରିବୁନି

trump’s-oil-massage-to-uk:-ସହଯୋଗୀଙ୍କୁ-ଟ୍ରମ୍ପଙ୍କ-କଡା-ଚେତାବନୀ,-ଯାହାର-ତେଲ-ଦରକାର-ଆମ-ଠାରୁ-କିଣ,-ହରମୁଜ-ନେଇ-ଆମେ-ସାହାଯ୍ୟ-କରିବୁନି

Trump’s oil massage to UK: ମଙ୍ଗଳବାର ନିଜର ପୁରୁଣା ବନ୍ଧୁ ଇଂଲଣ୍ଡକୁ ଠେଙ୍ଗା ଦେଖାଇ ଏଭଳି କହିଛନ୍ତି ଆମେରିକା ରାଷ୍ଟ୍ରପତି। ତୁମେ ଆମ ସହ ଆସିଲନି, ଏବେ ଆମେ ତୁମ କଥା ବୁଝିପାରିବୁ ନାହିଁ। ସାହସ ଅଛି ତ ନିଜେ ଯାଇ ହରମୁଜରୁ ତେଲ ନେଇଯାଅ।

Published By: abinash – Prameya-News7 Bureau | March 31, 2026 08:44 PM

NEWS7

Trump's oil message to UK

Trump’s oil massage to UK: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେ କାହାର ନୁହଁନ୍ତି, ଏକଥା ସାରା ବିଶ୍ୱକୁ ଆଉ ଅଛପା ନାହିଁ। ଇରାନ ଯୁଦ୍ଧ ସମୟରେ ଷ୍ଟ୍ରେଟ୍ ଅଫ୍ ହରମୁଜ ବନ୍ଦ ଯୋଗୁ ସାରା ବିଶ୍ୱ ଶକ୍ତି ସଂକଟରେ ସାମ୍ନା କରୁଥିବା ବେଳେ ଟ୍ରମ୍ପ ହାତ ଛାଡ଼ି ଦେଇଛନ୍ତି। ନିଜ ସମସ୍ୟାର ସମାଧାନ ନିଜେ କର ବୋଲି ଟ୍ରମ୍ପ କହିଛନ୍ତି।

ମଙ୍ଗଳବାର ନିଜର ପୁରୁଣା ବନ୍ଧୁ ଇଂଲଣ୍ଡକୁ ଠେଙ୍ଗା ଦେଖାଇ ଏଭଳି କହିଛନ୍ତି ଆମେରିକା ରାଷ୍ଟ୍ରପତି। ଟ୍ରୁଥ ଶୋସାଲରେ ପୋଷ୍ଟ କରି ସେ ଲେଖିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ବିବାଦ ମଧ୍ୟରେ ଇନ୍ଧନ ଅଭାବର ସମ୍ମୁଖୀନ ହେଉଥିବା ଦେଶମାନଙ୍କ ପାଖରେ କେବଳ ଦୁଇଟି ବିକଳ୍ପ ଅଛି। ଗୋଟିଏ ହେଲା – ଆମେରିକାରୁ କିଣିବା, କିମ୍ବା ଇରାନ ଦ୍ୱାରା ଅବରୋଧିତ ହର୍ମୁଜ୍ ପ୍ରଣାଳୀ ଦେଇ ନିଜେ ଯୋଗାଣ ସୁରକ୍ଷିତ କରିବା। ଯୁଦ୍ଧରେ ଯୋଗଦେବା ପାଇଁ ତାଙ୍କ ଆହ୍ୱାନକୁ ପ୍ରତ୍ୟାଖ୍ୟାନ କରିଥିବା ସହଯୋଗୀ ଦେଶମାନଙ୍କୁ ନିନ୍ଦା କରି ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଦେଶଗୁଡ଼ିକୁ ନିଜ ପାଇଁ ଲଢ଼ିବା ଶିଖିବାକୁ ପଡିବ, ଆମେରିକା ସେମାନଙ୍କୁ ସର୍ବଦା ସାହାଯ୍ୟ କରିବ ନାହିଁ।

Also Read- Houthi Attacks Red Sea: ଇରାନ ଯୁଦ୍ଧରେ ହୁଥି ବିଦ୍ରୋହୀଙ୍କ ଏଣ୍ଟ୍ରି, ବିପଦରେ ସମୁଦ୍ର ପଥ ‘ବାବ୍ ଅଲ୍-ମାଣ୍ଡେବ୍’, ଭାରତ ପାଇଁ ବଢ଼ିବ କି ଅଡୁଆ?

ଟ୍ରୁଥ ଶୋସାଲ୍‌ରେ ଟ୍ରମ୍ପ ଲେଖିଛନ୍ତି ଷ୍ଟ୍ରେଟ୍ ଅଫ ହର୍ମୁଜ୍ ଯୋଗୁ ଯେଉଁ ଦେଶଗୁଡ଼ିକ ଜେଟ୍ ଇନ୍ଧନ ପାଇପାରୁ ନାହାଁନ୍ତି,ଯେପରିକି ୟୁକେ,ଯିଏ ଇରାନର ମୁଣ୍ଡ କାଟରେ ସାମିଲ ହେବାକୁ ମନା କରିଥିଲା,ମୋର ଆପଣଙ୍କ ପାଇଁ ପରାମର୍ଶ ରହିବ। ନମ୍ବର ,ଆମେରିକାରୁ କିଣ,ଆମ ପାଖରେ ପ୍ରଚୁର ଅଛି,ଏବଂ ନମ୍ବର,ବିଳମ୍ବର ହେଉ ପଛେ ସାହସ ଯୋଗାଡ଼ କରଷ୍ଟ୍ରେଟକୁ ଯାଅ,ଏବଂ ତେଲ ନେଇଯାଅ।

ଫେବୃଆରୀ ୨୮ ତାରିଖରେ ଆମେରିକାଓ ଇସ୍ରାଏଲ୍ ଇରାନ ଉପରେ ସାମରିକ ଅଭିଯାନ ଆରମ୍ଭ କରିବା ପରେ ଇରାନ ହର୍ମୁଜ୍ ଜଳପଥକୁ ବନ୍ଦ କରିଥିଲାବିଶ୍ୱ ତୈଳ ଯୋଗାଣର ୨୦ ପ୍ରତିଶତ ଏହି ଜଳପଥଦେଇପରିବହନ ହୋଇଥାଏ। ଏହା ଉପରେ ଏକାଧିକ ଦେଶ ନିର୍ଭର କରନ୍ତି। ବର୍ତ୍ତମାନ ଏହା ବନ୍ଦ ହୋଇଯିବାରୁ ଏକ ତୀବ୍ର ଇନ୍ଧନ ସଙ୍କଟ ସୃଷ୍ଟି ହୋଇଛି। ଏବଂ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାର ଉପରେ ପହଞ୍ଚି ଯାଇଛି।ଯାହା ପୂର୍ବରୁ ପ୍ରାୟ ୭୫ ଡଲାର ଥିଲା।

ଟ୍ରମ୍ପଙ୍କ ଧମକ ସତ୍ତ୍ୱେ ଖୋଲିପାରୁନି ହରମୁଜ

ଡୋନାଲ୍ଡ ଟ୍ରମ୍ପଙ୍କ ବାରମ୍ବାର ଚେତାବନୀ ସତ୍ତ୍ୱେ,ଟ୍ରମ୍ପ ଏପର୍ଯ୍ୟନ୍ତ ହରମୁଜ ଜଳପଥ ଖୋଲିବାରେ ସମର୍ଥ ହୋଇପାରି ନାହାନ୍ତି। ମାର୍ଗକୁ ସୁରକ୍ଷିତ ରଖିବା ପାଇଁ ଯୁଦ୍ଧଜାହାଜ ନିୟୋଜିତ କରିବାକୁ ସହଯୋଗୀ ଦେଶମାନଙ୍କୁ ଅନୁରୋଧ କରିବି ଫେଲ୍ ମାରିଛନ୍ତି। କାରଣ କୌଣସି ପ୍ରମୁଖ ସହଯୋଗୀ ଏ ଦିଗରେ ସକାରାତ୍ମକ ପଦକ୍ଷେପ ନେଇ ନାହାଁନ୍ତି। ତେଣୁ ନିଜ ସହଯୋଗୀ ଦେଶମାନଙ୍କ ବିରୁଦ୍ଧରେ ଏଭଳି କଡ଼ା ଶବ୍ଦ ବ୍ୟବହାର କରିଛନ୍ତି ଟ୍ରମ୍ପ। ନିଜ କଥା ନିଜେ ଦେଖ, ଆମେରିକା ଆଉ ସବୁବେଳେ ସାହାଯ୍ୟ କରିବାକୁ ଆସିପାରିବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି।

ଇରାନ ଉପରେ କାର୍ଯ୍ୟାନୁଷ୍ଠା ନେଇ ମଧ୍ୟ ଟ୍ରମ୍ପ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ କଠିନ କାମ ସରିଯାଇଛି। ଆଉ କିଛି ଛୋଟ କାମ ବାକି ଅଛି। ତାହା ଖୁବ୍‌ଶୀଘ୍ର ହେବ ବୋଲି ସେ କହିଛନ୍ତି।

Scroll to Top