ସାନ ଭାଇକୁ କାମୁଡ଼ିଦେଲା ସାପ । ବୋତଲରେ ସାପକୁ ଭର୍ତ୍ତି କରି ମେଡିକାଲରେ ପହଞ୍ଚିଗଲେ ବଡ଼ ଭାଇ । ଗୁରୁତର ଅବସ୍ଥାରେ ସାନ ଭାଇର ଚାଲିଛି ଚିକିତ୍ସା ।
Published By: Ruby – Prameya-News7 Bureau | April 10, 2026 09:51 AM
NEWS7
ଅନୁଗୋଳ ୧୦।୪: ହାତରେ ବୋତଲ । ବୋତଲ ଭିତରେ ସାପ । ମେଡିକାଲରେ ପହଞ୍ଚିଲେ ବଡ଼ ଭାଇ । ସାନ ଭାଇକୁ କାମୁଡ଼ି ଦେଇଥିଲା ସାପ । ସେହି ସାପକୁ ଧରି ମେଡିକାଲରେ ପହଞ୍ଚିଲେ ବଡ଼ ଭାଇ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ମେଡିକାଲରେ । ସାନ ଭାଇକୁ ସାପ କାମୁଡ଼ିଲା ବୋଲି ସାପ ସହ ଭାଇକୁ ଆଣି ଅନୁଗୋଳ ମେଡିକାଲରେ ପହଞ୍ଚିଥିଲେ ବଡ଼ ଭାଇ ।
Also Read:- Weather Update: ଦିନକ ପରେ ମାଡ଼ି ଆସିବ ତାତି, ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେବ ଉପକୂଳ ଓଡ଼ିଶା
ଅନୁଗୋଳ ହେମସୁରପଡା ଅଞ୍ଚଳରେ କଲିକତା ଅଞ୍ଚଳର ଦୁଇ ଭାଇ ଘର ଭଡ଼ା ନେଇ ରହୁଥିଲେ । ହେମସୁରପଡାରେ ରହି ବିଭିନ୍ନ ସ୍ଥାନରେ କାମ କରୁଥିଲେ । ତେବେ ଗୁରୁବାର ଚା’ ପିଉଥିବା ସମୟରେ ସାନ ଭାଇକୁ ଏକ ଚିତି ସାପ କମୁଡି ଦେଇଥିଲା । ଯାହାକୁ ଦେଖି ବଡ଼ ଭାଇ ଡରିଯାଇଥିଲେ । ସଙ୍ଗେ ସଙ୍ଗେ ସାନ ଭାଇକୁ ନେଇ ଅନୁଗୋଳ ମେଡିକାଲକୁ ଆସିଥିଲେ । ଏହାସହ କାମୁଡ଼ିଥିବା ସାପକୁ ମଧ୍ୟ ଧରି ମେଡିକାଲରେ ପହଞ୍ଚିଥିଲେ ବଡ଼ ଭାଇ । ସେହି ସାପ କାମୁଡ଼ିଥିଲା ବୋଲି ତାକୁ ଧରି ମେଡିକାଲକୁ ଆସିଥିଲେ ବଡ଼ ଭାଇ । ମେଡିକାଲରେ ସାନ ଭାଇଙ୍କର ଚିକିତ୍ସା ଜାରି ରହିଛି ।




