SIR ଉପରେ SCଙ୍କ ବଡ଼ ନିଷ୍ପତ୍ତି, ଅଗଷ୍ଟ ୧୯ ସୁଦ୍ଧା ହଟାଯାଇଥିବା ନାଁର ତାଲିକା ଦେବାକୁ ECIକୁ ଆଦେଶ

sir-ଉପରେ-scଙ୍କ-ବଡ଼-ନିଷ୍ପତ୍ତି,-ଅଗଷ୍ଟ-୧୯-ସୁଦ୍ଧା-ହଟାଯାଇଥିବା-ନାଁର-ତାଲିକା-ଦେବାକୁ-eciକୁ-ଆଦେଶ

ନୂଆଦିଲ୍ଲୀ: ବିହାରରେ ଭୋଟର ତାଲିକାରୁ ହଟା ଯାଇଥିବା ୬୫ ଲକ୍ଷ ଭୋଟରଙ୍କ ନାଁ ଜାରି କରିବ ନିର୍ବାଚନ ଆୟୋଗ। ଗୁରୁବାର ବିହାରର ଭୋଟର ତାଲିକାର ସ୍ଵତନ୍ତ୍ର ପୁନଃ ନିରୀକ୍ଷଣ ବିରୋଧରେ ଦାଖଲ ଯାଚିକା ଉପରେ ଶୁଣାଣି କରି ଏହି ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଖଣ୍ଡପୀଠ କହିଛନ୍ତି, ଆୟୋଗ ଅଗଷ୍ଟ ୧୯ ତାରିଖ ସୁଦ୍ଧା ସେହି ୬୫ ଲକ୍ଷ ଲୋକଙ୍କ ନାଁ ଦେବ ଯାହାଙ୍କୁ ଭୋଟର ତାଲିକାରୁ ହଟାଯାଇଛି। ଏହା ବ୍ୟତୀତ ଅଗଷ୍ଟ ୨୨ ତାରିଖ ସୁଦ୍ଧା ଏହି ଆଦେଶର ରିପୋର୍ଟ ବି ପ୍ରଦାନ କରନ୍ତୁ। ଶୁଣାଣି ସମୟରେ ନିର୍ବାଚନ ଆୟୋଗ ମୃତ, ଜିଲ୍ଲାସ୍ତରରେ ପଳାୟନ କରି ସାରିଥିବା କିମ୍ବା ଅନ୍ୟ  ସ୍ଥାନକୁ ଯାଇ ସାରିଥିବା ମତଦାତାଙ୍କ ତାଲିକା ଦେବାକୁ ସହମତି ପ୍ରକାଶ କରିଛନ୍ତି।ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅଗଷ୍ଟ ୨୩ ତାରିଖ ଧାର୍ଯ୍ୟ କରାଯାଇଛି।

ସୁପ୍ରିମକୋର୍ଟ କହିଛନ୍ତି,  ଯେଉଁ ଲୋକଙ୍କ ନାଁ ଭୁଲ ପ୍ରକ୍ରିୟାରେ ହଟି ଯାଇଛି, ସେମାନଙ୍କ ଶୁଣାଣି ପାଇଁ ୩୦ ଦିନର ସୁଯୋଗ ଦିଆଯିବ। ଏହା ବ୍ୟତୀତ ଏହି ଲୋକଙ୍କ ନାଁ କାହିଁକି ତାଲିକାରୁ ହଟାଗଲା ତାର କାରଣ ବି ଦର୍ଶାଇବ ଆୟୋଗ। ଯଦି କାହାରି କୌଣସି ଆପତ୍ତି ରହିଛି ତେବେ ସେ ଆୟୋଗଙ୍କ ସହ ଯୋଗାଯୋଗ କରି ଆବଶ୍ୟକ ଦସ୍ତାବିଜ ଦେଇ ନାଁକୁ ଭୋଟର ତାଲିକାରେ ଯୋଡ଼ି ପାରିବେ। 

Also read: ମୃତ ବ୍ୟକ୍ତିଙ୍କ ସହ ଚା’ ପିିଇଲେ ରାହୁଲ ଗାନ୍ଧି, SIR ତାତି ବେଳେ ଫଟୋ ସେୟାର କଲେ ସାଂସଦ

ସୁପ୍ରିମକୋର୍ଟ କହିଛନ୍ତି, ଆୟୋଗ ଓ୍ଵେବସାଇଟ୍ ଓ ସ୍ଥାନର ବିବରଣୀ ପାଇଁ ସାର୍ବଜନୀନ ନୋଟିସ୍ ଜାରି କରିବା ଉପରେ ବିଚାର କରନ୍ତୁ। ଏଥିରେ ମୃତ, ପଳାୟନ କରିଥିବା ଏବଂ ଅନ୍ୟ ସ୍ଥାନକୁ ଚାଲି ଯାଇଥିବା ଲୋକଙ୍କ ସୂଚନା ଉପଲବ୍ଧ କରାନ୍ତୁ। ଏହା ଉପରେ ଆୟୋଗ କହିଛନ୍ତି, ଆମେ ରାଜନୈତିକ ଦଳର କର୍ମୀଙ୍କୁ ମୃତ, ପଳାୟନ କରିଥିବା କିମ୍ବା ଅନ୍ୟ ସ୍ଥାନକୁ ଚାଲି ଯାଇଥିବା ଲୋକଙ୍କ ତାଲିକା ଦେଇଥିଲୁ। 

ଏହା ଉପରେ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟ ବାଗଚୀଙ୍କ ପୀଠ ଗଭୀର ଅସନ୍ତୋଷ ପ୍ରକାଶ କରି କହିଛନ୍ତି, ଆମେ ଚାହୁଁନୁ ନାଗରିକଙ୍କ ଅଧିକାର ରାଜନୈତିକ ଦଳର କର୍ମୀଙ୍କ ଉପରେ ନିର୍ଭର କରିବ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ପଳାୟନ କରି ସାରିଥିବା କିମ୍ବା ଅନ୍ୟ ସ୍ଥାନକୁ ଚାଲି ଯାଇଥିବା ମତଦାତାଙ୍କ ନାଁକୁ ନୋଟିସ୍ ବୋର୍ଡ କିମ୍ବା ଓ୍ଵେବସାଇଟରେ ପ୍ରଦର୍ଶିତ କରିବାରେ ହେଉଥିବା ତ୍ରୁଟିର ସୁଧାର ପାଇଁ ସୁଯୋଗ ଦିଆଯିବ। 

Scroll to Top