କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଲାଗିରହିଛି । ଏପ୍ରିଲ ୨୩ ଏବଂ ଏପ୍ରିଲ୍ ୨୯ରେ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । ମେ’ ୪ରେ ଫଳାଫଳ ପ୍ରକାଶ ପାଇବ । ଏହା ପୂର୍ବରୁ ଦଳ ନିଜ ନିଜର ପ୍ରାର୍ଥୀଙ୍କ ତାଲିକା ଜାରି କରୁଛନ୍ତି । ସୋମବାର ବିଜେପି ୧୪୪ ଆସନ୍ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ଆଜି (ମଙ୍ଗଳବାର) ଶାସକ ଟିଏମସି ୨୯୧ ବିଧାନସଭା ଆସନରେ ନିଜର ପ୍ରାର୍ଥୀ ଦେଇଛି । ବାକି ୩ଟି ଆସନରେ ପ୍ରାର୍ଥୀ ଦେଇ ନାହିଁ ଟିଏମସି । ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆସିବା ପରେ ଏହା ସ୍ପଷ୍ଟ ହେବ ।
West Bengal | TMC announces names of candidates for 291 assembly seats
Voting for all 294 assembly seats in West Bengal will be held in two phases – on April 23 and 29 – with 152 and 142 seats going to polls, respectively. Counting of votes will take place on May 4. pic.twitter.com/235IbTGpwO
— ANI (@ANI) March 17, 2026
ଟିଏମସିର ପ୍ରଥମ ପ୍ରାର୍ଥୀ ତାଲିକା
ମୋଟ ୨୯୪ ଆସନ୍ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଏପ୍ରିଲ ୨୩ରୁ ଆରମ୍ଭ ହେବାକୁ ଯାଉଛି । ଶାସକ ଟିଏମସି ପୁଣ ଥରେ ସରକାର ଗଢ଼ିବାକୁ ଆଶା ରଖିଥିବା ବେଳେ ବିଜେପି ଶାସନ ପରିବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି । ପ୍ରଥମେ ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା । ଆଜି ଟିଏମସି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥର ନିର୍ବାଚନରେ ନନ୍ଦୀଗ୍ରାମରୁ ଲଢ଼ିବେ ନାହିଁ । ସେ ଭବାନୀପୁରରୁ ମୈଦାନକୁ ଓହ୍ଲାଇବେ । ସେପଟେ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଭବାନୀପୁର ଏବଂ ନନ୍ଦୀଗ୍ରାମ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିଛି ବିଜେପି ।
ନନ୍ଦୀଗ୍ରାମରୁ ହାରିଥିଲେ ମମତା
ଗତ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ନନ୍ଦୀଗ୍ରାମ ଆସନରେ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାସ୍ତ ହୋଇଥିଲେ। ପରବର୍ତ୍ତୀ ଉପନିର୍ବାଚନରେ ମମତା ବାନାର୍ଜୀ ଭବାନୀପୁର ଆସନରୁ ବିଜୟୀ ହୋଇଥିଲେ। ତୃଣମୂଳ କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ସହିତ ଏହା ସ୍ପଷ୍ଟ ହୋଇଯାଇଛି ଯେ, ଭବାନୀପୁର ଆସନରେ ମମତା ବାନାର୍ଜୀ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଫାଇଟ୍ ହେବ।
Also Read: ନିର୍ବାଚନ ଆୟୋଗଙ୍କୁ ବିରୋଧ କରି ରାଜ୍ୟସଭାରେ TMCର କକ୍ଷତ୍ୟାଗ
ମମତାଙ୍କ ବଡ଼ ଦାବି
ମମତା ବାନାର୍ଜୀ କହିଛନ୍ତି ଯେ, TMC ୨୨୬ ଆସନ ଜିତିବ। ସେ ବିଜେପି ବୟକଟ୍, ନୋ ଭୋଟ୍ ଫର ବିଜେପି ସ୍ଲୋଗାନ ମଧ୍ୟ ଦେଇଛନ୍ତି । ମମତା ଦାବି କରିଛନ୍ତି, BJP ୫୦ ଆସନ ମଧ୍ୟ ଜିତିପାରିବ ନାହିଁ । ସେପଟେ ନିର୍ବାଚନ ଲାଗି ତାରିଖ ଘୋଷଣା ପରେ ବିଜେପି ତାର ପ୍ରଥମ ତାଲିକା ପ୍ରକାଶ କରିଛି। ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଭବାନୀପୁର ଏବଂ ନନ୍ଦୀଗ୍ରାମ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି।




