Trump warns Putin: ଯୁଦ୍ଧ ବନ୍ଦ ନ ହେଲେ ରୁଷକୁ ଗମ୍ଭୀର ପରିଣାମ ଭୋଗିବାକୁ ହେବ: ପୁଟିନଙ୍କୁ ଟ୍ରମ୍ପଙ୍କ ଖୋଲା ଚେତାବନୀ

trump-warns-putin:-ଯୁଦ୍ଧ-ବନ୍ଦ-ନ-ହେଲେ-ରୁଷକୁ-ଗମ୍ଭୀର-ପରିଣାମ-ଭୋଗିବାକୁ-ହେବ:-ପୁଟିନଙ୍କୁ-ଟ୍ରମ୍ପଙ୍କ-ଖୋଲା-ଚେତାବନୀ

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ନେଇ ଆଲେଛନା କରିବେ ଟ୍ରମ୍ପ ଓ ପୁଟିନ୍। ଆଲାସ୍କାରେ ଆସନ୍ତାକାଲି ଉଭୟ ନେତାଙ୍କ ମଧ୍ୟରେ ହେବ ବୈଠକ। ଯୁକ୍ରେନ ସହ ଯୁଦ୍ଧ ବନ୍ଦ କରିବା ରୁଷ ପାଇଁ ଏକମାତ୍ର ବିକଳ୍ପ ବୋଲି ଟ୍ରମ୍ପ କହିଛନ୍ତି।

ଆଲାସ୍କା ବୈଠକ ପୂର୍ବରୁ ପୁଟିନଙ୍କୁ ଟ୍ରମ୍ପଙ୍କ ଖୋଲା ଚେତାବନୀ। କହିଛନ୍ତି, ଯୁଦ୍ଧ ବନ୍ଦ ନ ହେଲେ ରୁଷକୁ ଗମ୍ଭୀର ପରିଣାମ ଭୋଗିବାକୁ ହେବ। ଯୁକ୍ରେନ ସହ ଯୁଦ୍ଧ ବନ୍ଦ କରିବା ହିଁ ରୁଷ ପାଇଁ ଏକମାତ୍ର ବିକଳ୍ପ ବୋଲି ଟ୍ରମ୍ପ କହିଛନ୍ତି। ବୁଧବାର ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ଟ୍ରମ୍ପ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ପୁଣି ଏକ କଠୋର ଚେତାବନୀ ଦେଇଛନ୍ତି, ଯଦି ମସ୍କୋ ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠାରେ ବାଧା ସୃଷ୍ଟି କରେ, ତେବେ ଗୁରୁତର ପରିଣାମ ଭୋଗିବାକୁ ପଡିବ ବୋଲି ଧମକ ଦେଇଛନ୍ତି।

ତେବେ ଆଲାସ୍କା ସମିଟ ପୂର୍ବରୁ ଟ୍ରମ୍ପଙ୍କ ଏଭଳି ଧମକପୂର୍ଣ୍ଣ ବୟାନ ପୁଣି ୨ ଦେଶ ମଧ୍ୟରେ ତିକ୍ତତା ବଢାଇଛି। ଯଦି ପୁଟିନଙ୍କ ସହ ବୈଠକ ଠିକଠାକ ରୁହେ, ତେବେ ଜେଲେନସ୍କିଙ୍କ ଉପସ୍ଥିତିରେ ଆମେ ଦ୍ବିତୀୟ ବୈଠକ କରିବୁ ବୋଲି କହିଛନ୍ତି ଟ୍ରମ୍ପ। ତେବେ ପ୍ରଥମ ବୈଠକରେ ଆଶାନୁରୂପ ପରିଣାମ ନ ମିଳିଲେ ଦ୍ବିତୀୟ ବୈଠକ ହେବନି ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି।

Also Read

ଏହା ସହ ଟ୍ରମ୍ପ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ଆମେରିକାର ରାଷ୍ଟ୍ରପତି ମଧ୍ୟ କହିଛନ୍ତି ଯେ ୟୁକ୍ରେନରେ ଚାଲିଥିବା ସଂଘର୍ଷ ବାଇଡେନ ପ୍ରଶାସନର ନୀତିର ଫଳାଫଳ। ଏହା ବାଇଡେନଙ୍କର କାମ, ମୋର ନୁହେଁ। ତାଙ୍କ କାରଣରୁ ଆମେ ଏହି ସମସ୍ୟାରେ ପଡିଛୁ। ଯଦି ମୁଁ ରାଷ୍ଟ୍ରପତି ଥାନ୍ତି, ତେବେ ଏହି ଯୁଦ୍ଧ କେବେ ହୋଇ ନଥାନ୍ତା। କିନ୍ତୁ ଏବେ ଯାହା ଅଛି, ମୁଁ ଏହାକୁ ଠିକ୍ କରିବାକୁ ଚାହୁଁଛି।”

ସେ ଆହୁରି ମଧ୍ୟ କହିଛନ୍ତି, “ଯଦି ଆମେ ଅନେକ ଜୀବନ ବଞ୍ଚାଇ ପାରିବୁ, ତେବେ ଏହା ଏକ ବଡ଼ କଥା ହେବ। ମୁଁ ଗତ ଛଅ ମାସରେ ପାଞ୍ଚଟି ଯୁଦ୍ଧ ବନ୍ଦ କରିଛି। ଏହା ସହିତ, ଆମେ ଇରାନର ପରମାଣୁ କ୍ଷମତାକୁ ଧ୍ୱଂସ କରିଦେଇଛୁ।”

ଆସନ୍ତାକାଲି ଆଲାସ୍କାରେ ଉଭୟ ନେତାଙ୍କ ମଧ୍ୟରେ ହେବ ବୈଠକ। ଦୁଇ ସୁପରପାୱାର ପ୍ରେସିଡେଣ୍ଟଙ୍କ ବୈଠକ ଉପରେ ସାରା ବିଶ୍ବର ନଜର ରହିଛି।

ଅଧିକ ପଢନ୍ତୁ: ବସିବ ବଡ଼ ବୈଠକ, ନିଆଯିବ ବଡ଼ ନିଷ୍ପତ୍ତି…. ଭାରତ ଆସିବେ ଚୀନ ବୈଦେଶୀକ ମନ୍ତ୍ରୀ…

ଓଟିଭି ହ୍ଵାଟ୍ସଅପ

Scroll to Top