The Kerala Story 2 ସିନେମାକୁ ନେଇ କୋର୍ଟରେ ମହାଲଢ଼େଇ: ରିଲିଜ୍ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ, ଚ୍ୟାଲେଞ୍ଜ କରିବେ ପ୍ରଯୋଜକ

the-kerala-story-2-ସିନେମାକୁ-ନେଇ-କୋର୍ଟରେ-ମହାଲଢ଼େଇ:-ରିଲିଜ୍-ଉପରେ-ରୋକ୍-ଲଗାଇଲେ-ହାଇକୋର୍ଟ,-ଚ୍ୟାଲେଞ୍ଜ-କରିବେ-ପ୍ରଯୋଜକ

 ଦ କେରଳ ଷ୍ଟୋରୀ ୨(The Kerala Story 2) ସିନେମାକୁ ନେଇ ହାଇ ଭୋଲ୍‌ଟେଜ୍ ଆଇନଗତ ଲଢେଇ ଆରମ୍ଭ ହୋଇଯାଇଛି। ବିବାଦ ଏବେ କୋର୍ଟରେ। ଏହାର ରିଲିଜ୍ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ, ପ୍ରଯୋଜକ କହିଲେ, ରାୟ ବିରୁଦ୍ଧରେ କରିବେ ଆବେଦନ।

Published By: abinash – Prameya-News7 Bureau | February 26, 2026 04:57 PM

NEWS7

High Court pauses The Kerala Story 2 release,

ଥିରୁଅନନ୍ତପୁରମଦ କେରଳ ଷ୍ଟୋରୀ ୨ (The Kerala Story 2) ସିନେମାକୁ ନେଇ ବିବାଦ ଚାଲିଥିବା ବେଳେ ଏହାର ରିଲିଜକୁ ଅଟକାଇଲେ କେରଳ ହାଇକୋର୍ଟ। ସିନେମାର ସେନସର ସାର୍ଟିଫିକେଟକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି କରି କୋର୍ଟ ଗୁରୁବାର ଏହାର ରିଲିଜ୍ ଉପରେ ରୋକ୍ ଲଗାଇଛନ୍ତି। ଫେବ୍ରୁଆରୀ ୨୭ ତାରିଖରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ଥିଲା। ହେଲେ ଜଷ୍ଟିସ ବେଚୁ କୁରିଆନ ଥୋମାସଙ୍କ ଜଣିକିଆ ଖଣ୍ଡପୀଠ ଏହି ସିନେମା ୨୭ ତାରିଖରେ ମୁକ୍ତିଲାଭ କରିପାରିବ ନାହିଁ ବୋଲି କହିଛନ୍ତି। ଏବଂ ସେନସର ବୋର୍ଡକୁ ସମାଲୋଚନା କରି କହିଛନ୍ତି ଯେ ବୋର୍ଡ ଏହାକୁ ଅନୁମିତ ଦେବା ପୂର୍ବରୁ ମାଇଣ୍ଡ ଖଟାଇବାରେ ବିଫଳ ହୋଇଛି।

ଚଳିତ ସପ୍ତାହରେ ସିନେମାର ସେନସର ସାର୍ଟିଫିକେଟ ନେଇ ଚ୍ୟାଲେଞ୍ଜ କରାଯାଇଥିଲା। ଆଜି କୋର୍ଟ ଏହାକୁ ସ୍ଥଗିତ କରିଛନ୍ତି। ଏବେ ଏହାକୁ ନେଇ ଏକ ଆଇନଗତ ଲଢେଇ ଆରମ୍ଭ ହୋଇଯାଇଛି। ଶୁଣିବାକୁ ମିଳୁଛି ଯେ ଫିଲ୍ମ ନିର୍ମାତାମାନେ ଫିଲ୍ମର ରିଲିଜ୍ ଉପରେ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଦେଇଥିବା ସ୍ଥଗିତାଦେଶ ବିରୁଦ୍ଧରେ ଏକ ବୃହତ୍ତର ଖଣ୍ଡପୀଠର ଦ୍ୱାରସ୍ତ ହେବାକୁ ପ୍ରସ୍ତୁତ ହେଉଛନ୍ତି। ଟିମ୍ ପକ୍ଷରୁ ଆଜି ସୁଦ୍ଧା ଏନେଇ ଏକ ଆବେଦନ ହୋଇପାରେ। କାରଣ ପ୍ରଯୋଜକ ସିନେମାର ମୁକ୍ତିଲାଭରେ ବିଳମ୍ବ କରିବାକୁ ଚାହୁଁ ନାହାନ୍ତି। ତେଣୁ ତାଙ୍କ ଟିମ୍ ଶୀଘ୍ର ଆବେଦନ କରିପାରେ।

Scroll to Top