T

t

ଟ୍ରମ୍ପ ମୋଦିଙ୍କୁ ପ୍ରଶଂସା କରିବା କିଛି ନୂଆ ନୁହେଁ । କେତେବେଳେ ମହାନ ଲିଡର୍ ତ ଆଉ କେତେବେଳେ ମୋଦିଙ୍କୁ ଭଲ ବନ୍ଧୁ କହୁଥିବାର ପୂର୍ବରୁ ଶୁଣାଯାଇଛି । ଆଉ ଏହା ଭିତରେ ସେ ଅନେକ ଥର ସମାଲୋଚନା ବି କରିଛନ୍ତି ।

author-image

Modi-Nicest-looking-guy

Modi-Nicest-looking-guy Photograph: (OTV)

କେବେ ତାରିଫ୍, କେବେ ଟାରିଫ୍… ।   ‘ପିଏମ୍ ମୋଦି ଖୁବ୍ ହ୍ୟାଣ୍ଡସମ୍, ସେ ଦେଖିବାକୁ ସବୁଠୁ ସୁନ୍ଦର । ହେଲେ ଯେତିକି ଭଲ ଦେଖାଯାଆନ୍ତି, ସେତିକି ସେ କଠୋର’… ଏ କଥା ଆମେ କହୁନୁ, ଏଭଳି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଦକ୍ଷିଣ କୋରିଆ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଉଥରେ ପ୍ରଶଂସାରେ ପୋତି ପକାଇଛନ୍ତି ଟ୍ରମ୍ପ ।

ଏଣ୍ଡୁଅ ଠାରୁ ଆହୁରି ବଳିକି ଡୋନାଲ୍ଡ ଟ୍ରମ୍ପ । ତାଙ୍କର ନୀତି ଭଳି ତାଙ୍କ ବୟାନ ବି କଳ୍ପନା ବାହାରେ । ସେ କେତେବେଳେ ରଙ୍ଗ ବଦଳାନ୍ତି ଆଉ କାହା ପାଇଁ କ’ଣ କୁହନ୍ତି, କିଛି ଜାଣି ହୁଏନା । କିଛି ଦିନ ତଳେ ଟ୍ରମ୍ପ ଦକ୍ଷିଣ କୋରିଆ ଯାଇଥିଲେ ଏପେକ୍ ସମ୍ମିଳନୀରେ ଯୋଗଦେବାକୁ । ଆଉ ସେଠି ମଞ୍ଚରେ ଛିଡା ହୋଇ ପ୍ରଶଂସା ପୋତିଦେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ । ପିଏମ୍ ମୋଦି ଖୁବ୍ ଗୁଡ୍ ଲୁକିଂ କହି ତାରିଫ୍ କରିଥିଲେ ସେ । 

ଟ୍ରମ୍ପ ମୋଦିଙ୍କୁ ପ୍ରଶଂସା କରିବା କିଛି ନୂଆ ନୁହେଁ । କେତେବେଳେ ମହାନ ଲିଡର୍ ତ ଆଉ କେତେବେଳେ ମୋଦିଙ୍କୁ ଭଲ ବନ୍ଧୁ କହୁଥିବାର ପୂର୍ବରୁ ଶୁଣାଯାଇଛି । ଆଉ ଏହା ଭିତରେ ସେ ଅନେକ ଥର ସମାଲୋଚନା ବି କରିଛନ୍ତି । ଏଇ ଯେମିତି ଋଷ୍ ଠାରୁ ତେଲ କିଣାକୁ ନେଇ ଦୁଇ ମାସ ତଳେ ଭାରତକୁ ମୃତ ଅର୍ଥନୀତି କହି ସମାଲୋଚନା କରିଥିଲେ ଟ୍ରମ୍ପ । ଏପରିକି ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ବସାଇଥିଲେ । ହେଲେ କାଲି ଯାଏ ଭାରତକୁ ଟାରିଫ୍‌ ଧମକ ଦେଇ ହେଉଥିବା ଟ୍ରମ୍ପ ଏବେ ଭାରତର ପ୍ରଧାନମନ୍ତ୍ରୀଙ୍କ ତାରିଫ୍ କରି ଥକୁ ନାହାନ୍ତି ।

ତେବେ ଦକ୍ଷିଣ କୋରିଆରେ ବି ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିଥିବାର କଥା ଦୋହରାଇ ଥିଲେ ରାଷ୍ଟ୍ରପତି ଟ୍ରମ୍ପ । ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ଯୁଦ୍ଧ କରୁଥିଲେ । ଦୁହେଁ କହିଲେ ନା ନା…ଆମକୁ ଲଢିବାକୁ ଦିଅ । ପ୍ରଧାନମନ୍ତ୍ରୀ ମୋଦି ସବୁଠୁ ସୁନ୍ଦର ଦେଖାଯା‌ଆନ୍ତି । ହେଲେ ସେ ଭାରି କଠୋର । ତାଙ୍କୁ ବୁଝାଇବା ଭାରି କଷ୍ଟ । ସେ ଯୁଦ୍ଧ ବନ୍ଦ କରିବାକୁ ମନା କଲେ । ତାଙ୍କ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲି । କିନ୍ତୁ ଦୁଇ ଦିନ ପରେ ସେ ମତେ ଫୋନ୍ କଲେ ଆଉ କହିଲେ, ଆମେ ଯୁଦ୍ଧ ବନ୍ଦ କରିବୁ । ଏହା କହିବା ସହିତ ଭାରତ ସହ ଖୁବଶୀଘ୍ର ଟ୍ରେଡ୍ ଡିଲ୍ କରିବେ ବୋଲି ବି ଇସାରା ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ ।   ରାଷ୍ଟ୍ରପତି  ଟ୍ରମ୍ପ ବାରମ୍ବାର ଯୁଦ୍ଧ ବନ୍ଦ କରିଥିବାର କହି ହେଉଥିବା ବେଳେ ଏହାକୁ ସଫା ସଫା ଖଣ୍ଡନ କରିଆସୁଛି ଭାରତ ।  

Scroll to Top