ଋଷ ଭାରତକୁ ନୂତନ ପ୍ରସ୍ତାବ ଦେଉଥିବାବେଳେ, ଆମେରିକା ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇସାରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷରୁ ତେଲ କିଣିବା ପାଇଁ ଭାରତ ଉପରେ 50% ଶୁଳ୍କ ଲାଗୁ କରିଥିଲେ। ଏହା ପରେ ମଧ୍ୟ ସେ ଧମକ ଦେଇଥିଲେ ଯେ ଶୁଳ୍କ ହାର ଆହୁରି ବୃଦ୍ଧି କରାଯାଇପାରେ।
Credit: OTV
russia
ଆମେରିକାର ଚାପ ଏବଂ ପ୍ରତିବନ୍ଧକ ସତ୍ତ୍ୱେ ଭାରତକୁ ବଡ଼ ଅଫର ଦେଇଛି ଋଷିଆ। ଭାରତକୁ ୫ ପ୍ରତିଶତ ରିହାତି ଜାରି ରଖିବ ବୋଲି ସ୍ପଷ୍ଟ କରିଛି ଋଷ। ଆମେରିକାର ୫୦ ପ୍ରତିଶତ ଟାରିଫକୁ ଖାତିର ନକରି ଦୁଇଦେଶ ପକ୍ଷରୁ ଏପରି ବଡ଼ ନିଷ୍ପତ୍ତି ନିଆଯାଇଛି ।
ଭାରତ ଆସିଥିବା ଋଷର ଉପ ବାଣିଜ୍ୟ ପ୍ରତିନିଧି ଏଭଗେନି ଗ୍ରୀଭା ଏକଥା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ରାଜନୈତିକ ପରିସ୍ଥିତି ସତ୍ତ୍ୱେ, ଭାରତ ପ୍ରାୟ ସମାନ ପରିମାଣର ତେଲ ଋଷରୁ ଆମଦାନୀ କରିବ। ଯାହାକୁ ୫ ପ୍ରତିଶତ ରିହାତିରେ ଋଷିଆ ଯୋଗାଇ ଦେବ। ଏହା ନୂଆଦିଲ୍ଲୀ ପାଇଁ ଏକ “ଚ୍ୟାଲେଞ୍ଜପୂର୍ଣ୍ଣ ପରିସ୍ଥିତି” ହୋଇଥିଲେ ମଧ୍ୟ ନିଜ ସମ୍ପର୍କ ଉପରେ ଆମର ବିଶ୍ୱାସ ଅଛି ବୋଲି ସେ କହିଛନ୍ତି। ରୁଷ ପକ୍ଷରୁ କୁହାଯାଇଛି ଯେ ଭାରତ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି। ବାହ୍ୟ ଶକ୍ତିର ଚାପ ସତ୍ତ୍ୱେ ଭାରତକୁ ଋଷର ସହଯୋଗ ସର୍ବଦା ଜାରି ରହିବ।
ଋଷ ଭାରତକୁ ନୂତନ ପ୍ରସ୍ତାବ ଦେଉଥିବାବେଳେ, ଆମେରିକା ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇସାରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷରୁ ତେଲ କିଣିବା ପାଇଁ ଭାରତ ଉପରେ 50% ଶୁଳ୍କ ଲାଗୁ କରିଥିଲେ। ଏହା ପରେ ମଧ୍ୟ ସେ ଧମକ ଦେଇଥିଲେ ଯେ ଶୁଳ୍କ ହାର ଆହୁରି ବୃଦ୍ଧି କରାଯାଇପାରେ।
Also Read
ଭାରତ ଆମେରିକା ଏବଂ ଋଷ ଉଭୟ ସହିତ ବାଣିଜ୍ୟ ସନ୍ତୁଳନ ବଜାୟ ରଖିବାକୁ ଚାହୁଁଛି। କିନ୍ତୁ ଆମେରିକା ଚାହୁଁଛି ଯେ ଭାରତ ଋଷ ସହିତ ବାଣିଜ୍ୟ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରୁ। ଏହା ଭିନ୍ନ କଥା ଯେ ଭାରତକୁ ବିରୋଧ କରୁଥିବା ଆମେରିକା ଏବଂ ୟୁରୋପୀୟ ଦେଶମାନେ ନିଜେ ଋଷ ସହିତ ବାଣିଜ୍ୟ କରୁଛନ୍ତି।