ନୂଆଦିଲ୍ଲୀ: ମହିଳା ବିଶ୍ୱକପ୍ 2025 ଜିତି ଭାରତୀୟ ମହିଳା କ୍ରିକେଟ୍ ଟିମ୍ ରବିବାର ଇତିହାସ ରଚିଥିଲା । ଟିମକୁ ସବୁଆଡ଼ୁ ପ୍ରଶଂସାର ସୁଅ ଛୁଟି ଥିଲା । ଖେଳାଳିଙ୍କୁ ସେମାନଙ୍କ ପ୍ରଦର୍ଶନ ପାଇଁ ଭୁରି ଭୁରି ପ୍ରଶଂସା କରାଯାଉଛି । ଏହାରି ଭିତରେ ଟାଟା ଗ୍ରୁପର ଟାଟା ମୋଟର୍ସ ପାସେଞ୍ଜର ଭେଇକଲ୍ । ଭାରତୀୟ ମହିଳା ଟିମକୁ ନିଜ ଆଗାମୀ Tata Sierra SUVର ପ୍ରଥମ ୟୁନିଟ୍ ଗିଫ୍ଟ କରିବ । ବ୍ରାଣ୍ଡ ପକ୍ଷରୁ ଏହି ପଦକ୍ଷେପ ଆଇସିସି ମହିଳା ବିଶ୍ୱକପରେ ଟିମର ଐତିହାସିକ ବିଜୟକୁ ସେଲିବ୍ରେସନ କରିବା ପାଇଁ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଟାଟା ଏହି ଏସୟୁଭି ଭାରତରେ ନଭେମ୍ୱର 25ରେ ଲଞ୍ଚ୍ ହେବ । ଏହି ଲଞ୍ଚ୍ ସହ ବ୍ରାଣ୍ଡ ନିଜର ପୁରୁଣା ଲୋକପ୍ରିୟ ନାଁକୁ ନୂଆ ଓ ମଡର୍ଣ୍ଣ ରୂପରେ ବଜାରକୁ ଛାଡ଼ିବ ।
ଦିନିକିଆ ବିଶ୍ୱକପର ଫାଇନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଐତିହାସିକ ବିଜୟ ପରେ ଭାରତୀୟ ମହିଳା କ୍ରିକେଟ୍ ଦଳ ପାଇଁ ପୁରସ୍କାର ବର୍ଷା ଜାରି ରହିଛି । ବିସିସିଆଇ ୫୧ କୋଟି ଟଙ୍କାର ନଗଦ ପୁରସ୍କାର ଘୋଷଣା କରିବା ପରେ ଏବଂ ରାଜ୍ୟ ସରକାର ମଧ୍ୟ ସେମାନଙ୍କ ଖେଳାଳି ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି । ଏହାରି ଭିତରେ ଭାରତର ବହୁରାଷ୍ଟ୍ରୀୟ ଅଟୋମୋଟିଭ୍ ନିର୍ମାତା ଟାଟା ମୋଟର୍ସ ଖେଳାଳିମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କରିଛି ।
Legend Meets Legends.
Celebrating the Indian Women’s Cricket Team and their legendary ICC Women’s World Cup performance, Tata Motors Passenger Vehicles proudly presents each member of the team with the Tata Sierra — a bold, versatile, and timeless legend.@TataCompanies pic.twitter.com/RxT4viRa9p
— Tata Motors Cars (@TataMotors_Cars) November 5, 2025
କମ୍ପାନି ଘୋଷଣା କରିଛନ୍ତି, ଭାରତୀୟ ମହିଳା ଟିମକୁ ନିଜ ଆଗାମୀ Tata Sierra SUVର ପ୍ରଥମ ୟୁନିଟ୍ ଗିଫ୍ଟ କରିବ । ଖୁବଶୀଘ୍ର ଲଞ୍ଚ୍ ହେବାକୁ ଥିବା ଟାଟା ସିଏରା ବିଶ୍ୱକପ୍ ବିଜୟୀ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ଉପହାର ଦିଆଯିବ । ବ୍ରାଣ୍ଡ ପକ୍ଷରୁ ଏହି ପଦକ୍ଷେପ ଆଇସିସି ମହିଳା ବିଶ୍ୱକପରେ ଟିମର ଐତିହାସିକ ବିଜୟକୁ ସେଲିବ୍ରେସନ କରିବା ପାଇଁ କରାଯାଇଛି ବୋଲି ଏକ୍ସରେ ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଟାଟା ଏହି ଏସୟୁଭି ଭାରତରେ ନଭେମ୍ୱର ୨୫ରେ ଲଞ୍ଚ୍ ହେବ । ଏହି ଲଞ୍ଚ୍ ସହ ବ୍ରାଣ୍ଡ ନିଜର ପୁରୁଣା ଲୋକପ୍ରିୟ ନାଁକୁ ନୂଆ ଓ ମଡର୍ଣ୍ଣ ରୂପରେ ବଜାରକୁ ଛାଡ଼ିବ ।
ଟାଟା ମୋଟର୍ସ ପାସେଞ୍ଜର ଭେଇକଲ ଲିମିଟେଡର ଏମଡି ଏବଂ ସିଇଓ ଶୈଳେଶ ଚନ୍ଦ୍ର କହିଛନ୍ତି, “ଭାରତୀୟ ମହିଳା କ୍ରିକେଟ୍ ଦଳ ସେମାନଙ୍କର ଅସାଧାରଣ ପ୍ରଦର୍ଶନ ଏବଂ ଉଲ୍ଲେଖନୀୟ ବିଜୟ ସହିତ ପୂରା ଦେଶକୁ ଗର୍ବିତ କରିଛି । ସେମାନଙ୍କର ଯାତ୍ରା ପ୍ରତ୍ୟେକ ଭାରତୀୟଙ୍କୁ ଅନୁପ୍ରାଣିତ କରୁଛି।”
ଭାରତର ଅଟୋମୋବାଇଲ୍ ଇତିହାସରେ ଟାଟା ସିଏରା କାରର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏହି ମଡେଲ୍ ୧୯୯୧ରେ ବଜାରକୁ ଆସିଥିଲା । ଏହା ଭାରତରେ ପ୍ରଥମେ ଘରୋଇ ମାଲିକାନାରେ ଥିବା ଏସୟୁଭି ମଧ୍ୟରୁ ଗୋଟିଏ ଥିଲା । Tata Sierra SUV ଏଥର ନୂଆ ରୂପ ଧରି ନଭେମ୍ବରରେ ବଜାରକୁ ଫେରୁଛି ।




