T20 World Cup 2026: ଫାଇନାଲ ଫାଇଟ୍‌ରେ ନ୍ୟୁଜିଲାଣ୍ଡକୁ ୨୫୬ ରନର ବିଶାଳ ଟାର୍ଗେଟ୍; ଅଭିଷେକ, ସଞ୍ଜୁ ଓ ଇଶାନଙ୍କ ଅର୍ଦ୍ଧଶତକ

t20-world-cup-2026:-ଫାଇନାଲ-ଫାଇଟ୍‌ରେ ନ୍ୟୁଜିଲାଣ୍ଡକୁ-୨୫୬-ରନର-ବିଶାଳ-ଟାର୍ଗେଟ୍;-ଅଭିଷେକ,-ସଞ୍ଜୁ-ଓ-ଇଶାନଙ୍କ-ଅର୍ଦ୍ଧଶତକ

 ବିଶ୍ୱକପ୍ ଫାଇନାଲ ଫାଇଟ୍ରେ ଟିମ୍ ଇଣ୍ଡିଆର ସୁପର ଶୋ । ଅଭିଷେକ ଶର୍ମା, ସୁଞ୍ଜୁ ସାମସନ, ଇଶାନ କିଶନ ଓ ଶିବମ ଦୁବେ କିୱି ବୋଲରଙ୍କୁ ଜବରଦସ୍ତ ଧୁଲେଇ କରି ୨୫୫ ରନର ବିଶାଳ ସ୍କୋର ଛିଡ଼ା କରିଛନ୍ତି।

Published By: abinash – Prameya-News7 Bureau | March 08, 2026 08:50 PM

NEWS7

India vs New Zealand, Final, ICC Men's T20 World Cup 2026
photo credit-internet

ଅହମଦାବାଦ: ବିଶ୍ୱକପ୍ ଫାଇନାଲ ଫାଇଟ୍ରେ ଟିମ୍ ଇଣ୍ଡିଆର ସୁପର ଶୋ । ଅଭିଷେକ ଶର୍ମା, ସୁଞ୍ଜୁ ସାମସନ, ଇଶାନ କିଶନ ଓ ଶିବମ ଦୁବେ କିୱି ବୋଲରଙ୍କୁ ଜବରଦସ୍ତ ଧୁଲେଇ କରି ୨୫୫ ରନର ବିଶାଳ ସ୍କୋର ଛିଡ଼ା କରିଛନ୍ତି। ଫାଇନାଲ୍ ମ୍ୟାଚ୍ରେ ପ୍ରତିପକ୍ଷ ଉପରେ ବିଶାଳ ସ୍କୋର ଚାପ ରହିବା ସହିତ ମ୍ୟାଚ୍ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡକୁ ୨୫୬ ରନ କରିବାକୁ ପଡ଼ିବ। ଆଜିର ମ୍ୟାଚ୍ରେ ଭାରତ ପକ୍ଷରୁ ସଞ୍ଜୁ ସାମସନ ସର୍ବାଧିକ ୮୯ ରନ୍ କରିଥିବା ବେଳେ ଅଭିଷେକ ଶର୍ମା ୫୨ ଇଶାନ କିଶନ ୫୪ ରନ୍ ଓ ଶିବମ ଦୁବେ ୮ ବଲ୍ରେ ବିସ୍ଫୋରକ ୨୬ ରନ୍ କରିଛନ୍ତି। ଫଳରେ ଭାରତ ୫ ୱିକେଟ୍ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୨୫୫ ରନ୍ କରିଛି।

Scroll to Top