T

t

ଭଦ୍ରକ ପୀରହାଟ ଥାନାରେ ନାବାଳକୁ ଥାର୍ଡ ଡିଗ୍ରୀ ଅଭିଯୋଗ। ଅଭିଯୋଗକୁ ଖଣ୍ଡନ କଲେ ଭଦ୍ରକ ଏସପି। ଏସପି କହିଛନ୍ତି ପୋଲିସ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି ପରିବାର।

author-image

Police Station

Police Station Photograph: (OTV)

ଭଦ୍ରକ ପୀରହାଟ ଥାନାରେ ନାବାଳକୁ ଥାର୍ଡ ଡିଗ୍ରୀ ଅଭିଯୋଗକୁ ଏସପିଙ୍କ ଖଣ୍ଡନ। ଏ ସଙ୍ଗୀନ ଅଭିଯୋଗ ପରେ ଭଦ୍ରକ ଏସପି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ନାବାଳକଙ୍କ ପରିବାର ଲୋକେ, ପୋଲିସ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି। ମାଡ଼ ଅଭିଯୋଗର ଯଦି ସତ୍ୟତା ଅଛି, ତେବେ ପୋଲିସକୁ ପ୍ରମାଣ ଦେବାକୁ ସେ କହିଛନ୍ତି।

ମୋବାଇଲ ଚୋରି ଅଭିଯୋଗରେ ୧୪ ବର୍ଷର ନାବାଳକକୁ କ୍ୟାମେରା ଆଢୁଆଳରେ ଭଦ୍ରକ ପୀରାହାଟ ପୋଲିସ ନିର୍ଦ୍ଧୁମ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ନାବାଳକ ଜଣକ ଏବେ ଭଦ୍ରକ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

ସୂଚନା ଅନୁଯାୟୀ ନରେନ୍ଦ୍ରପୁର ମାଝୀ ସାହି ଗ୍ରାମରେ ଶରତ ମାଝୀଙ୍କ ୧୪ ବର୍ଷର ନାବାଳକ ପୁଅ ଦୀପ୍ତିକାନ୍ତ ମାଝୀ ଏକ ମୋବାଇଲ ଚୋରି ଅଭିଯୋଗରେ ନିଜ ବାପାଙ୍କ ସହିତ ଥାନାକୁ ଯାଇଥିଲେ। ପୋଲିସ ଘଟଣାର ପରଖିବା ବଦଳରେ ଥାନା ପଛକୁ ନେଇ କେମେରା ଆଢୁଆଳରେ ମାଡ ମାରି ଥିବା ଅଭିଯୋଗ ହୋଇଥିଲା। ପୀରହାଟ ଥାନାରେ ଏମିତି ଘଟଣାକୁ ନେଇ ପରିବାର ଲୋକେ ନ୍ୟାୟ ଦାବି କରିଥିଲେ।


•    ଭଦ୍ରକ ପୀରହାଟ ଥାନାରେ ନାବାଳକୁ ଥାର୍ଡ ଡିଗ୍ରୀ ଅଭିଯୋଗ
•    ଅଭିଯୋଗକୁ ଖଣ୍ଡନ କଲେ ଭଦ୍ରକ ଏସପି
•    କହିଲେ ପୋଲିସ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି ପରିବାର
•    ସତ୍ୟତା ଥିଲେ ପ୍ରମାଣ ଦେବାକୁ ଏସପିଙ୍କ ଆହ୍ବାନ 
•    ନାବାଳକକୁ କ୍ୟାମେରା ଆଢୁଆଳରେ ମାଡ଼ ଅଭିଯୋଗ ଥିଲା

Scroll to Top