Suspension Order Controversy: ବିଜୁ ଲିଗାସୀକୁ ଭୋଟ୍ ଦେଇଛି, ନିଲମ୍ବନ ନିର୍ଦ୍ଦେଶକୁ ଗ୍ରହଣ କରିପାରୁନି

suspension-order-controversy:-ବିଜୁ-ଲିଗାସୀକୁ-ଭୋଟ୍-ଦେଇଛି,-ନିଲମ୍ବନ-ନିର୍ଦ୍ଦେଶକୁ-ଗ୍ରହଣ-କରିପାରୁନି

ଭାବିଚିନ୍ତି ଭୋଟ୍‌ ଦେଇଛି । ବିଜୁ ଲିଗାସୀକୁ ଭୋଟ୍ ଦେଇଛି । ପ୍ରଥମ ଭୋଟ୍ ଦଳର ନିର୍ଦ୍ଦେଶରେ ଦେଇଛି । ଦ୍ଵିତୀୟ ଭୋଟ୍ ସ୍ୱାଧୀନ ପ୍ରାର୍ଥୀଙ୍କୁ ଦେଇଛି । ଦଳର ନିର୍ଦ୍ଦେଶକୁ କେବେ ଅବହେଳା କରିନି ।

Published By: Ruby – Prameya-News7 Bureau | March 22, 2026 12:20 PM

NEWS7

Chakramani Kanhar

ଭୁବନେଶ୍ବର ୨୨।୩: ନିଲମ୍ବନ ନିର୍ଦ୍ଦେଶକୁ ମୁଁ ଗ୍ରହଣ କରି ପାରୁନି ବୋଲି କହିଛନ୍ତି ଚକ୍ରମଣୀ କହଁର । ଭାବିଚିନ୍ତି ଭୋଟ୍‌ ଦେଇଛି । ବିଜୁ ଲିଗାସୀକୁ ଭୋଟ୍ ଦେଇଛି । ପ୍ରଥମ ଭୋଟ୍ ଦଳର ନିର୍ଦ୍ଦେଶରେ ଦେଇଛି । ଦ୍ଵିତୀୟ ଭୋଟ୍ ସ୍ୱାଧୀନ ପ୍ରାର୍ଥୀଙ୍କୁ ଦେଇଛି । ଦଳର ନିର୍ଦ୍ଦେଶକୁ କେବେ ଅବହେଳା କରିନି । ଏବେ ଦଳ ନିଷ୍ପତ୍ତି କ’ଣ କରିବ ସେଇଟା ସେମାନେ ନିଷ୍ପତ୍ତି ନେବେ । ଆମେ ଲୋକଙ୍କ ସେବାରେ ଥିଲୁ, ଅଛୁ ଆଉ ରହିବୁ । ରାଜ୍ୟସଭାରେ ହ୍ୱିପ୍ ଲାଗୁ ହୁଏ ନାହିଁ । ମୁଁ ବିଶ୍ଵାସ ଘାତକତା କରିନାହିଁ । ବାଲିଗୁଡା ଜନ ସାଧାରଣଙ୍କ ସହ ଅଛି । ମୁଁ ବିଜେଡି ସହିତ ଥିଲି, ଅଛି ଆଉ ରହିବି ବୋଲି ଚକ୍ରମଣୀ କହଁର କହିଛନ୍ତି ।

Also Read:- BJD Politics : ଦଳକୁ ଦୁର୍ବଳ ପାଇଁ ଚାଲିଥିଲା ଚେଷ୍ଟା, ସାଧାରଣ ନିର୍ବାଚନ ପରେ ହୋଇଥିଲା ଷଡ଼ଯନ୍ତ୍ର

Scroll to Top