ମହାରାଷ୍ଟ୍ରର ଟାଟା କନସଲ୍ଟାନ୍ସି ସର୍ଭିସେସ୍ (TCS)ର ନାସିକ୍ ବିପିଓ ୟୁନିଟରେ ଘଟିଥିବା ଯୌନ ନିର୍ଯାତନା ମାମଲାରେ ଏଚ୍ଆର୍ ମ୍ୟାନେଜର ନିଦା ଖାନଙ୍କୁ ନେଇ ସନ୍ଦେହରେ ପୁଲିସ। ସେ ଏବେ ଫେରାର୍
Published By: abinash – Prameya-News7 Bureau | April 16, 2026 08:43 PM
NEWS7

TCS Nashik BPO case: ମହାରାଷ୍ଟ୍ରର ଟାଟା କନସଲ୍ଟାନ୍ସି ସର୍ଭିସେସ୍ (TCS)ର ନାସିକ୍ ବିପିଓ ୟୁନିଟରେ ଘଟିଥିବା ଯୌନ ନିର୍ଯାତନା ମାମଲା ତଦନ୍ତାଧୀନ ରହିଛି। ତଦନ୍ତ ଆଗକୁ ବଢ଼ିବା ସହ ଜଣକ ପରେ ଜଣ ଅଭିଯୁକ୍ତଙ୍କ ନାଁ ସାମ୍ନାକୁ ଆସୁଛି। ଏବେ ସନ୍ଦେହ ବଢ଼ିଛି ଏହାର ଏଚ୍ଆର୍ ମ୍ୟାନେଜର ନିଦା ଖାନଙ୍କୁ ନେଇ। ଘଟଣା ପରେ ସେ ବର୍ତ୍ତମାନ ଫେରାର ଥିବା ବେଳେ ମାମଲାରେ ପ୍ରମୁଖ ଅଭିଯୁକ୍ତ ଭାବେ ପୁଲିସ ତାଙ୍କୁ ଖୋଜୁଛି।
ପୁଲିସର କହିବା ଅନୁସାରେ, ଟିସିଏସ ନାସିକ ବିପିଓ ୟୁନିଟର ମହିଳା କର୍ମଚାରୀମାନେ ଯୌନ ନିର୍ଯାତନା ନେଇ ନିଦା ଖାନଙ୍କ ପାଖରେ ବାରମ୍ବାର ଅଭିଯୋଗ କରିଥିଲେ। ହେଲେ ସେ ଦାୟିତ୍ୱରେ ଥାଇବି କର୍ମଚାରୀଙ୍କ କଥାକୁ କର୍ଣ୍ଣପାତ କରିନଥିଲେ। ଅନେକ ମହିଳା ଦାବି କରିଛନ୍ତି ଯେ ସେମାନେ ତାଙ୍କୁ କାର୍ଯ୍ୟାଳୟରେ ହେଉଥିବା ଯୌନ ନିର୍ଯାତନା ଏବଂ ଅସଦାଚରଣ ବିଷୟରେ ଜଣାଇଥିଲେ, କିନ୍ତୁ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ, ସେ ମାମଲାକୁ ନ ବଢାଇ ଚାପି ଦେବାକୁ ଚେଷ୍ଟା କରୁଥିଲେ।
ଚିନ୍ତାର ବିଷୟ ହେଉଛି ନିଦା ଜଣେ ମାନବ ସମ୍ବଳ ଅଧିକାରୀ ହେବା ଯୋଗୁ ମହିଳାମାନଙ୍କୁ ସୁରକ୍ଷା ଦେବା ତାଙ୍କର ପ୍ରଥମ ଗୁରୁତ୍ୱ ଥିଲା। ଏହାସତ୍ତ୍ୱେ ସେ କାହିଁ ପ୍ରସଙ୍ଗକୁ ଅଣଦେଖା କରୁଥିଲେ, ଏବଂ ଚାପି ଦେବାକୁ ଚେଷ୍ଟା କରିଥିଲେ, ସେ ନେଇ ପ୍ରଶ୍ନ ଉଠିଛି। ପୋଲିସ କହିଛି ଯେ ନିଦା ଖାନଙ୍କୁ ଅନେକ ଏଫଆଇଆରରେ ଅଭିଯୁକ୍ତ କରାଯାଇଛି। ସେ ଟିସିଏସର ନାସିକ ବିପିଓ ୟୁନିଟରେ ଏଚ୍ଆର୍ ମ୍ୟାନେଜର ଥିଲେ।
ତା’ ଛଡ଼ା ନିଦା ଖାନ ଯୌନ ଉତ୍ପୀଡ଼ନ ନିବାରଣ (POSH) ଆଇନ ଅନୁଯାୟୀ କମ୍ପାନୀର ଆଭ୍ୟନ୍ତରୀଣ କମିଟିର ଅଂଶ ମଧ୍ୟ ଥିଲେ। କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନାର ସମସ୍ତ ଅଭିଯୋଗ ଗ୍ରହଣ କରିବା ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏହି ସଂସ୍ଥା ଆଇନଗତ ଭାବରେ ବାଧ୍ୟତାମୂଳକ। ତଥାପି, ନିଦା ଅଭିଯୋଗଗୁଡ଼ିକୁ ଶୁଣି ଅଣଦେଖା କରୁଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ ବୋଲି ମହିଳାମାନେ ତାଙ୍କ ଅଭିଯୋଗ ଫର୍ଦ୍ଦରେ ଦର୍ଶାଇଛନ୍ତି। ବର୍ତ୍ତମାନ ନିଦା ଖାନ ଫେରାର ଥିବାରୁ ପୁଲିସ ତାଙ୍କୁ ଖୋଜୁଛି।
TCS Nashik BPO case:
ଟିସିଏସ୍ ନାସିକ ଅଫିସରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ଏଠାରେ ପ୍ରଥମ ମହିଳାଙ୍କୁ ମାନଙ୍କୁ ବିବାହ କରିବାକୁ ଫସାଇବା ପରେ ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଯାଉଥିଲା, ଏବଂ ମାନସିକ ନିର୍ଯାତନା ଦିଆଯାଉଥିଲା ବୋଲି ଜଣାପଡ଼ିଛି। କମ୍ପାନୀର ଜଣେ ମହିଳା ପ୍ରଥମେ ଥାନାରେ ଅଭିଯୋଗ କରିବା ପରେ ଏକାଧିକ ମହିଳା ସାମ୍ନାକୁ ଆସି ଅଭିଯୋଗ କରିଥିଲେ। ଏହାପରେ କଥା ସାମ୍ନାକୁ ଆସିଥିଲା।
୧. ଅଭିଯୋଗ ଏବଂ FIR:
ପୋଲିସ ଏହି ମାମଲାରେ ୯ଟି FIR ରୁଜୁ କରିଛି। ଏଥିରେ ପ୍ରାୟ ୧୨ ଜଣ ପୀଡ଼ିତ ପୀଡ଼ିତା (୮ ଜଣ ମହିଳା ଏବଂ ଜଣେ ପୁରୁଷ ସମେତ) ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତ ୨-୩ ବର୍ଷ ଧରି କମ୍ପାନୀର ବରିଷ୍ଠ କର୍ମଚାରୀମାନେ ମହିଳାମାନଙ୍କୁ ଅଶ୍ଳୀଳ ଇଙ୍ଗିତ, ଅସଦାଚରଣ ଏବଂ ଯୌନ ନିର୍ଯାତନା ଦେଇ ଆସୁଥିଲେ।
୨. ଜବରଦସ୍ତି ଧର୍ମ ପରିବର୍ତ୍ତନ ଓ ନିର୍ଯାତନା:
ପୀଡ଼ିତାମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ନମାଜ ପଢ଼ିବା ପାଇଁ ବାଧ୍ୟ କରାଯାଉଥିଲା ଏବଂ ଆମିଷ ଖାଉ ନଥିବା ହିନ୍ଦୁ କର୍ମଚାରୀଙ୍କୁ ଜବରଦସ୍ତି ଅଣ-ନିରାମିଷ (non-vegetarian) ଖାଦ୍ୟ ଖୁଆଯାଉଥିଲା।
ଜଣେ ପୁରୁଷ କର୍ମଚାରୀଙ୍କୁ ମଧ୍ୟ ପ୍ରାୟ ଦୁଇ ବର୍ଷ ଧରି ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଯାଉଥିବା ଅଭିଯୋଗ ହୋଇଛି।
ହିନ୍ଦୁ ଦେବାଦେବୀଙ୍କ ପ୍ରତି ଅପମାନଜନକ ଶବ୍ଦ ବ୍ୟବହାର କରି ଧାର୍ମିକ ଭାବନାକୁ ଆଘାତ ଦିଆଯାଇଥିବା ମଧ୍ୟFIR ରେ ଉଲ୍ଲେଖ ଅଛି।
୩. ଗିରଫଦାରୀ ଓ କାର୍ଯ୍ୟାନୁଷ୍ଠାନ:
ଏହି ଘଟଣାରେ ଏପର୍ଯ୍ୟନ୍ତ ୭ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ କମ୍ପାନୀର ଟିମ୍ ଲିଡର୍ (Team Leaders) ଏବଂ HR ଅଧିକାରୀ ମଧ୍ୟ ସାମିଲ ଅଛନ୍ତି।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଆସିଫ ଅନସାରୀ, ଶାଫି ଶେଖ, ଶାହରୁଖ କ୍ୟୁରେସି, ରଜା ମେମନ, ତୌସିଫ ଅତ୍ତାର ଏବଂ ଜଣେ ମହିଳା HR ମ୍ୟାନେଜର ନିଦା ଖାନ ରହିଛନ୍ତି।
ମହାରାଷ୍ଟ୍ର ପୋଲିସ ଏଥିପାଇଁ ଏକSIT (Special Investigation Team) ଗଠନ କରି ତଦନ୍ତ ଚଳାଇଛି।
Also Read- You Tube Shorts Time Limit: ଲଗାତର ସ୍କ୍ରଲ୍ କରି ଆଉ ଦେଖି ପାରିବେନି ଶର୍ଟ୍ସ ! ୟୁଟ୍ୟୁବ୍ ଆଣିଲା ନୂଆ ଫିଚର୍ସ




