Trump:ଓଲଟା ପଡ଼ିବ ଆମେରିକା ଟାରିଫ ପ୍ଲାନ, ନିଜ ଜାଲରେ ନିଜେ ପଡ଼ିବେ ଟ୍ରମ୍ପ !

trump:ଓଲଟା-ପଡ଼ିବ-ଆମେରିକା-ଟାରିଫ-ପ୍ଲାନ,-ନିଜ-ଜାଲରେ-ନିଜେ-ପଡ଼ିବେ-ଟ୍ରମ୍ପ-!

ମେକ୍ସିକୋ, କାନାଡା ଏବଂ ଚୀନ୍ ହେଉଛି ଆମେରିକାର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର । ଆମେରିକା ମେକ୍ସିକୋ ଉପରେ 25%, କାନାଡା ଉପରେ 35% ଏବଂ ଚୀନ୍ ଉପରେ 30% ଶୁଳ୍କ ଲାଗୁ କରିଛି। ତେଣୁ ଟାରିଫ ବଢ଼ାଇବା ଦ୍ୱାରା ସେସବୁ ଜିନିଷ ଗୁଡ଼ିକ ମହଙ୍ଗା ହୋଇଯାଇଛି। ଆଉ ଆମେରିକୀୟଙ୍କ ପକେଟ୍ ଖାଲି ହେବାରେ ଲାଗିଛି ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ବିଭିନ୍ନ ଦେଶ ଉପରେ ଟାରିଫ ବଢ଼ାଇ ଗ୍ରେଟ ଆମେରିକା ଗଢ଼ିବାକୁ ସ୍ୱପ୍ନ ଦେଖୁଛନ୍ତି। ସେ କହିଛନ୍ତି ଯେ ଏହା ଆମେରିକାକୁ କୋଟି କୋଟି ଡଲାର ଆଣିବ। କିନ୍ତୁ, ଏହାର ପ୍ରଭାବ ସାଧାରଣ ଆମେରିକୀୟ ଲୋକଙ୍କୁ ସହିବାକୁ ପଡୁଛି। କାରଣ ଅତ୍ୟଧିକ ଶୁଳ୍କ ଯୋଗୁଁ ଆମେରିକାରେ ନିତ୍ୟ ଆବଶ୍ୟକୀୟ ସାମଗ୍ରୀ ଏବଂ ପୋଷାକ ଇତ୍ୟାଦିର ମୂଲ୍ୟ ବହୁ ପରିମାଣରେ ବୃଦ୍ଧି ପାଇଛି।

ବିଦେଶରୁ ଆସୁଥିବା ଗ୍ରୋସରୀ ଓ ନିତ୍ୟ ବ୍ୟବହାର ଜିନିଷ ଯାହାକୁ ଆମେରିକାବାସୀ ସୁଲଭ ମୁଲ୍ୟରେ କିଣୁଥିଲେ, ତାହାର ଦରରେ ଅହେତୁକ ବୃଦ୍ଧି ଘଟିଛି। ଗ୍ରେସରୀ, ଫଳ, ପନିପରିବା, ଅଣ୍ଡା, ମାଂସ ଏବଂ ଅନ୍ୟାନ୍ୟ ଜିନିଷର ମୂଲ୍ୟ ବୃଦ୍ଧି ପାଇଛି। ଆମେରିକା ବିଶେଷତଃ ଅନେକ ନିତ୍ୟ ବ୍ୟବହାରରେ ଲାଗୁଥିବା ସାମଗ୍ରୀ ବିଭିନ୍ନ ଦେଶରୁ ଆମଦାନୀ କରିଥାଏ।

Also Read

usausa

ମେକ୍ସିକୋ, କାନାଡା ଏବଂ ଚୀନ୍ ହେଉଛି ଆମେରିକାର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର । ଆମେରିକା ମେକ୍ସିକୋ ଉପରେ 25%, କାନାଡା ଉପରେ 35% ଏବଂ ଚୀନ୍ ଉପରେ 30% ଶୁଳ୍କ ଲାଗୁ କରିଛି। ତେଣୁ ଟାରିଫ ବଢ଼ାଇବା ଦ୍ୱାରା ସେସବୁ ଜିନିଷ ଗୁଡ଼ିକ ମହଙ୍ଗା ହୋଇଯାଇଛି। ଆଉ ଆମେରିକୀୟଙ୍କ ପକେଟ୍ ଖାଲି ହେବାରେ ଲାଗିଛି ।

usausa

ଟାରିଫ ବଢ଼ିବାର ଆମେରିକାରେ ପୋଷାକର ମୂଲ୍ୟରେ ମଧ୍ୟ ବୃଦ୍ଧି ଦେଖା ଦେଇଛି। ଯେଉଁ ପୋଷାକ ପୂର୍ବରୁ $10 ରେ ଉପଲବ୍ଧ ଥିଲା, ଏବେ ଆମେରିକୀୟ ଲୋକଙ୍କୁ ସେଗୁଡ଼ିକ ପାଇଁ $12-13 ଦେବାକୁ ପଡୁଛି। ଯାହାକୁ ନେଇ ସୋସିଆଲମିଡିଆରେ ଟ୍ରମ୍ପଙ୍କୁ ଟ୍ରୋଲ କରାଯାଉଛି ।

usausa

ୟୁଜର ମତ ରଖିଛନ୍ତି, ‘ଶୁଳ୍କରୁ ଆମେ କୋଟି କୋଟି ଡଲାର ପାଇବୁ ଏବଂ ବଦଳରେ ଆମକୁ ଅତିରିକ୍ତ ଡଲାର ଦେବାକୁ ପଡିବ।’ ଏହା କିପରି ଆମେରିକାର ଲୋକଙ୍କ ପାଇଁ ହିତକର ବିଷୟ ?

ଓଟିଭି ହ୍ଵାଟ୍ସଅପ

Scroll to Top