Trade Truce: ଆମେରିକା ଓ ଚୀନ୍ ମଧ୍ୟରେ ହୋଇଗଲା ସନ୍ଧି, ମୁଣ୍ଡ ନୁଆଁଇଲେ କି ଟ୍ରମ୍ପ ?

trade-truce:-ଆମେରିକା-ଓ-ଚୀନ୍-ମଧ୍ୟରେ-ହୋଇଗଲା-ସନ୍ଧି,-ମୁଣ୍ଡ-ନୁଆଁଇଲେ-କି-ଟ୍ରମ୍ପ-?

ଓ୍ଵାଶିଂଟନରେ ଥିବା ଚୀନ ଦୂତାବାସର ଜଣେ ମୁଖପାତ୍ର କହିଛନ୍ତି: “ଚୀନ୍ ଏବଂ ଆମେରିକା ମଧ୍ୟରେ ୱିନ-ୱିନ କୋଅପରେସନ ହିଁ ସଠିକ୍ ପଥ; ଦମନ ଏବଂ ନିୟନ୍ତ୍ରଣ କୌଣସି ସଫଳତା ଆଣିବ ନାହିଁ।” ଚୀନ୍ ମଧ୍ୟ ଆମେରିକାକୁ ଏହାର ଅନୁଚିତ ବାଣିଜ୍ୟ ନିୟନ୍ତ୍ରଣ ଉଠାଇବାକୁ ଆହ୍ୱାନ ଦେଇଛି ।

ଆମେରିକା ଏବଂ ଚୀନ୍ ସେମାନଙ୍କର ବାଣିଜ୍ୟ ସନ୍ଧିକୁ ଆଉ ୯୦ ଦିନ ପାଇଁ ବୃଦ୍ଧି କରିଛନ୍ତି । ବିଶ୍ୱର ଦୁଇ ବୃହତ୍ତମ ଅର୍ଥନୀତି ପରସ୍ପରର ଆମଦାନୀ ଜିନିଷ ଉପରେ ଶୁଳ୍କ ବୃଦ୍ଧି କରିବାକୁ ପ୍ରସ୍ତୁତ ଥିଲାବେଳେ ଏହି ସନ୍ଧି ହୋଇଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଆଦେଶରେ ଦସ୍ତଖତ କରି ଏହି ବିରତିକୁ ୧୦ ନଭେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ବେଜିଂ ମଧ୍ୟ ଏହାକୁ ବଢ଼ାଇ ଦେଇଥିବାର ଘୋଷଣା କରିଛି ।

Also Read

ଏହାର ଅର୍ଥ ଆମେରିକା ଚୀନରୁ ଆମଦାନୀ ଜିନିଷ ଉପରେ ୩୦% ଶୁଳ୍କ ବଜାୟ ରଖିବ । ଚୀନ୍ ଆମେରିକୀୟ ଜିନିଷ ଉପରେ ୧୦% ଶୁଳ୍କ ବଜାୟ ରଖିବ।
ଏ ବର୍ଷର ପ୍ରାରମ୍ଭରେ ଓ୍ଵାଶିଂଟନ ଚୀନର ଉତ୍ପାଦ ଉପରେ ୧୪୫% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଥିଲା । ଯେତେବେଳେ ବେଜିଂ ଆମେରିକୀୟ ସିପମେଣ୍ଟ ଉପରେ ୧୨୫% ଶୁଳ୍କ ଲଗାଇ ପ୍ରତିଶୋଧ ନେଇଥିଲା। ଗତ ମେ ମାସରେ ଜେନେଭାରେ ଅନୁଷ୍ଠିତ ବାଣିଜ୍ୟ ଆଲୋଚନା ପରେ ଉଭୟ ଦେଶର ଶୁଳ୍କ ହାର ହ୍ରାସ ପାଇଥିଲା।

ଏହି ସମୟ ବଢ଼ାଯିବା ଦ୍ୱାରା ବାଣିଜ୍ୟ ଅସନ୍ତୁଳନ ସଂଶୋଧନ ଏବଂ ଅନୁଚିତ ବାଣିଜ୍ୟ ଅଭ୍ୟାସ ବିଷୟରେ ଆହୁରି ଆଲୋଚନା ପାଇଁ ଅଧିକ ସମୟ ମିଳିବ ବୋଲି ହ୍ୱାଇଟ ହାଉସ୍ କହିଛି। ଏହା ୨୦୨୪ ମସିହାରେ ଚୀନ୍ ସହିତ ପ୍ରାୟ ୩୦୦ ବିଲିୟନ ଡଲାର (୨୨୩ ବିଲିୟନ ପାଉଣ୍ଡ)ର ବାଣିଜ୍ୟ ନିଅଣ୍ଟ ଉଲ୍ଲେଖ କରିଛି, ଯାହା ଏହାର ଯେକୌଣସି ବାଣିଜ୍ୟ ପାର୍ଟନରମାନଙ୍କ ମଧ୍ୟରେ ସର୍ବାଧିକ। ଓ୍ଵାଶିଂଟନରେ ଥିବା ଚୀନ ଦୂତାବାସର ଜଣେ ମୁଖପାତ୍ର କହିଛନ୍ତି: “ଚୀନ୍ ଏବଂ ଆମେରିକା ମଧ୍ୟରେ ୱିନ-ୱିନ କୋଅପରେସନ ହିଁ ସଠିକ୍ ପଥ; ଦମନ ଏବଂ ନିୟନ୍ତ୍ରଣ କୌଣସି ସଫଳତା ଆଣିବ ନାହିଁ।”

ଚୀନ୍ ମଧ୍ୟ ଆମେରିକାକୁ ଏହାର ଅନୁଚିତ ବାଣିଜ୍ୟ ନିୟନ୍ତ୍ରଣ ଉଠାଇବାକୁ ଆହ୍ୱାନ ଦେଇଛି । ଉଭୟ ଦେଶର କମ୍ପାନୀଗୁଡ଼ିକୁ ଲାଭ ପ୍ରଦାନ କରିବା ଏବଂ ବିଶ୍ୱ ସେମିକଣ୍ଡକ୍ଟର ଉତ୍ପାଦନର ସ୍ଥିରତା ବଜାୟ ରଖିବା ପାଇଁ ଏକତ୍ରିତ କାମ କରିବାକୁ ଆହ୍ୱାନ ଜଣାଇଛି ଚୀନ୍ ।
ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ବାରମ୍ବାର କହିଛନ୍ତି ଯେ ଶୁଳ୍କ ଆମେରିକୀୟ ଗ୍ରାହକଙ୍କୁ ଆମେରିକୀୟ ନିର୍ମିତ ଜିନିଷ କିଣିବାକୁ ପ୍ରୋତ୍ସାହିତ କରିବ, କର ଆଦାୟର ପରିମାଣ ବୃଦ୍ଧି କରିବ ଏବଂ ବିନିଯୋଗକୁ ବୃଦ୍ଧି କରିବ।
ବିଶ୍ୱରେ ତାଙ୍କର ବାଣିଜ୍ୟ ପାର୍ଟନରମାନଙ୍କୁ ଆମେରିକା ରାଷ୍ଟ୍ରପତି ଯୁକ୍ତି ଦର୍ଶାଇ କହିଥିଲେ ଯେ ତାଙ୍କ ଦେଶକୁ ଠକି ଅନ୍ୟମାନେ ଲାଭ ଉଠାଇଛନ୍ତି । ବିଦେଶୀମାନଙ୍କ ଦ୍ୱାରା ଆମେରିକାକୁ ଲୁଟ୍ କରାଯାଇଥିବାର ସେ କହିଥିଲେ ।

ଏହି ବର୍ଷ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ପ୍ରବାହ ପ୍ରଭାବିତ ହୋଇଛି । ଆମେରିକୀୟ ସରକାରୀ ତଥ୍ୟ ଅନୁଯାୟୀ ଜୁନ୍‌ ୨୦୨୫ରେ ଚୀନ ଜିନିଷର ଆମେରିକୀୟ ଆମଦାନୀ ଜୁନ୍‌ ୨୦୨୪ ତୁଳନାରେ ପ୍ରାୟ ଅଧା ହ୍ରାସ ପାଇଛି।
ବର୍ଷର ପ୍ରଥମ ଛଅ ମାସରେ, ଆମେରିକା ଚୀନ୍‌ରୁ ୧୬୫ ବିଲିୟନ ଡଲାରର ଜିନିଷ ଆମଦାନୀ କରିଛି, ଯାହା ଗତ ବର୍ଷର ଏହି ସମୟ ଅପେକ୍ଷା ପ୍ରାୟ ୧୫% କମ୍‌।
 

ଅଧିକ ପଢ଼ନ୍ତୁ: ଫିଲିପାଇନ୍ସ ଜାହାଜକୁ ପିଛା କରୁକରୁ ୨ଟି ଚୀନ୍ ଜାହାଜ ଧକ୍କା

ଓଟିଭି ହ୍ଵାଟ୍ସଅପ

Scroll to Top