UP ରାଜନୀତିରେ ବଡ଼ ହଲଚଲ। ମହଙ୍ଗା ପଡ଼ିଲା ‘ଯୋଗୀ’ଙ୍କୁ ପ୍ରଶଂସା। ଦଳରୁ ତଡ଼ା ଖାଇଲେ ସମାଜବାଦୀ ପାର୍ଟି ବିଧାୟିକା ।
ମହାଙ୍ଗା ପଡ଼ିଲା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା । ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ଦଳରୁ ବିଦା ହେଲେ ସମାଜବାଦୀ ପାର୍ଟି ବିଧାୟିକା ପୂଜା ପାଲ । ଏକ ଚିଠିରେ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପୂଜା ପାଲଙ୍କ ଉପରେ ଦଳ ବିରୋଧୀ କାର୍ଯ୍ୟକଳାପର ଆରୋପ ଲଗାଇ ତାଙ୍କୁ ଦଳରୁ ବିଦା କରାଯାଇଥିବା ବିଷୟରେ ଜଣାଇଛନ୍ତି ।
ଚିଠିରେ ଲେଖାଯାଇଛି ଯେ, ‘ଆପଣଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ଦଳ ବିରୋଧୀ ଏବଂ ଶୃଙ୍ଖଳାର ଗମ୍ଭୀର ଉଲ୍ଲଂଘନ। ତେଣୁ, ଆପଣଙ୍କୁ ତୁରନ୍ତ ସମାଜବାଦୀ ପାର୍ଟିରୁ ବହିଷ୍କାର କରାଯାଉଛି। ଏହା ସହିତ, ଆପଣଙ୍କୁ ଦଳର ଅନ୍ୟ ପଦବୀରୁ ହଟାଇ ଦିଆଯିବ ଏବଂ ଆପଣ ଦଳର କୌଣସି କାର୍ଯ୍ୟକ୍ରମ କିମ୍ବା ବୈଠକରେ ଗ୍ରହଣ କରିପାରିବେ ନାହିଁ କିମ୍ବା ଆପଣଙ୍କୁ ନିମନ୍ତ୍ରଣ କରାଯିବ ନାହିଁ।
ଉତ୍ତର ପ୍ରଦେଶ ବିଧାନସଭାରେ ଭିଜନ୍ ଡକ୍ୟୁମେଣ୍ଟ ୨୦୪୭କୁ ନେଇ ଚାଲିଥିଲା ମାରାଥନ୍ ଚର୍ଚ୍ଚା । ଆଉ ଏହି ଚର୍ଚ୍ଚା ଭିତରେ ସମାଜବାଦୀ ପାର୍ଟିର ବିଧାୟିକା ପୂଜା ପାଲ ଭାଗ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଖୋଲାଖୋଲି ଭାବେ ପ୍ରଶଂସା କରିଥିଲେ । ଯାହାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା ।
Also Read
ସେ କହିଥିଲେ ଯେ, ସମସ୍ତେ ଜାଣିଛନ୍ତି ତାଙ୍କ ସ୍ୱାମୀଙ୍କ ହତ୍ୟା କିଏ କରିଥିଲା । ହେଲେ ଏଭଳି ଏକ କଠିନ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ କଥା ଶୁଣିଥିଲେ, ଆଉ ତାଙ୍କୁ ନ୍ୟାୟ ଦେଇଥିଲେ । ଯେଉଁଥିପାଇଁ ସେ ତାଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲେ । ଏହାସହ ପ୍ରୟାଗରାଜର ଅନେକ ମହିଳା ଯୋଗୀଙ୍କ ପାଇଁ ନ୍ୟାୟ ପାଇଥିଲେ ବୋଲି ବିଧାନସଭାରେ କହିଥିଲେ ସମାଜବାଦୀ ପାର୍ଟିର ବିଧାୟିକା ପୂଜା ପାଲ ।
ସୂଚନା ଅନୁସାରେ, ୨୦୦୪ ନିର୍ବାଚନରେ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦର ଭାଇ ଅଶରଫକୁ ହରାଇଥିଲେ ପୂଜା ପାଲଙ୍କ ସ୍ବାମୀ ରାଜୁ । ଆଉ ଏଥିରେ ରାଗିଯାଇ ଦୁଇ ଭାଇ ୨୫ ଜାନୁଆରୀ ୨୦୦୫ରେ ରାଜୁଙ୍କୁ ଗୁଳିକରି ହତ୍ୟା କରିଥିଲେ ।




