Sri Lanka:ସରକାରୀ ଟଙ୍କାରେ ବିଦେଶ ଭ୍ରମଣ…ପୂର୍ବତନ ରାଷ୍ଟ୍ରପତି ଗିରଫ

sri-lanka:ସରକାରୀ-ଟଙ୍କାରେ-ବିଦେଶ-ଭ୍ରମଣ…ପୂର୍ବତନ-ରାଷ୍ଟ୍ରପତି-ଗିରଫ

୨୦୨୩ ସେପ୍ଟେମ୍ବର ମାସରେ ବିକ୍ରିମସିଙ୍ଘେ ଜି୭୭ ସମ୍ମିଳନୀରେ ଯୋଗ ଦେବାକୁ ହାବାନା ଯାଇଥିଲେ। ସେଠାରୁ ଫେରିବା ବେଳେ ସେ ଲଣ୍ଡନରେ ରହିଥିଲେ। ସେଠାରେ ସେ ଓ ତାଙ୍କ ପତ୍ନୀ ଗୋଟିଏ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ଏହି ଗସ୍ତ ସମୟରେ ସେ ସରକାରୀ ପାଣ୍ଠି ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।

ସରକାରୀ ପାଣ୍ଠି ହେରଫେର ମାମଲାରେ ଗିରଫ ହୋଇଛନ୍ତି ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ। ଶୁକ୍ରବାର କ୍ରିମିନାଲ ଇନଭେଷ୍ଟିଗେସନ ଡିପାର୍ଟମେଣ୍ଟ ବା ସିଆଇଡି ତାଙ୍କୁ ଗିରଫ କରିଛି। ସେ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଥିବା ବେଳେ ନିଜର ବ୍ୟକ୍ତିଗତ ବିଦେଶ ଭ୍ରମଣ ପାଇଁ ସରକାରୀ ପାଣ୍ଠିକୁ ଖର୍ଚ୍ଚ କରିଥିଲେ। ଏହାର ପ୍ରମାଣ ମିଳିବା ପରେ ସିଆଇଡି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

୭୬ ବର୍ଷୀୟ ବିକ୍ରମସିଙ୍ଘେ ପତ୍ନୀ ପ୍ରଫେସର ମୈଥ୍ରୀ ବିକ୍ରମସିଙ୍ଘେ ବ୍ରିଟିଶ ବିଶ୍ୱବିଦ୍ୟାଳୟରେ ପିଲାଙ୍କୁ ପାଠପଢ଼ାନ୍ତି। ୨୦୨୩ ସେପ୍ଟେମ୍ବର ମାସରେ ପତ୍ନୀଙ୍କ ବିଶ୍ୱବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହା ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏଥିରେ ଯୋଗଦେବାକୁ ବିକ୍ରମସିଙ୍ଘେ ଇଂଲଣ୍ଡ ଗସ୍ତ କରିଥିଲେ। କିନ୍ତୁ ଗସ୍ତର ସମସ୍ତ ଖର୍ଚ୍ଚ ସରକାରୀ ପାଣ୍ଠିରୁ କରାଯାଇଥିଲା।

Ranil WickremesingheRanil Wickremesinghe

Also Read

ସେ ସରକାରୀ ପାଣ୍ଠିକୁ ନିଜ ବ୍ୟକ୍ତିଗତ କାମରେ ଖର୍ଚ୍ଚ କରିଥିବାରୁ ତାଙ୍କୁ ଆଜି ଗିରଫ କରାଯାଇଛି। ଗିରଫ ପରେ ବିକ୍ରମସିଙ୍ଘେଙ୍କୁ କଲମ୍ବୋ ଫୋର୍ଟ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରାଯାଇଛି। ଗିରଫଦାରୀ ପୂର୍ବରୁ ସିଆଇଡି ଅଧିକାରୀମାନେ ତାଙ୍କ କର୍ମଚାରୀଙ୍କୁ ଗସ୍ତର ଖର୍ଚ୍ଚ ସମ୍ପର୍କରେ ଜେରା କରିଥିଲେ।

୨୦୨୩ ସେପ୍ଟେମ୍ବର ମାସରେ ବିକ୍ରିମସିଙ୍ଘେ ଜି୭୭ ସମ୍ମିଳନୀରେ ଯୋଗ ଦେବାକୁ ହାବାନା ଯାଇଥିଲେ। ସେଠାରୁ ଫେରିବା ବେଳେ ସେ ଲଣ୍ଡନରେ ରହିଥିଲେ। ସେଠାରେ ସେ ଓ ତାଙ୍କ ପତ୍ନୀ ଗୋଟିଏ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ଏହି ଗସ୍ତ ସମୟରେ ସେ ସରକାରୀ ପାଣ୍ଠି ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।

Ranil WickremesingheRanil Wickremesinghe

କିନ୍ତୁ ବିକ୍ରମସିଙ୍ଘେ କହି ଆସିଥିଲେ ଯେ ପତ୍ନୀଙ୍କ ଗସ୍ତ ଖର୍ଚ୍ଚ ସେ ନିଜେ କରିଥିଲେ ଓ ସରକାରୀ ପାଣ୍ଠିର ବ୍ୟବହାର ହୋଇନି। ହେଲେ ସିଆଇଡି ଜାଣିବାକୁ ପାଇଛି ଯେ ବ୍ୟକ୍ତିଗତ ଗସ୍ତ ପାଇଁ ବିକ୍ରମସିଙ୍ଘେ ସରକାରୀ ପାଣ୍ଠି ବ୍ୟବହାର କରିଥିଲେ ଓ ତାଙ୍କ ଅଙ୍ଗରକ୍ଷୀମାନଙ୍କୁ ମଧ୍ୟ ସରକାରଙ୍କ ଖାତାରୁ ପ୍ରାପ୍ୟ ଦିଆଯାଇଥିଲା। ଏହା ଜଣାପଡ଼ିବା ପରେ ତାଙ୍କ ବିରୋଧରେ ମାମଲା ହୋଇଥିଲା।

୨୦୨୨ ଜୁଲାଇ ମାସରେ ବିକ୍ରମସିଙ୍ଘେ ଶ୍ରୀଲଙ୍କାର ରାଷ୍ଟ୍ରପତି ହୋଇଥିଲେ। ଗୋଟାବାୟା ରାଜପକ୍ଷ ଦୁର୍ନୀତି ଅଭିଯୋଗରେ ଫସିବାରୁ ଦେଶରେ ପ୍ରବଳ ବିକ୍ଷୋଭ ହୋଇଥିଲା। ଏଥିଯୋଗୁ ସେ ଇସ୍ତଫା ଦେଇଥିଲେ। ଏହାପରେ ବିକ୍ରମସିଙ୍ଘେ ରାଷ୍ଟ୍ରପତି ହୋଇଥିଲେ।

Ranil WickremesingheRanil Wickremesinghe

୨୦୨୨ରେ ଶ୍ରୀଲଙ୍କା ସାଂଘାତିକ ଆର୍ଥିକ ସଙ୍କଟର ସାମ୍ନା କରୁଥିବା ବେଳେ ବିକ୍ରମସିଙ୍ଘେ ଏହାକୁ ସୁଧାରି ଥିବା କୁହାଯାଇଥିଲା। କିନ୍ତୁ ସେପ୍ଟେମ୍ବର ମାସରେ ହୋଇଥିବା ପୁନଃ ନିର୍ବାଚନରେ ବିକ୍ରମସିଙ୍ଘେ ପରାସ୍ତ ହୋଇଥିଲେ।

Scroll to Top