Shodasha Upachara Puja: ଆଜି ପବିତ୍ର ମୂଳାଷ୍ଟମୀ, ଷୋଡ଼ଶ ଉପଚାର ନୀତିର ଆଦ୍ୟପର୍ବ, ଦେବୀ ପୀଠରେ ଆରମ୍ଭ ହୋଇଯାଇଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା

shodasha-upachara-puja:-ଆଜି-ପବିତ୍ର-ମୂଳାଷ୍ଟମୀ,-ଷୋଡ଼ଶ-ଉପଚାର-ନୀତିର-ଆଦ୍ୟପର୍ବ,-ଦେବୀ-ପୀଠରେ-ଆରମ୍ଭ-ହୋଇଯାଇଛି-ସ୍ୱତନ୍ତ୍ର-ପୂଜାର୍ଚ୍ଚନା

ଆଜି ପବିତ୍ର ମୂଳାଷ୍ଟମୀ, ଷୋଡ଼ଶ ଉପଚାର ପୂଜନୀତିର ଆଦ୍ୟପର୍ବ। ଆଜିଠାରୁ ସମସ୍ତ ଦେବୀ ପୀଠରେ ଆରମ୍ଭ ହୋଇଯାଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା। ମା’ କଟକ ଚଣ୍ଡୀଙ୍କ ଠାରୁ ଆରମ୍ଭ କରି ଝଙ୍କଡବାସିନୀ ମା’ ଶାରଳାଙ୍କ ପୀଠ ପର୍ଯ୍ୟନ୍ତ ସବୁଠି ଆନନ୍ଦ ଆଧ୍ୟାତ୍ମୀକ ପରିବେଶ। ପାର୍ବଣ ଆରମ୍ଭକୁ ନେଇ ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ।

ଆରମ୍ଭ ହେଲାଣି ପାର୍ବଣ ଋତୁ, ସଜେଇ ହେଲାଣି ପୂଜା ମଣ୍ଡପ। ଏବେ ସବୁଠି ଆନନ୍ଦ ଉଲ୍ଲାସ, ପାର୍ବଣର ପରିବେଶ। ଆଜି ଆଶ୍ୱୀନ କୃଷ୍ଣ ଅଷ୍ଟମୀ ତଥା ପବିତ୍ର ମୂଳାଷ୍ଟମୀ। ଆଜିଠାରୁ ଦେବୀ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଦିନାତ୍ମକ ପୂଜା। ଘଣ୍ଟ ଘଣ୍ଟା ସାଙ୍ଗକୁ ମାଆଙ୍କ ଆଳତୀରେ ପ୍ରକମ୍ପିତ ହେଲାଣି ପୁରା ପରିବେଶ। ଆଜି ପ୍ରାତଃରୁ ଶହସ୍ର କୁମ୍ଭାଭିଶେକ ଜଳରେ ଦେବୀପୀଠଗୁଡିକରେ ମାଆଙ୍କର ଦିବ୍ୟ ସ୍ନାନ ଆରମ୍ଭ ହେବା ସହିତ ସ୍ୱତନ୍ତ୍ର ପୂଜାବିଧି ଅନୁଷ୍ଠିତ ହୋଇଛି। ଶରତ ଋତୁରେ ମାଆଙ୍କ ଏହି ଆବାହନ ହେଥିବାରୁ ଏହାକୁ ଶାରଦୀୟ ଦୁର୍ଗୋତ୍ସବ କୁହାଯାଏ। ଅର୍ଥାତ୍ ଆଜିଠାରୁ ଆନୁଷ୍ଠାନିକ ଭାବରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି। କଟକ ଚଣ୍ଡୀ ମନ୍ଦିରରୁ ଆରମ୍ଭ କରି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲାଇଙ୍କ ପୀଠ ଯାଏଁ, ଝଙ୍କଡବାସୀନୀ ମା ଶାରଳ ପୀଠରୁ ମା ଚର୍ଚ୍ଚିକା ପୀଠ, ସବୁଠି ନୀତିକାନ୍ତି ଆନୁସାରେ ଆରମ୍ଭ ହୋଇଯାଇଛି ଷୋଡ଼ଶ ଉପଚାର ପୂଜା ବିଧି ।

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପବିତ୍ର ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଝଙ୍କଡ଼ବାସିନୀ ମାଆ ଶାରଳାଙ୍କୁ ବିଭିନ୍ନ ବେଶରେ ସୁସଜ୍ଜିତ କରାଯିବ। ଷୋଡଶ ଉପଚାର ନୀତିରେ ପୂଜା ସାଙ୍ଗକୁ ଚଣ୍ଡୀ ପାଠ ଏବଂ ସନ୍ଧ୍ୟାରେ ସୁନାବେଶରେ ଦର୍ଶନ ଦେବେ ମାଆ… ପରେପରେ ସୁସଜିତ ବିମାନରେ ମାଆଙ୍କ ବେଢ଼ା ପରିକ୍ରମା ନୀତି ସମ୍ପନ୍ନ କରାଯିବ

Also Read

ସେହିପରି ଆଜି ଭୋର୍ ଚାରିଟାରୁ ମା ଚର୍ଚ୍ଚିକାଙ୍କ ପୀଠରେ ପହଡ଼ ଫିଟାଯାଇଥିବା ବେଳେ ମହାନଦୀରୁ ଶହେ ଆଠ ଗରା ଜଳ ଅଣାଯାଇ ମା ଙ୍କୁ ସ୍ନାନ କରାଯାଇଥିଲା। ସୂର୍ଯ୍ୟପୂଜା ସାଙ୍ଗକୁ କଳସ ପୂଜା ଶେଷ ହେବା ପରେ ଅନ୍ୟାନ୍ୟ ନୀତିକାନ୍ତି ବଢ଼ିଥିଲା। ଆଜିଠାରୁ ଶ୍ରଦ୍ଧାଳୁମାନେ ମାଆ ମାର୍ଚ୍ଚିକାଙ୍କର ଦୁର୍ଲଭ ବେଶ ଦର୍ଶନର ସାନିଧ୍ୟ ପାଇବେ

ଯାଜପୁରର ଅଧିଷ୍ଠାତ୍ରୀ ବେଦୀ ମା ବିରଜଙ୍କା ପୀଠରେ ଆଜି ରାତିରୁ ଆରମ୍ଭ ହେବ ନୀତିକାନ୍ତି। ମାଆଙ୍କ ଜନ୍ମପୀଠ ବ୍ରହ୍ମାକୁଣ୍ଡରୁ ୧୦କଳସ ଜଳ ଆଣି ପୂଜକମାନେ ମାଆଙ୍କ ଦିବ୍ୟସ୍ନାନ କରାଇବେ। ସବୁଠାରୁ ନିଆରା ପର୍ବ ହେଉଛି, ଷୋଡ଼ଶ ଉପଚାର ପୂଜା ବିଦ୍ଧି ଭିତରେ ମା ବିରଜା ଏଠି ରଥାରୁଢ଼ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ।

ସେହିପରି ଶ୍ରୀକ୍ଷେତ୍ର ପୁରୀରେ ମା ବିମଳାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଦିନାତ୍ମକ ପୂଜା। ମୂଳଷ୍ଟମୀ ଅବସରରେ ମାଆଙ୍କୁ ସହସ୍ରା କୁମ୍ଭାଭିଷେକ ପରେ ନିଦ୍ରାରୁ ଜାଗ୍ରତ କରାଯାଇ ଘଟ ସ୍ଥାପନ ସହିତ ଆବାହନ କରାଯାଇଛି | ଏଥିପାଇଁ ଶ୍ରୀନଅରରେ ଗଜପତି ମହାରାଜା ରାଜଗୁରୁ ଆଚାର୍ଯ୍ୟଙ୍କୁ ଶ୍ରୀହସ୍ତ ଛୁଆଁ ଗୁଆ ନଡିଆ ପ୍ରଦାନ କରିଛନ୍ତି। ଗଜପତିଙ୍କ ପ୍ରତିନିଧି ଭାବେ ରାଜଗୁରୁ ଆଚାର୍ଯ୍ୟ ଏହି ଗୁଆ ନଡ଼ିଆ ୨୧ ଶ୍ରୋତୀୟ ବ୍ରାହ୍ମଣଙ୍କୁ ଦେଇ ବରଣ କରିଛନ୍ତି । 

ଅନ୍ୟପଟେ ବୌଦ୍ଧରେ ଇଷ୍ଟ ଦେବୀ ମା ଭୈରବୀଙ୍କ ପୀଠରେ ମଧ୍ୟରାତ୍ରରୁ ଖଣ୍ଡାବସା ପର୍ବ ଅନୁଷ୍ଠିତ ହୋଇଥିବା ବେଳେ  କାକଟପୁରରେ ମା ମଙ୍ଗଳା ପୀଠରେ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି। ପୀଠରେ ମାଆଙ୍କ ପୂଜା ଆରମ୍ଭ ହୋଇଯାଇଥିବା ବେଳେ ମୂର୍ଣ୍ମୟୀ ପ୍ରତିମାଙ୍କ ଦର୍ଶନ ପାଇଁ ଅନେଇ ରହିଛନ୍ତି ଶ୍ରଦ୍ଧାଳୁ

Scroll to Top