Seized : ଜଟଣୀରୁ ଜବତ ହେଲା ମଣିଷମରା ଥର୍, ସ୍କର୍ପିଓକୁ ଖୋଜୁଛି ପୋଲିସ

seized-:-ଜଟଣୀରୁ-ଜବତ-ହେଲା-ମଣିଷମରା-ଥର୍,-ସ୍କର୍ପିଓକୁ-ଖୋଜୁଛି-ପୋଲିସ

ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଗାଡ଼ିଟିକୁ ଜଟଣୀ ଅଞ୍ଚଳରୁ ଜବତ କରାଯାଇଛି । ଗାଡ଼ିଟିକୁ ଜଟଣୀ ଥାନା ଅଞ୍ଚଳରେ ଛାଡ଼ି ଫେରାର୍ ହୋଇଯାଇଛି ଗାଡ଼ି ଚାଳକ । ଥରଟି ଜଟଣୀ କୁସୁମାଟି ଅଞ୍ଚଳର ହୋଇଥିବା ସୂଚନା ମିଳିଛି।

Tapan Kumar Swain

  • Published: Sunday, 10 August 2025
  • Last updated: 10 August 2025, 02:29 PM IST

SeizedCredit: OTV

Seized

ଜବତ ହେଲା ମଣିଷ ମରା ଥର୍ । ରାଜଧାନୀରେ ଥର୍-ସ୍କର୍ପିଓ ରେସରେ କୁନି ଝିଅର ମୃତ୍ୟୁ ଘଟଣାରେ ଥର୍ କୁ ଜବତ କଲା ଖଣ୍ଡଗିରି ପୋଲିସ୍ । ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଗାଡ଼ିଟିକୁ ଜଟଣୀ ଅଞ୍ଚଳରୁ ଜବତ କରାଯାଇଛି । ଗାଡ଼ିଟିକୁ ଜଟଣୀ ଥାନା ଅଞ୍ଚଳରେ ଛାଡ଼ି ଫେରାର୍ ହୋଇଯାଇଛି ଗାଡ଼ି ଚାଳକ । ଥରଟି ଜଟଣୀ କୁସୁମାଟି ଅଞ୍ଚଳର ହୋଇଥିବା ସୂଚନା ମିଳିଛି।

ଏପଟେ ଭୁବନେଶ୍ବର ପାତ୍ରପଡ଼ା ପାଖରେ ଜାତୀୟ ରାଜପଥ ଅବରୋଧ କରିଥିଲେ ଫୁଲେଶ୍ବରୀ ବସ୍ତିର ଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କୁ ବୁଝାସୁଝା କରିବାପରେ ରାସ୍ତାରୋକ ହଟିଛି । ଗତକାଲି ଭାଇ ହାତରେ ରାକ୍ଷୀ ବାନ୍ଧି ପାତ୍ରପଡା ଫେରୁଥିବାବେଳେ ଏକ ଥର୍ ଓ ଏକ ସ୍କର୍ପିଓ ମାଆ-ପୁଅ ଓ ଝିଅକୁ ଧକ୍କା ଦେଇ ଫେରାର୍ ହୋଇଯାଇଥିଲେ । ଦୁର୍ଘଟଣାରେ କୁନି ଝିଅର ମୃତ୍ୟୁ ହୋଇଥିବା ବେଳେ ମାଆ ଓ ପୁଅ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ସ୍କର୍ପିଓ ସଂପର୍କରେ ଅଧିକ ତଦନ୍ତ ଚଳାଇଛି ପୋଲିସ । 

Also Read

ଅଧିକ ପଢ଼ନ୍ତୁ: ବୟଫ୍ରେଣ୍ଡ ମୋବାଇଲରେ ଅଶ୍ଳୀଳ ଫଟୋ, ବାନ୍ଧିଲା ପୋଲିସ 

  • Reported by:
  • NIRANJAN REDDY

ଓଟିଭି ହ୍ଵାଟ୍ସଅପ

Scroll to Top