Shubhamitra Murdered: ବସ୍ତା ଭିତରେ ନିଖୋଜ ଲେଡି କନଷ୍ଟେବଳ, ହୋଣ୍ଡା ସିଟି ଗାଡି ଭିତରେ ହତ୍ୟାର ସବୁ ପ୍ରମାଣ

shubhamitra-murdered:-ବସ୍ତା-ଭିତରେ-ନିଖୋଜ-ଲେଡି-କନଷ୍ଟେବଳ,-ହୋଣ୍ଡା-ସିଟି-ଗାଡି-ଭିତରେ-ହତ୍ୟାର-ସବୁ-ପ୍ରମାଣ

ଏପରିକି ଶୁଭମିତ୍ରା କାମ କରିବା ପାସ ଠୁ ଆରମ୍ଭ କରି ଘଟଣା ଘଟିବା ଦିନ ରାଜଭବନ ରେ ଟ୍ରିଟମେଣ୍ଟ କରାଯାଇଥିବା ଡକ୍ୟୁମେଣ୍ଟବି ପୋଲିସ ହାତରେ ଲାଗିଥିଲା। ଯାହାକୁ ଆଧାର କରି ପୋଲିସ ଦୀପକକୁ ଅଟକ ରଖି ପଚରା ଉଚୁରା କରିଥିଲା। ଶେଷରେ ସବୁ ସତକଥା ମାନିଥିଲା ଦୀପକ।

ଅତି ଜଘନ୍ୟ ଭାବେ ପ୍ରେମିକ ଦିପକ ରାଉତ କନେଷ୍ଟବଳ ଶୁଭମିତ୍ରା ମାରିଥିବା ଘଟଣା ଏବେ ଚର୍ଚ୍ଚାରେ। ଅତି ଚାଲାଖ ଭାବେ ଶୁଭମିତ୍ରାର ତଣ୍ଟି ଚିପି ମାରିଥିଲା ଅଭିଯୁକ୍ତ। ପ୍ରମାଣ ଲୁଚାଇବାକୁ କରିଥିଲା ଚାଲ। ରାତା ରାତି ଶୁଭସ୍ମିତାର ମୃତଦେହକୁ ବସ୍ତାରେ ଭର୍ତ୍ତି କରି ହୋଣ୍ଡା ସିଟି କାର ନମ୍ବର ଓ ଡି ୦୨ ଆର ୮୪୯୪ କେଉଁଝରର ଏକ ଜଙ୍ଗଲକୁ ନେଇଥିଲା। ଜଙ୍ଗଲ ଭିତରେ ଗାତ ଖୋଲି ମୃତଦେହକୁ ପୋତି ଥିଲା। ଘଟଣା ଘଟାଇ ଦୀପକ ଭୁବନେଶ୍ବର ଆସି ତା କାର୍ଯ୍ୟରେ ଯୋଗ ଦେଇଥିଲା।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ହୋଣ୍ଡା ସିଟି କାର ହିଁ ଦେଇଥିଲା ଶୁଭମିତ୍ରା ହତ୍ୟାର ସୁରାକ। ଗତ କିଛି ଦିନ ଧରି କେଉଁଝରରେ ହୋଣ୍ଡା ସିଟି ଗାଡି ବୁଲୁଥିବା ଜାଣିବାକୁ ପାଇଥିଲା କମିଶନର ପୋଲିସ। କେଉଁଝର ପୋଲିସ ସହାୟତାରେ କମିଶନରେଟ ପୋଲିସର ଏକ ଟିମ ହୋଣ୍ଡା ସିଟି ଗାଡିକୁ ସିଜ କରିଥିଲା। ତା ଭିତରେ ମିଳିଥିଲା ହତ୍ୟାର ସବୁ ପ୍ରମାଣ।

ଏପରିକି ଶୁଭମିତ୍ରା କାମ କରିବା ପାସ ଠୁ ଆରମ୍ଭ କରି ଘଟଣା ଘଟିବା ଦିନ ରାଜଭବନରେ ଟ୍ରିଟମେଣ୍ଟ କରାଯାଇଥିବା ଡକ୍ୟୁମେଣ୍ଟ ବି ପୋଲିସ ହାତରେ ଲାଗିଥିଲା। ଯାହାକୁ ଆଧାର କରି ପୋଲିସ ଦୀପକକୁ ଅଟକ ରଖି ପଚରା ଉଚୁରା କରିଥିଲା। ଶେଷରେ ସବୁ ସତକଥା ମାନିଥିଲା ଦୀପକ ।

Also Read

ଗୁରୁତ୍ବପୂର୍ଣ୍ଣ କଥା ହେଲା ପ୍ରେମିକ ଦୀପକ ପୋଲିସ କମିଶନରଙ୍କ ଅଫିସରେ କ୍ଲର୍କ ଭାବେ କାମ କରୁଥିଲେ। ସେ ଶୁଭମିତ୍ରାଙ୍କୁ ଖଣ୍ଡଗିରିର ଏକ ସଂସ୍ଥାରେ ବିବାହ କରିଥିଲେ। ଯାହାର ସାର୍ଟିଫିକେଟ ମଧ୍ୟ ପୋଲିସ ହାତରେ ଲାଗିଛି। ଦିପକ ପୂର୍ବରୁ ବିବାହିତ ଥିଲେ । ପ୍ରଥମ ପତ୍ନୀଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଆଉ ବୀମା ବାବଦରେ ଦିପକଙ୍କୁ କୋଟିଏ ଟଙ୍କା ମିଳିଥିଲା। ସେହି ଟଙ୍କାରୁ ଦୀପକ, ଶୁଭମିତ୍ରାଙ୍କୁ ୨୦ ଲକ୍ଷ ଟଙ୍କା ଦେଇଥିଲେ। ଏହି ୨୦ ଲକ୍ଷ ଟଙ୍କା ପାଇଁ ଦୁଇ ଜଣଙ୍କ ଭିତରେ ସବୁବେଳେ ଗଣ୍ଡଗୋଳ ହେଉଥିଲା। ଘଟଣା ଦିନ ଦୀପକ ଶୁଭମିତ୍ରାଙ୍କ ଭିତରେ ପାଟିତୁଣ୍ଡ ଉଗ୍ର ରୂପ ଧାରଣ କରିଥିଲା। ଆଉ ରାଗରେ ଦୀପକ ତଣ୍ଟି ଚିପି ହତ୍ୟା କରିଥିଲେ।

କମିଶନରେଟ ପୋଲିସ ଅଭିଯୁକ୍ତ ଦୀପକକୁ ନେଇ କେଉଁଝରର ଜଙ୍ଗଲ ଅଭିମୁଖେ ଯାଇଛି। ହତ୍ୟାର ପର୍ଦ୍ଦାଫାସ କରିବା ପାଇଁ ଅଭିଯୁକ୍ତର ଉପସ୍ଥିତିରେ ଶୁଭମିତ୍ରାର ମୃତଦେହକୁ ଖୋଳି ବାହାର କରିଛି। ସେପ୍ଟେମ୍ବର ୬ ତାରିଖରୁ ଶୁଭମିତ୍ରା ଡ୍ୟୁଟି ସାରି ଆଉ ଘରକୁ ଫେରି ନଥିଲେ। ଶୁଭମିତ୍ରାଙ୍କ ପରିବାର ତରଫରୁ ନିଖୋଜ ଥିବା କଥା ମାମଲା ରୁଜ୍ଜୁ ହୋଇଥିଲା।

Scroll to Top