T

t

ମିଛିମିଛିକା ଖେଳରେ ଲୁଣ ଭାବି ଥିମେଟ ଖାଇ ତିନି ଜଣ ଶିଶୁ ଗୁରୁତର ହୋଇ ପଡିଛନ୍ତି। ସେମାନଙ୍କୁ ଚିକିତ୍ସା କରାଯାଉଛି। ସଙ୍କଟାପନ୍ନ ଶିଶୁକୁ କଟକ ସ୍ଥାନାନ୍ତରିତ କରାଯାଇଛି।

author-image

Kids-Consume-Pesticide

Kids-Consume-Pesticide Photograph: (OTV)

ପିଲାଦିନର ମିଛିମିଛିକା ସଢ଼େଇ ଖେଳ ହେଉ କି ଭାତ-ଡାଲି, ଲୁଚକାଳି ହେଉ ବା ବୋହୁଚୋରି, କାହାର ବା ମନେ ନଥିବ। ହେଲେ ସେ ଖେଳ ଏବେ କାଳ ସାଜିଛି ଶାଳବଣି ଗାଁରେ। ମିଛିମିଛିକା ଖେଳରେ ଲୁଣ ଭାବି ଥିମେଟ ଖାଇ ତିନି ଶିଶୁ ଗୁରୁତର ହୋଇପଡିଛନ୍ତି। ସେମାନଙ୍କୁ ଚିକିତ୍ସା କରାଯାଉଛି।
ନୀଳଗିରି ବ୍ଲକ ମହିଷାପଟା ପଂଚାୟତ ଅଧୀନ ଶାଳବଣି ଗାଁରେ ସଢ଼େଇ ଖେଳରେ ଲୁଣ ଭାବି ଥିମେଟ ଖାଇ ଦେଇଛନ୍ତି ତିନି ପିଲା। ରିପୋର୍ଟ ଅନୁସାରେ ଗାଁର ବାବୁଲା ସିଂ ପୁଅଙ୍କ ୮ ବର୍ଷର ପୁଅ ଯୁବରାଜ ସିଂ, ଅକ୍ଷୟ ସିଂଙ୍କ ୫ ବର୍ଷର ଝିଅ ଇନ୍ଦୁରେଖା ସିଂ ଓ ରମେଶ ସିଂଙ୍କ ୪ ବର୍ଷର ପୁଅ ଘନଶ୍ୟାମ ସିଂ ଅପରାହ୍ନ ସମୟରେ ସାଙ୍ଗ ହୋଇ ବୋହୁବୋହୂକା ସଢ଼େଇ ଖେଳ ଖେଳୁଥିଲେ। ଛୋଟ ଛୋଟ ସଢେଇରେ ମାଟି ରଖି ମିଛିମିଛିକା ଭାତ-ଡାଲି ଓ ବିଭିନ୍ନ ତରକାରୀ ତିଆରି କରୁଥିଲେ।


ଖେଳିବା ଭିତରେ ଘରୁ ପିଆଜ ଆଉ ଏକ ପ୍ରକାର କୀଟନାଶକ ଥିମେଟକୁ ଲୁଣ ଭାବି ଆଣିଥିଲେ। ଯୁବରାଜ, ଇନ୍ଦୁରେଖା ଓ ଘନଶ୍ୟାମ ପିଆଜ ଆଉ ଥିମେଟକୁ ଗୋଳେଇ ଖାଇଥିଲେ। ଏହି ସମୟରେ ପରିବାରର ସମସ୍ତେ ବିଲକୁ ଧାନ କାଟିବା ପାଇଁ ଯାଇଥିଲେ। ଘରକୁ ଫେରିବା ପରେ ଦେଖିଥିଲେ କିଛି ଶାଳପତ୍ର ଓ ଖେଳଣା ସାମଗ୍ରୀ ପଡିଛି ଆଉ ଶିଶୁମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାର ଦେଖି ସେମାନଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସ୍ଥିତି ଶଙ୍କଟାପନ୍ନ ହେବାରୁ ଯୁବରାଜଙ୍କୁ ପ୍ରଥମେ ରେମୁଣା ମେଡିକାଲ କଲେଜ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଘନଶ୍ୟାମ ଓ ଇନ୍ଦୁରେଖା ରେମୁଣା ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। 
ତେବେ ପରିବାର ଖାମଖିଆଲ୍ ନୀତି ଯୋଗୁଁ ଏଭଳି ଏକ ଅଘଟଣ ଘଟିଯାଇଛି ଆଉ ତିନି ତିନିଟି କଅଁଳ ଜୀବନ କଷ୍ଟ ପାଉଛି।

Scroll to Top