Shreemayee Mishra: ଶ୍ରୀମୟୀଙ୍କ ନିଶାନା, କିଏ ଭଣ୍ଡ ସନ୍ନ୍ୟାସୀ?

shreemayee-mishra:-ଶ୍ରୀମୟୀଙ୍କ-ନିଶାନା,-କିଏ-ଭଣ୍ଡ-ସନ୍ନ୍ୟାସୀ?

ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ସୋସିଆଲ୍ ମିଡିଆରେ ଭଣ୍ଡ ସନ୍ନ୍ୟାସୀ କହି ପରୋକ୍ଷରେ ଭି.କେ. ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।

Chinmayee Sahoo

  • Published: Tuesday, 16 September 2025
  • Last updated: 16 September 2025, 12:00 PM IST

Shreemayee MishraCredit: OTV

ଶ୍ରୀମୟୀ

ଧୃତରାଷ୍ଟ୍ର ପରେ ଶ୍ରୀମୟୀଙ୍କ ସନ୍ନ୍ୟାସୀ ଉପାଖ୍ୟାନ। ନିଜ ସୋସିଆଲ୍ ମିଡିଆ ପେଜ୍ ରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଏଥର ସନ୍ନ୍ୟାସ ଉପାଖ୍ୟାନ ଲେଖିଛନ୍ତି, ଯାହା କି ପରୋକ୍ଷରେ ବିଜେଡିରୁ ସନ୍ନ୍ୟାସ ନେଇଥିବା ଭି.କେ. ପାଣ୍ଡିଆନଙ୍କ ଆଡକୁ ନିଶାନା ବୋଲି ଆଲୋଚନା ହେଉଛି।

ସନ୍ନ୍ୟାସ ଏବଂ ସନ୍ନ୍ୟାସୀ ଉପରେ ଆଧାରିତ ଏକ ୱେବ ସିରିଜ୍ ଦେଖିବା ପରେ ଶ୍ରୀମୟୀ ଲେଖିଛନ୍ତି- ଆଜିର ଯୁଗରେ ସନ୍ନ୍ୟାସୀଙ୍କ ପରିଭାଷା ଅଲଗା। ସଂସାରର ସମସ୍ତ ସୁଖ ସମ୍ଭୋଗଠୁ ଦୂରେଇ ରହିଥିବା ବ୍ୟକ୍ତିକୁ ହିଁ ସନ୍ନ୍ୟାସୀ ରୂପେ ସମାଜ ଗ୍ରହଣ କରେ। କିନ୍ତୁ ଏଥିରେ ବ୍ୟତିକ୍ରମ ହେଲେ ସମାଜ ତାକୁ ଭଣ୍ଡ ଆଖ୍ୟା ଦେବାକୁ ପଛାଏ ନାହିଁ। ହେଲେ ଏବେ କିଛି ଘଟଣା ତାର ବ୍ୟତିକ୍ରମ। ଯେଉଁମାନେ ସନ୍ନ୍ୟାସ କହି ସବୁ ସୁଖ ସ୍ବାଚ୍ଛନ୍ଦ ପ୍ରତି ଲାଳାୟିତ ରହୁଛନ୍ତି ଓ ଭଣ୍ଡ ସନ୍ନ୍ୟାସ ଆଖ୍ୟାରେ ପରିଚୟ ପାଇ ଶିରୋନାମା ମଣ୍ଡନ କରୁଛନ୍ତି।

ଏ ଯୁଗର କିଛି ସନ୍ନ୍ୟାସୀଙ୍କ ଭାଷାରେ ଜଗତ ପଛେ ନର୍କେ ପଡିଥାଉ, ମୋ ଜୀବନ ଉଦ୍ଧାର ହେଉ’ ବୋଲି ସେ ଲେଖିଛନ୍ତି। ଯେଉଁମାନେ ଜଗନ୍ନାଥଙ୍କ ନାଁ ନେଇ ଅନ୍ୟ ପାଇଁ ଗାତ ଖୋଳୁଛନ୍ତି, ସେମାନେ ନିଜେ ସେଇ ଗାତରେ ପଡୁଛନ୍ତି ବୋଲି ଲେଖିଛନ୍ତି ଶ୍ରୀମୟୀ। ତେବେ ଶ୍ରୀମୟୀଙ୍କ ତାଙ୍କ ପୋଷ୍ଟରେ ସ୍ପଷ୍ଟ ଭାବେ କାହା ନାଁ ନେଇନଥିଲେ ମଧ୍ୟ କାହାକୁ ଇଙ୍ଗିତ କରୁଛନ୍ତି ତାହା ସ୍ପଷ୍ଟ ଜଣାପଡୁଥିବାବେଳେ ବିଜେଡି କିନ୍ତୁ ଏ ନେଇ କୌଣସି ପ୍ରିତ୍ରିକ୍ରିୟା ମିଳିନାହିଁ।

Also Read

ଓଟିଭି ବିଜ୍ଞାପନ

Scroll to Top