Snakebite Death : ସାପ କାମୁଡା ରୋଗୀକୁ ଚେରମୂଳି ଚିକିତ୍ସା, ଉଡ଼ିଗଲା ପ୍ରାଣବାୟୁ

snakebite-death-:-ସାପ-କାମୁଡା-ରୋଗୀକୁ-ଚେରମୂଳି-ଚିକିତ୍ସା,-ଉଡ଼ିଗଲା-ପ୍ରାଣବାୟୁ

ସାପ କାମୁଡା ରୋଗୀକୁ ମେଡିକାଲ ନେବା ବଦଳରେ ପରିବାର ଲୋକେ ଦେଲେ ଚେରମୂଳି ଚିକିତ୍ସା । ପରେ ଅବସ୍ଥା ଗୁରୁତର ହେବାରୁ ମେଡିକାଲ ନେବା ବାଟରେ ଉଡ଼ିଗଲା ପ୍ରାଣବାୟୁ ।

Debadatta Aryashrestha

  • Published: Saturday, 23 August 2025
  • Last updated: 23 August 2025, 02:57 PM IST

Snakebite deathCredit: OTV

Snakebite death

ସଚେତନତାର ଅଭାବ ନା ଅନ୍ଧବିଶ୍ୱାସର କୁପରିଣତି… ଯାହାବି କୁହନ୍ତୁ, କିନ୍ତୁ ଅକାଳେ ଝଡ଼ି ପଡିଲା ଗୋଟିଏ ମୂଲ୍ୟବାନ ଜୀବନ । ହୁଏତ ଟିକିଏ ସଚେତନ ହୋଇଥିଲେ, ରୋକି ହୋଇପାରିଥାନ୍ତା ଏଭଳି ଅଘଟଣ । ଗଜପତି ଜିଲ୍ଲାର ଏହି ଘଟଣା ଆପଣଙ୍କୁ ବ୍ୟଥିତ କରିବ ନିଶ୍ଚୟ । ସାପ କାମୁଡା ରୋଗୀକୁ ମେଡିକାଲ ନେବା ବଦଳରେ ପରିବାର ଲୋକେ ଦେଲେ ଚେରମୂଳି ଚିକିତ୍ସା । ପରେ ଅବସ୍ଥା ଗୁରୁତର ହେବାରୁ ମେଡିକାଲ ନେବା ବାଟରେ ଉଡ଼ିଗଲା ପ୍ରାଣବାୟୁ । ଏଭଳି ଦୁଃଖଦ ଘଟଣା ଘଟିଛି ଅଡବା ଥାନା ପୁରୁଣା ଗାଁରେ ।

ସାପ କାମୁଡ଼ାରେ ମୃତକ ହେଲେ ପୁରୁଣା ଗାଁର ପ୍ରତାପ ମାଝୀ । ସେ ଘରେ ଶୋଇଥିବାବେଳେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା । ପରିବାରଲୋକେ ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନେବା ବଦଳରେ ଭଳିଆପଦର ଗାଁକୁ ଚେରମୂଳି ଚିକିତ୍ସା କରାଇବାକୁ ନେଇ ଯାଇଥିବା ଅଭିଯୋଗ ହୋଇଛି । ଚେରମୂଳି ଚିକିତ୍ସା ପରେ ପୁଣି ଘରକୁ ଫେରି ଆସିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ମେଡିକାଲ ନେବା ବାଟରେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା । ଏହି ଘଟଣାରେ ଗୋଟିଏ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଏନେଇ ପୋଲିସର କିନ୍ତୁ ପ୍ରତିକ୍ରିୟା ମିଳିପାରିନାହିଁ ।

Also Read

ଓଟିଭି ବିଜ୍ଞାପନ

Scroll to Top