SCB Tragedy: ଟ୍ରମା ଆଇସିୟୁରେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍‌ର ଯାଞ୍ଚ, ସ୍ଥିତି ଅନୁଧ୍ୟାନ କରୁଛନ୍ତି ଉନ୍ନୟନ କମିଶନର

scb-tragedy:-ଟ୍ରମା-ଆଇସିୟୁରେ-ଫ୍ୟାକ୍ଟ-ଫାଇଣ୍ଡିଙ୍ଗ-ଟିମ୍‌ର-ଯାଞ୍ଚ,-ସ୍ଥିତି-ଅନୁଧ୍ୟାନ-କରୁଛନ୍ତି-ଉନ୍ନୟନ-କମିଶନର

SCBରେ ଉନ୍ନୟନ କମିଶନରଙ୍କ ନେତୃତ୍ୱରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ଯାଞ୍ଚ । ଉନ୍ନୟନ କମିଶନର ନେତୃତ୍ବରେ ଚାଲିଛି ଯାଞ୍ଚ । ଇଲେକ୍ଟ୍ରିକାଲ୍‌ ଓ ଜନସ୍ୱାସ୍ଥ୍ୟ ବିଭାଗ ଇଆଇସି, ଅଗ୍ନିଶମ ଆଇଜି, କଟକ ଜିଲ୍ଲାପାଳ କରୁଛନ୍ତି ସ୍ଥିତି ଅନୁଧ୍ୟାନ ।

Published By: Ruby – Prameya-News7 Bureau | March 19, 2026 01:10 PM

NEWS7

SCB Fire tragedy

କଟକ ୧୯।୩: କଟକ SCB ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ ଘଟଣାର କାରଣ ଖୋଜିଲେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ । କିନ୍ତୁ କ୍ୟାମେରା ଆଗରେ ଧାଡ଼ିଏ କହିଲେନାହିଁ ଟିମ୍ ସଦସ୍ୟ । ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂଙ୍କ ନେତୃତ୍ୱରେ ଏହି ଟିମ୍ ଆଜି ଏସସିବି ମେଡିକାଲ ପରିସରରେ ପହଞ୍ଚିଥିଲେ । ପ୍ରଥମେ ଟ୍ରମା ଆଇସିୟୁ ବୁଲି ଦେଖିବା ପରେ ଅନ୍ୟ ବିଭାଗ ଗୁଡିକର ନିରୀକ୍ଷଣ କରିଛି ଟିମ୍ । ହେଲେ କ୍ୟାମେରା ଆଗରେ ଧାଡ଼ିଏ ବି କହିଲେ ନାହିଁ ଉନ୍ନୟନ କମିଶନର । ସେପଟେ କିନ୍ତୁ ଅଗ୍ନିଶମ ଆଇଜି ଉମାଶଙ୍କର ଦାସ କହିଛନ୍ତି, ତଦନ୍ତ ଚାଲିଛି, କିଛି କହିବାଟା ଠିକ୍ ହେବନାହିଁ ।

ସେପଟେ କଟକ SCB ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀ ଆକ୍ସନ ନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସସ୍‌ପେଣ୍ଡ ହୋଇଛନ୍ତି ୪ ଜଣ ଅଧିକାରୀ । କଟକ ସର୍କଲର ଡେପୁଟି ଫାୟାର ଅଫିସର ପ୍ରକାଶ କୁମାର ଜେନା, କଟକ ସର୍କଲର ଆସିଷ୍ଟାଣ୍ଟ ଫାୟାର ଅଫିସର ସଂଜୀବ କୁମାର ବେହେରା, SCB ମେଡିକାଲ କଲେଜ ଓ ହସ୍ପିଟାଲର ଷ୍ଟେସନ ଅଫିସର ଅଭିନବ ପୃଷ୍ଟି ଏବଂ କଟକ GED ଅନ୍ତର୍ଗତ SCB ସବ୍ ଡିଭିଜନ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଂଜିନିୟର ରଞ୍ଜନ କୁମାର ବିଶ୍ବାଳଙ୍କୁ ନିଲମ୍ବନ କରାଯାଇଛି । ଉନ୍ନୟନ କମିଶନରଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟରେ ଅବହେଳା କରିଥିବା ଏହି ଅଧିକାରୀମାନଙ୍କୁ ସସ୍‌ପେଣ୍ଡ କରାଯାଇଛି ।

Also Read: ଏକା ରହୁଥିଲେ ଦମ୍ପତ୍ତି… ସୁଯୋଗ ଦେଖି ଘରେ ପଶିଲେ, କଳାକନା ବୁଲାଇ ଛୁ ମାରିଲେ

Scroll to Top