ମୟୂରଭଞ୍ଜ ବେତନଟୀ ନିକଟ ଜୁଗଳ ରେଳ ଷ୍ଟେସନରେ ଦୁର୍ଘଟଣା। ଟ୍ରେନ୍ ଲାଇନକୁ ଚାଲି ଆସିଥିଲା ଏକ ଦନ୍ତା ହାତୀ । ଟ୍ରେନ ଧକ୍କାରେ ଦନ୍ତାହାତୀର ମୃତ୍ୟୁ ।
![]()
/odishatv-khabar/media/media_files/2025/11/02/elephant-2025-11-02-10-20-01.jpg)
ELEPHANT Photograph: (OTV)
ଟ୍ରେନ ଧକ୍କାରେ ଦନ୍ତାହାତୀର ମୃତ୍ୟୁ। ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବେତନଟୀ ନିକଟସ୍ଥ ଜୁଗଳ ରେଳ ଷ୍ଟେସନ ନିକଟରେ। ଗତକାଲି ରାତି ପ୍ରାୟ ୧୧ଟା ୩୦ରେ ଏକ ଦନ୍ତା ହାତୀ ରେଳ ଧାରଣା ଉପରକୁ ଚାଲି ଆସିଥିଲା । ଦନ୍ତା ହାତୀଟି ଜୁଗଳ ରେଳ ଷ୍ଟେସନ ପୂର୍ବରୁ ଥିବା ରେଳ ଫାଟକ ମଧ୍ୟରେ ଟ୍ରାକ ଉପରକୁ ଚାଲି ଆସିବାରୁ ଉପସ୍ଥିତ ଲୋକେ ହାତୀ ଘଉଡାଇବାକୁ ଚେଷ୍ଟା କରିଥିଲେ ।
ହେଲେ ହାତୀଟି ରେଳ ଫାଟକ ଗେଟ୍ ଗୁଡ଼ିକ ପଡ଼ିଥିବାରୁ ସେ ବାହାରକୁ ଯାଇ ପାରି ନ ଥିଲା । ସେହି ସମୟରେ ଦୃତ ଗତିରେ ଆସୁଥିବା ଟ୍ରେନ ସିଧା ହାତୀକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହାତୀର ମୃତ୍ୟୁ ହୋଇଛି । ଟ୍ରେନ୍ ହାତୀକୁ ଧକ୍କା ଦେଇ କିଛି ସମୟ ଅଟକି ରହିଥିଲା।




