Son Killed Mother: ସନ୍ତାନ ସାଜିଲା ସଇତାନ; ୭୬ ବର୍ଷୀୟା ମାଆକୁ ମାରିଦେଲା

son-killed-mother:-ସନ୍ତାନ-ସାଜିଲା-ସଇତାନ;-୭୬-ବର୍ଷୀୟା-ମାଆକୁ-ମାରିଦେଲା

ସାମାନ୍ୟ ଟିଭି ରିମୋଟ୍ ପାଇଁ ଝଗଡା ହେବା ପରେ ନିଶାରେ ମାଆକୁ ଜୀବନରୁ ହତ୍ୟା କରିଛି ପୁଅ। ମଦ୍ୟପ ଅବସ୍ଥାରେ ତାଙ୍କ ମାଆଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା।

ୟୁକେର ବର୍ମିଂହାମରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଭାରତୀୟ ବଂଶୋଦ୍ଭବ ୩୯ ବର୍ଷୀୟ ସୁରଜିତ ସିଂହଙ୍କୁ ତାଙ୍କ ୭୬ ବର୍ଷୀୟା ମାଆ ମୋହିନ୍ଦର କୌରଙ୍କ ହତ୍ୟା ପାଇଁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ମାମଲାରେ, କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ସିଂହଙ୍କୁ ଅତି କମରେ ୧୫ ବର୍ଷ ଜେଲରେ ରହିବାକୁ ପଡିବ, ଆଉ ତା’ପରେ ତାଙ୍କୁ ପାରୋଲରେ ମୁକ୍ତ କରାଯିବା ନେଇ ବିଚାର କରାଯିବ।

ଏହି ସମ୍ପୂର୍ଣ୍ଣ ଘଟଣାଟି ସେପ୍ଟେମ୍ବର ୨୦୨୩ର। ଏକ ଟିଭି ରିମୋଟ୍ ପାଇଁ ଏକ ଛୋଟ ଝଗଡା ପୂରା ପରିବାରକୁ ଭାଙ୍ଗି ଦେଇଛି। ଏହି ଝଗଡାରେ, ସୁରଜିତ ମଦ୍ୟପ ଅବସ୍ଥାରେ ତାଙ୍କ ମାଆଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ପୋଲିସ ତଦନ୍ତରୁ ଜଣାପଡିଛି ଯେ ଆକ୍ରମଣ ସମୟରେ ତାଙ୍କ ଶରୀରରେ କୋକେନ୍ ଏବଂ ମଦ୍ୟପାନର ସଂକେତ ମିଳିଛି।

ବର୍ମିଂହାମ କ୍ରାଉନ୍ କୋର୍ଟର ବିଚାରପତି ଏହାକୁ ଜଣେ ବୃଦ୍ଧ ଏବଂ ଦୁର୍ବଳ ମହିଳାଙ୍କ ଉପରେ ଏକ ନିର୍ମମ ଆକ୍ରମଣ ବୋଲି କହିଛନ୍ତି। ୱେଷ୍ଟ ମିଡଲ୍ୟାଣ୍ଡସ୍ ପୋଲିସର ଡିଟେକ୍ଟିଭ୍ ଇନ୍ସପେକ୍ଟର କହିଛନ୍ତି: “ଏହା ଏକ ଅଜଥା ହତ୍ୟାକାଣ୍ଡ ଯାହା ସମଗ୍ର ପରିବାରକୁ ଦୁଃଖ ଦେଇଛି। ଆମର ସମବେଦନା ପୀଡିତାଙ୍କ ପରିବାର ସହିତ ଅଛି।”

Also Read

ଆକ୍ରମଣ ପରେ, ସୁରଜିତ ଜଣେ ସମ୍ପର୍କୀୟଙ୍କୁ ଘଟଣା ବିଷୟରେ ଜଣାଇଥିଲେ ଆଉ ଘରୁ ବାହାରି ପଳାଇଯାଇଥିଲେ। ସମ୍ପର୍କୀୟ ଜଣକ ଚିନ୍ତାରେ ପଡିଯାଇଥିଲେ ଆଉ ଜରୁରୀକାଳୀନ ନମ୍ବରକୁ କଲ୍ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମୋହିନ୍ଦର କୌରଙ୍କୁ ଘରର ଡ୍ରଇଂ ରୁମରେ ଅଚେତ ଅବସ୍ଥାରେ ପାଇଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଛି।

ପରେ ପୋଲିସ ସେହି ଘରୁ ସୁରଜିତଙ୍କୁ ଗିରଫ କରିଛି। ତେବେ ଏହି ହତ୍ୟା ସେ ଜାଣିଶୁଣି କରି ନ ଥିବା କହିଛନ୍ତି। ସେ କହିଛନ୍ତି ଯେ କେବଳ ତାଙ୍କ ରାଗ ଉପରେ ନିୟନ୍ତ୍ରଣ କରି ପାରି ନଥିଲେ। ପୋଲିସ କିନ୍ତୁ କହିଛି ଯେ ମୋହିନ୍ଦର କୌରଙ୍କୁ ଅନେକ ଥର ଆଘାତ କରାଯାଇଛି, ତାଙ୍କୁ ମୁଥ ଆଉ ଲାତ ମରାଯାଇଛି। ଏପରିକି ଗୋଇଠା ମଧ୍ୟ ଦିଆଯାଇଛି। ତେବେ ଏନେଇ କୌଣସି ହତିଆର ବ୍ୟବହାର କରାଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ।

ଅଧିକ ଦେଖିବା ପାଇଁ ଭିଜିଟ୍ କରନ୍ତୁ:

Scroll to Top