T

t

ଲାଲକିଲ୍ଲା ନିକଟରେ ଘଟିଥିବା ଭୟଙ୍କର ବିସ୍ଫୋରଣ ଜାତୀୟ ରାଜଧାନୀକୁ ଦୋହଲାଇ ଦେଇଥିବା ବେଳେ କିଛି ପରିବାର ଗୁଡ଼ିକ ମୁହଁରୁ ଛଡ଼ାଇ ନେଇଛି ହସ। ସେମାନେ ତାଙ୍କ ପ୍ରିୟଜନଙ୍କୁ ହରାଇ ଭାଙ୍ଗି ପଡିଛନ୍ତି।

author-image

Blast-Victim

Blast-Victim Photograph: (OTV)

ମୁଣ୍ଡ ପିଟିପିଟି କାନ୍ଦୁଛି ପରିବାର। ଆଖିର ଲୁହରେ ଓଦା ହୋଇଯାଉଛି ମାଟି। କିଏ ନିଜ ଗୋଟିଏ ବୋଲି ରୋଜଗାରକ୍ଷମ ପୁଅକୁ ହରାଇଛି ତ କିଏ ସ୍ବାମୀଙ୍କୁ ହରାଇ ଭାଙ୍ଗିପଡ଼ିଛି। ଲାଲକିଲ୍ଲା ନିକଟରେ ଘଟିଥିବା ଭୟଙ୍କର ବିସ୍ଫୋରଣ ଜାତୀୟ ରାଜଧାନୀକୁ ଦୋହଲାଇ ଦେଇଥିବା ବେଳେ ଏହି ପରିବାର ଗୁଡ଼ିକ ମୁହଁରୁ ଛଡ଼ାଇ ନେଇଥିଲା ହସ। ଏହି ଆକ୍ରମଣରେ ଅନେକ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଗଲା । 
ଯେମିତି ଟ୍ୟାକ୍ସି ଡ୍ରାଇଭର ପଙ୍କଜ ସାଇନି ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ଦିଲ୍ଲୀରେ ଟାକ୍ସି ଚଳାଇ ବିହାରେ ଥିବା ନିଜ ପରିବାରକୁ ଚଳାଉଥିଲେ। ଘଟଣା ସମୟରେ ପଙ୍କଜ ଚାନ୍ଦନୀ ଚୌକରେ ତାଙ୍କ ଟ୍ୟାକ୍ସିରୁ ଜଣେ ଯାତ୍ରୀଙ୍କୁ ଓହ୍ଲାଇ ଦେଉଥିଲେ। ଆଉ ଏହି ସମୟରେ ହୋଇଥିଲା ବିସ୍ଫୋରଣ ।

ସେହିପରି ଅଶୋକ, ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ଥିଲେ। ମୂଳତଃ ଉତ୍ତରପ୍ରଦେଶ ଅମରୋହାରୁ ବାସିନ୍ଦା କିନ୍ତି ସେ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କ ସହିତ ଦିଲ୍ଲୀର ଜଗତପୁରା ଅଞ୍ଚଳରେ ରହୁଥିଲେ। ଆଉ ଦିଲ୍ଲୀ ପରିବହନ ନିଗମର ଜଣେ କର୍ମଚାରୀ ଥିଲେ। ଘଟଣା ଘଟିବା ସମୟରେ ସେ କୌଣସି କାମ ପାଇଁ ଚାନ୍ଦନୀ ଚୌକ ଆସିଥିଲେ। ଆକ୍ରମଣର କିଛି ଘଣ୍ଟା ପରେ ଅଶୋକଙ୍କ ପରିବାରକୁ ଖବର ଆସିଲା ପୀଡିତଙ୍କ ତାଲିକାରେ ଅଶୋକଙ୍କ ନାମ ଅଛି। ଏହାକୁ ପରିବାର ପାଦଦଳୁ ଖସି ଯାଇଥିଲା ମାଟି। ଖସ ଖୁସିରେ ଫାଟି ପଡୁଥିବା ପରିବାରରେ ଛାଇଯାଇଥିଲା ଦୁଃଖ କଳାବାଦଲ ।

ଉତ୍ତର ପ୍ରଦେଶର ଶ୍ରାବସ୍ତିର ଦିନେଶ କୁମାର ମିଶ୍ର। ତିନି ପିଲାଙ୍କ ପିତା ଦିନେଶ ନିମନ୍ତ୍ରଣ କାର୍ଡ ବିକ୍ରୟ କରୁଥିବା ଏକ ଦୋକାନରେ କାମ କରୁଥିଲେ। ସେ ମଧ୍ୟ ଏହି ଆକ୍ରମଣରେ ମୃତ୍ୟୁବରଣ କରିଥିଲେ। ତାଙ୍କ ସ୍ତ୍ରୀ ରୀନା କହିଛନ୍ତି ଯେ ସେ ସବୁକିଛି ହରାଇଛନ୍ତି। ଦିଲ୍ଲୀରେ ବିସ୍ଫୋରଣ ଖବର ପାଇ ଦିନେଶଙ୍କ ବାପା ତାଙ୍କୁ ଫୋନ୍ କରିଥିଲେ ମଧ୍ୟ ସେ ଉଠାଇ ନଥିଲେ। ପରେ ସେ ଜାଣିବାକୁ ପାଇଲେ ଯେ ବିସ୍ଫୋରଣରେ ଦିନେଶଙ୍କ ମୃତ୍ୟୁ ହୋଇଛି। ଯାହାକୁ ଶୁଣି ପୁରା ସ୍ପବ୍ଧ ହୋଇଯାଇଥିଲା ପୁରା ପରିବାର ।

ଏମିତି କେତେ ପରିବାରର ଦୁଃଖର କାରଣ ପାଲିଟିଲା ଲାଲକିଲ୍ଲାରେ ଘଟିଥିବା ଭୟାନକ ବିସ୍ଫୋରଣ। ଘଟଣାର ତଦନ୍ତ ଚାଲୁଥିବା ବେଳେ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ  ପରିବାର ସଦସ୍ୟ ଦାବି କରିଛନ୍ତି ।

Scroll to Top