School Van Stuck: ରାସ୍ତାରେ ଅଟକିଲା ସ୍କୁଲ ଭ୍ୟାନ୍, ଟାଣି ଟାଣି ନୟାନ୍ତ ହେଲେ ଛାତ୍ରଛାତ୍ରୀ

school-van-stuck:-ରାସ୍ତାରେ-ଅଟକିଲା-ସ୍କୁଲ-ଭ୍ୟାନ୍,-ଟାଣି-ଟାଣି-ନୟାନ୍ତ-ହେଲେ-ଛାତ୍ରଛାତ୍ରୀ

ଆନନ୍ଦପୁର ଉପଖଣ୍ଡ ଶାଳଣିଆଁ -ଚସାଖଣ୍ଡ ରାସ୍ତାରେ ଏକ ସ୍କୁଲ ଗାଡ଼ି ଦୀର୍ଘ ଦୁଇ ଘଣ୍ଟା ଧରି ଫସି ରହିଥିଲା। ଭ୍ୟାନରେ ଥିବା ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଭ୍ୟାନଟି ଉପରକୁ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ଉଠି ନଥିଲା। ଶେଷରେ ଭ୍ୟାନଟିକୁ ଟ୍ରାକ୍ଟର ଯୋଗେ ଟଣାଗଲା।

Chinmayee Sahoo

  • Published: Wednesday, 13 August 2025
  • Last updated: 13 August 2025, 12:38 PM IST

SCHOOL-VANCredit: OTV

ସ୍କୁଲ ଭ୍ୟାନ୍

ରାସ୍ତାରେ ଅଟକିଲା ସ୍କୁଲ ଭ୍ୟାନ୍ । ଟାଣି ଟାଣି ନୟାନ୍ତ ହେଲେ ଛାତ୍ରଛାତ୍ରୀ । ଶେଷରେ ଟ୍ରାକ୍ଟର ଯୋଗେ ଟଣାଗଲା ଭ୍ୟାନ । ଏଭଳି ଦେଖିବାକୁ ମିଳିଛି କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଶାଳଣିଆଁ – ଚସାଖଣ୍ଡ ରାସ୍ତାରେ। ବାଲିବୋଝେଇ ଗାଡ଼ି ଚଳାଚଳ ଯୋଗୁଁ ନଷ୍ଟ ହୋଇଯାଇଛି ଏହି ରାସ୍ତା । ଫଳରେ ଗାଡି ଯାଆସରେ ବାଧା ଉପୁଜିଛି ।

ସ୍କୁଲ ଛାତ୍ରଛାତ୍ରୀଙ୍କ କଥା କହିଲେ ନସରେ। ବର୍ଷା ଦିନ ପାଇଁ ବାଲି ପରିବହନକୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ବନ୍ଦ କରିଥିଲେ ବି ବାଲି ମାଫିଆ ନିୟମକୁ ମାନୁ ନାହାନ୍ତି। ଫଳରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଯେଉଁଥିପାଇଁ ଆଜି ଡଅଁର ନିକଟରେ ଏକ ସ୍କୁଲ ଗାଡ଼ି ଦୀର୍ଘ ଦୁଇ ଘଣ୍ଟା ଧରି ଫସି ରହିଥିଲା।

ସଂଖୁଳା ସ୍ଥିତ ଏକ ସ୍କୁଲଭ୍ୟାନ ଛାତ୍ରଛାତ୍ରୀଙ୍କୁ ଛାଡ଼ିବାକୁ ଆଇତିପୁର ଆସୁଥିଲା। ଏଥିରେ ଆଇତିପୁର, ଚଷାଖଣ୍ଡ, ସାହାପୁର ଆଦି ୫ଖଣ୍ଡ ଗାଁର ୧୫ରୁ ଅଧିକ ଛାତ୍ରଛାତ୍ରୀ ଥିଲେ। ଗତକାଲି ରାତିରେ ଏହି ରାସ୍ତାରେ ଅନେକଗୁଡ଼ିଏ ୧୦ଚକିଆ, ୧୨ଚକିଆ ବାଲି ବୋଝେଇ ଭାରି ଯାନ ଯାଇଥିବାରୁ ରାସ୍ତାଟି ଶୋଚନୀୟ ହୋଇପଡିଥିଲା।

Also Read

ସ୍କୁଲ ଭ୍ୟାନଟି ଏହି ରାସ୍ତାରେ ଯିବା ମାତ୍ରେ ତାହା ଫସି ଯାଇଥିଲା। ଅନେକ ସମୟ ଧରି ଭ୍ୟାନରେ ଥିବା ଶିକ୍ଷକ ଓ ଛାତ୍ରଛାତ୍ରୀ ଟଣା ଓଟରା କରିଥିଲେ ବି ଭ୍ୟାନଟି ଉପରକୁ ଉଠି ନଥିଲା। ଦୀର୍ଘ ଦୁଇ ଘଣ୍ଟା ପରେ ସ୍ଥାନୀୟ ଲୋକମାନେ ବିଲରେ ହଳ କରୁଥିବା ଏକ ଟ୍ରାକ୍ଟରକୁ ଡାକି ଭ୍ୟାନଟିକୁ ଉଠାଇ ଥିଲେ ।

ଅଧିକ ପଢନ୍ତୁ: ଆତଙ୍କବାଦୀ ନାଁ ନେଇ ଧମକପୂର୍ଣ୍ଣ ବାର୍ତ୍ତା: ମନ୍ଦିରକୁ ଉଡାଇ ଦେବାକୁ ଧମକ

ଓଟିଭି ହ୍ଵାଟ୍ସଅପ

Scroll to Top