Shah Rukh Khan: ଘରେ ପ୍ରତିଯୋଗିତା ଦରକାର ନାହିଁ…କାହିଁକି କହିଲେ ଶାହରୁଖ ?

shah-rukh-khan:-ଘରେ-ପ୍ରତିଯୋଗିତା-ଦରକାର-ନାହିଁ…କାହିଁକି-କହିଲେ-ଶାହରୁଖ-?

ଶାହରୁଖ କହିଥିଲେ, “ଯେତେବେଳେ ଆପଣ ‘ବ୍ୟାଡସ୍ ଅଫ ବଲିଉଡ୍’ ଦେଖିବେ, ତାଙ୍କୁ ଜଣେ ନିର୍ଦ୍ଦେଶକ ଭାବେ ଭଲପାଇବେ। ଏବେ ଘରେ ପ୍ରତିଯୋଗିତା ଦରକାର ନାହିଁ…” ।

ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ। ଆଜି ବି ତାଙ୍କ ଫିଲ୍ମ ବକ୍ସଅଫିସରେ ଧମାଲ କରୁଛି । ରେକର୍ଡତୋଡ ବିଜନେସ କରୁଛି । ତାଙ୍କ ନାଁରେ ଫିଲ୍ମ ହଲରେ ଫିଲ୍ମ ଚାଲୁଛି । ତଥାପି କମ୍ପିଟିସନକୁ ଡରୁଛନ୍ତି ଶାହରୁଖ ?

ଏଭଳି କିଛି ଚର୍ଚ୍ଚ। ହେଉଛି ବିଟାଉନରେ । ନିକଟରେ ଶାହାରୁଖ ଖାନଙ୍କୁ ତାଙ୍କ ପୁଅ ଆର୍ୟନ ଖାନଙ୍କ ଅଭିନୟ କରିବା ନେଇ ଏକ୍ସରେ #AskMeAnything ସେସନ ସମୟରେ ପଚରାଯାଇଥିଲା। ଜଣେ ୟୁଜର୍ସ କିଙ୍ଗ ଖାନଙ୍କୁ ପଚାରିଥିଲେ, “ଆପଣ ଆର୍ୟନ ଖାନଙ୍କୁ ହିରୋ ଭାବେ କେବେ ଲଞ୍ଚ କରିବାକୁ ଯୋଜନା କରୁଛନ୍ତି? ମୁଁ ତାଙ୍କୁ ସୁପରହିରୋ ଭୂମିକାରେ ଦେଖିବାକୁ ପସନ୍ଦ କରିବି।

ଏହାର ଉତ୍ତରରେ ଶାହରୁଖ କହିଥିଲେ, “ଯେତେବେଳେ ଆପଣ ‘ବ୍ୟାଡସ୍ ଅଫ ବଲିଉଡ୍’ ଦେଖିବେ, ତାଙ୍କୁ ଜଣେ ନିର୍ଦ୍ଦେଶକ ଭାବେ ଭଲପାଇବେ। ଏବେ ଘରେ ପ୍ରତିଯୋଗିତା ଦରକାର ନାହିଁ…” । ଶାହରୁଖଙ୍କ ଏହି ଉତ୍ତର ପାଇଁ ଚର୍ଚ୍ଚା ହେଉଛି କି ଶାହରୁଖ ଘରେ କମ୍ପିଟିସନ ଚାହୁଁ ନାହାନ୍ତି । କାରଣ ତାଙ୍କ ଝିଅ ସୁହାନା ଫିଲ୍ମ “ଦ ଆର୍ଚିଜ୍”ରେ ବଲିଉଡରେ ଡେବ୍ୟୁ କରିଛନ୍ତି । ଆଉ ଯଦି ପୁଅ ବି ଅଭିନୟ କରେ ତେବେ ଘରେ ପ୍ରତିଯୋଗିତାର ମାହୋଲ ହୋଇଯିବ ।

Also Read

ଆର୍ୟନ ଖାନଙ୍କର ବହୁ ପ୍ରତୀକ୍ଷିତ “ବ୍ୟାଡସ୍ ଅଫ ବଲିଉଡ୍”ର ପ୍ରଥମ ଲୁକ୍ ରିଲିଜ୍ ହୋଇଛି, ଯାହା ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

ଫ୍ୟାନ୍ସ ଆର୍ୟନ ଖାନଙ୍କର ପ୍ରଶଂସା କରୁଛନ୍ତି । ନେଟଫ୍ଲିକ୍ସ ଇଣ୍ଡିଆର ଓରିଜିନାଲ ସିରିଜ୍ “ବ୍ୟାଡସ୍ ଅଫ ବଲିଉଡ୍”ର ପ୍ରଥମ ଲୁକ୍ ସେୟାର କରି କ୍ୟାପସନରେ ଲେଖାଯାଇଛି, “ବହୁତ ହୋଇ ଗଲା? ଅଭ୍ୟାସ କରି ନିଅ ।

ଦ ବ୍ୟାଡସ୍ ଅଫ ବଲିଉଡ୍ ପ୍ରିଭ୍ୟୁ ୨୦ ଅଗଷ୍ଟରେ ଆସୁଛି।” ପ୍ରଥମ ଲୁକ୍ ଦେଖିବା ପରେ ଫ୍ୟାନ୍ସ ବେଶ୍ ଉତ୍ସାହିତ ଦେଖାଯାଉଛନ୍ତି। ସେମାନେ କହୁଛନ୍ତି ଯେ ଏହା ନିଶ୍ଚିତ ଭାବେ ସୁପରହିଟ୍ ହେବ।

ଓଟିଭି ହ୍ଵାଟ୍ସଅପ

Scroll to Top