T

t

ଦୁବାଇରେ ଏକ ଏୟାର ଶୋ’ରେ ଅଂଶଗ୍ରହଣ କରିଥିବା ତେଜସ୍ ବିମାନ ଦୁର୍ଘଟଣାଗ୍ରସ୍ତ। ଏୟାର ଶୋ ବେଳେ ହଠାତ ନିୟନ୍ତ୍ରଣ ହରାଇ ଖସି ପଡ଼ିଲା ତେଜସ୍। ପାଇଲଟଙ୍କ ସ୍ଥିତି ଏବେ ବି ଅସ୍ପଷ୍ଟ।

author-image

Tejas Crash

Tejas Crash Photograph: (OTV)

ଏୟାର ଶୋ’ ବେଳେ କ୍ରାସ୍ ହେଲା ବାୟୁସେନାର ଯୁଦ୍ଧ ବିମାନ ତେଜସ୍। ଦୁବାଇରେ ଏକ ଏୟାର ଶୋ’ରେ ଅଂଶଗ୍ରହଣ କରିଥିବା ତେଜସ୍ ବିମାନ ଆଜି (ଶୁକ୍ରବାର) କ୍ରାସ୍ ହୋଇଛି। ସ୍ଥାନୀୟ ସମୟ ଅପରାହ୍ଣ ୨.୧୦ରେ ଆକାଶ ମାର୍ଗରେ ପ୍ରଦର୍ଶନ କରୁଥିବାବେଳେ ହଠାତ ନିୟନ୍ତ୍ରଣ ହରାଇ ତଳେ ଖସି ପଡ଼ିଥିଲା ତେଜସ୍। ଏନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଖବର ଲେଖାହେବା ପର୍ଯ୍ୟନ୍ତ ପାଇଲଟଙ୍କ ସ୍ଥିତି ନେଇ କିଛି ସ୍ପଷ୍ଟ ହୋଇନାହିଁ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆକାଶ ମାର୍ଗରୁ ଖସିବା ବେଳେ ହଠାତ ନିଆଁ ପିଣ୍ଡୁଳାରେ ପରିଣତ ହୋଇଥିଲା ତେଜସ ବିମାନ। ଘଟଣାସ୍ଥଳର ଭିଡିଓରେ ମଧ୍ୟ ସ୍ପଷ୍ଟ ଦେଖାଯାଉଛି, କିପରି ଦୁର୍ଘଟଣା ପରେ ସେହି ସ୍ଥାନରୁ କିଭଳି ଘନ କଳା ଧୂଆଁ ଉଠିଥିଲା। ଏହି ଦୁର୍ଘଟଣା ପରେ ସେଠାରେ ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତେବେ ଦୁର୍ଘଟଣା ପୂର୍ବରୁ ପାଇଲଟ୍ ବିମାନରୁ ବାହାରକୁ ବାହାରି ପାରିଥିଲେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏକାଧିକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଉଲ୍ଲେଖଯୋଗ୍ୟ, ଏମିରେଟସ୍‌ର ୪୦ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ଏୟାର ଶୋ’ ଆୟୋଜିତ ହୋଇଥିଲା। ଏଥିରେ ସାମିଲ ହୋଇଥିବା ଲଢ଼ୁଆ ବିମାନଗୁଡ଼ିକ ଉପରେ ସମଗ୍ର ବିଶ୍ବର ନଜର ରହିଛି। ଯେଉଁ ବିମାନ ଯେତେ ଶକ୍ତିଶାଳୀ ପ୍ରଦର୍ଶନ କରିବ, ସେହି ଲଢ଼ୁଆ ବିମାନ କିଣିବା ପାଇଁ ଅନେକ ଦେଶ ଚାହିଁବେ। କିନ୍ତୁ ଏଭଳି ସମୟରେ ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ତେଜସ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଭାରତ ପାଇଁ ଆଦୌ ଶୁଭଙ୍କର ନୁହେଁ। 

Scroll to Top