Sri Mandir Managing Committee: ‘ସପ୍ତାହେ ମଧ୍ୟରେ ଗଠନ ହେବ ଶ୍ରୀମନ୍ଦିର ପରିଚାଳନା କମିଟି’

sri-mandir-managing-committee:-‘ସପ୍ତାହେ-ମଧ୍ୟରେ-ଗଠନ-ହେବ-ଶ୍ରୀମନ୍ଦିର-ପରିଚାଳନା-କମିଟି’

‘ରାଜ୍ୟସରକାରଙ୍କ ପକ୍ଷରୁ ପରିଚାଳନା କମିଟି ଗଠନ ନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। କମିଟି ଗଠନ ପରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି ମଣତି କରାଯିବ। ’

Sujit kumar Swain

  • Published: Friday, 15 August 2025
  • Last updated: 15 August 2025, 12:40 PM IST

Sri Mandir Managing Committee to be formed soon Credit: OTV

Sri Mandir Managing Committee to be formed soon

ସପ୍ତାହେ ମଧ୍ୟରେ ଗଠନ ହେବ ଶ୍ରୀମନ୍ଦିର ପରିଚାଳନା କମିଟି। ପୁରୀରେ ସ୍ବାଧୀନତା ଦିବସ ସମାରୋହ କାର୍ଯ୍ୟକ୍ରମ ଅବସରରେ ଏହି ବଡ଼ ଘୋଷଣା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ରାଜ୍ୟସରକାରଙ୍କ ପକ୍ଷରୁ ପରିଚାଳନା କମିଟି ଗଠନ ନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। କମିଟି ଗଠନ ପରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି ମଣତି କରାଯିବ। ଆରବିଆଇର ଦୁଇ ଅଧିକାରୀଙ୍କ ଉପସ୍ଥିତିରେ ଗଣତି ମଣତି ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ। ସେହିପରି ଆଗାମୀ ରଥଯାତ୍ରା ପାଇଁ ଖୁବ୍ ଶୀଘ୍ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ବୋଲି କହିଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

Also Read

ଓଟିଭି ହ୍ଵାଟ୍ସଅପ

Scroll to Top