Trump-Putin meet: ନିଷ୍କର୍ସରେ ପହଞ୍ଚିପାରିନୁ, କିନ୍ତୁ ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି: ପୁଟିନଙ୍କ ସହ ବୈଠକ ପରେ ଟ୍ରମ୍ପଙ୍କ ବୟାନ

trump-putin-meet:-ନିଷ୍କର୍ସରେ-ପହଞ୍ଚିପାରିନୁ,-କିନ୍ତୁ-ଯଥେଷ୍ଟ-ସମ୍ଭାବନା-ସୃଷ୍ଟି-ହୋଇଛି:-ପୁଟିନଙ୍କ-ସହ-ବୈଠକ-ପରେ-ଟ୍ରମ୍ପଙ୍କ-ବୟାନ

୫ ବର୍ଷ ଭିତରେ ପ୍ରଥମ ଥର ଟ୍ରମ୍ପ-ପୁଟିନ ବୈଠକ ଅନୁଷ୍ଠିତ ହୋଇଛି। ୨୦୨୨ରେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଏହା ପୁଟିନଙ୍କ ପ୍ରଥମ ପାଶ୍ଚାତ୍ୟ ଗସ୍ତ। ଏହି ବୈଠକରେ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ରୁଷ ବୈଦେଶିକ ସଚିବ ସର୍ଗେଇ ଲାଭରୋଭ ଉପସ୍ଥିତ ଥିଲେ।

ହାତ ମିଳାଇଲେ ପୁଟିନ୍, ହସି ହସି ସ୍ବାଗତ କଲେ ଟ୍ରମ୍ପ୍। ପୁଟିନଙ୍କ ପାଇଁ ବିଛା ଯାଇଥିଲା ରେଡ୍ କାପେର୍ଟ। ରେଡ୍ କାର୍ପେଟରେ ପୁଟିନଙ୍କୁ ଜୋରଦାର ସ୍ବାଗତ କରିଥିଲେ ଟ୍ରମ୍ପ। ଆମେରିକାର ଆଲାସ୍କାରେ ପ୍ରାୟ ୩ ଘଣ୍ଟା ଧରି ଚାଲିଲା ଟ୍ରମ୍ପ୍-ପୁଟିନ୍ ବୈଠକ। ହେଲେ ୟୁକ୍ରେନ ଯୁଦ୍ଧରେ ବିରାମ ଲାଗି ହୋଇପାରିଲାନି ସହମତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲାସ୍କାର ଆଙ୍କରେଜ୍ ରେ ଐତିହାସିକ ବୈଠକ ଅନୁଷ୍ଠିତ ହୋଇଛି। ଆଙ୍କୋରେଜର ଏକ ବାୟୁସେନା ଘାଟିରେ ଆଲୋଚନା ଅନୁଷ୍ଠିତ ହୋଇଥିଲା। ତେବେ ଏହି ବୈଠକରେ ସେଭଳି କୌଣସି ଠୋସ୍ ନିଷ୍କର୍ସରେ ପହଞ୍ଚିନଥିଲେ ମଧ୍ୟ ଖୁବ୍ ସକାରାତ୍ମକ ଓ ଫଳପ୍ରଦ ଆଲୋଚନା ହୋଇଛି ବୋଲି କହିଛନ୍ତି ଟ୍ରମ୍ପ୍।

ବୈଠକ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ୍ କହିଛନ୍ତି ଯେ, ଆମେ ନିଷ୍କର୍ସରେ ପହଞ୍ଚିପାରିନୁ। କିନ୍ତୁ ସେଠାରେ ପହଞ୍ଚିବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି। ବିଭିନ୍ନ କଥା ଉପରେ ସହମତି ହୋଇଛି, ତେବେ ଅଳ୍ପ କିଛି ବାକି ରହିଛି ବୋଲି କହିଛନ୍ତି ଟ୍ରମ୍ପ୍। ଡିଲ୍ ନହେବା ପର୍ଯ୍ୟନ୍ତ, ଅର୍ଥାତ୍ ନିଷ୍କର୍ସ ନବାହାରିବା ପର୍ଯ୍ୟନ୍ତ କୌଣସି ଡିଲ୍ ହେବନି ବୋଲି ଚିରାଚରିତ ଢଙ୍ଗରେ ଦୋହରାଇଛନ୍ତି ଟ୍ରମ୍ପ୍।

ଟ୍ରମ୍ପ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ କଥା ହୋଇନାହାଁନ୍ତି। କିନ୍ତୁ ସେ ୟୁରୋପୀୟ ନେତାମାନଙ୍କ ସହ ମିଶି ଖୁବ୍ ଶୀଘ୍ର ‌ଆଲୋଚନା କରିବାକୁ ଯୋଜନା କରିଛନ୍ତି।

Also Read

ଅନ୍ୟପକ୍ଷରେ ପୁଟିନ କହିଛନ୍ତି ଯେ, ଟ୍ରମ୍ପଙ୍କ ସହ ସକାରାତ୍ମକ ଆଲୋଚନା ହୋଇଛି। ତେବେ ୨୦୨୨ରେ ଟ୍ରମ୍ପ୍ ଆମେରିକା ରାଷ୍ଟ୍ରପତି ହୋଇଥିଲେ ୟୁକ୍ରେନ୍ ବିବାଦ ଉପୁଜି ନଥାନ୍ତା ବୋଲି କହିଛନ୍ତି ପୁଟିନ୍। ତେବେ ଯୁଦ୍ଧ ଶେଷ କରିବାକୁ ରୁଷ ପ୍ରକୃତରେ ଆଗ୍ରହୀ ଅଛି। ତେବେ ଏ ଦିଗରେ କୌଣସି ନିଷ୍କର୍ସରେ ପହଞ୍ଚିବା ପୂର୍ବରୁ ଏହାର ମୂଳ କାରଣ ଦୂର କରାଯିବା ଉଚିତ ବୋଲି ସେ କହିଛନ୍ତି।

ଟ୍ରମ୍ପଙ୍କ ସହ ଆଲୋଚନା ୟୁକ୍ରେନ ବିବାଦ ଶେଷ କରିବା ଦିଗରେ ଏକ ଆରମ୍ଭ ବୋଲି କହିବା ସହ, ୟୁକ୍ରେନ ଓ ୟୁରୋପ ଏହାକୁ ନଷ୍ଟ ନକରନ୍ତୁ ବୋଲି ଅପିଲ୍ କରିଛନ୍ତି ପୁଟିନ୍। ଏଥିସହ ମସ୍କୋରେ ପରବର୍ତ୍ତୀ ବୈଠକ ହେଉ ବୋଲି ଟ୍ରମ୍ପଙ୍କ ଆମନ୍ତ୍ରଣ କରିଛନ୍ତି । ୫ ବର୍ଷ ଭିତରେ ଏହା ପ୍ରଥମ ଟ୍ରମ୍ପ-ପୁଟିନ ବୈଠକ। ୨୦୨୨ରେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଏହା ପୁଟିନଙ୍କ ପ୍ରଥମ ପାଶ୍ଚାତ୍ୟ ଗସ୍ତ । ଏହି ବୈଠକରେ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ରୁଷ ବୈଦେଶିକ ସଚିବ ସର୍ଗେଇ ଲାଭରୋଭ ମଧ୍ୟ ଉପସ୍ଥିତ ଥିଲେ।

ଅଧିକ ପଢନ୍ତୁ: ଯୁଦ୍ଧ ବନ୍ଦ ନ ହେଲେ ରୁଷକୁ ଗମ୍ଭୀର ପରିଣାମ ଭୋଗିବାକୁ ହେବ: ପୁଟିନଙ୍କୁ ଟ୍ରମ୍ପଙ୍କ ଖୋଲା ଚେତାବନୀ

ଓଟିଭି ହ୍ଵାଟ୍ସଅପ

Scroll to Top