ଏସ୍ସିବିରେ ପୁଣି ଅଗ୍ନିକାଣ୍ଡ । ସର୍ଜରୀ ୱାର୍ଡରେ ଲାଗିଲା ନିଆଁ । କେବୁଲ ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଛି ।
Published By: Ruby – Prameya-News7 Bureau | June 04, 2026 04:40 PM
NEWS7
କଟକ ୪।୬: ଏସ୍ସିବି ପିଛା ଛାଡ଼ୁନି ଅଗ୍ନିକାଣ୍ଡ । ଥରକୁ ଥର ଏସ୍ସିବିର ବିଭିନ୍ନ ବିଭାଗରେ ଅଗ୍ନିକାଣ୍ଡ ଘଟୁଥିବା ଦେଖିବାକୁ ମିଳୁଛି । ଯାହା ହସ୍ପିଟାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଗୁରୁବାର କଟକ ଏସ୍ସିବି ମେଡିକାଲ ସର୍ଜରୀ ୱାର୍ଡରେ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି ।
Also Read:- କାଠଯୋଡିରୁ ମିଳିଲା ଯୁବତୀଙ୍କ ମୃତଦେହ, ବ୍ରିଜ୍ ଉପରେ ପଡିଛି ବ୍ୟାଗ୍ ଓ ଚପଲ
କଟକ ଏସ୍ସିବି ମେଡିକାଲ ସର୍ଜରୀ ୱାର୍ଡରେ ଅଗ୍ନିକାଣ୍ଡ ଘଟିଛି । ୱାର୍ଡ ଭିତରେ ଥିବା ବିଦ୍ୟୁତ କେବୁଲରେ ସର୍ଟ ସର୍କିଟ୍ ହେବା କାରଣରୁ ଲାଗିଥିଲା ନିଆଁ । ତେବେ ଏସ୍ସିବି କର୍ମଚାରୀ ଏବଂ ସୁରକ୍ଷାକର୍ମୀଙ୍କ ତ୍ୱରିତ ପଦକ୍ଷେପ କାରଣରୁ ନିଆଁ ଆୟତ୍ତ ହୋଇପାରିଛି । ଅବଶ୍ୟ ଖବର ପାଇ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେତେବେଳକୁ ନିଆଁ ଆୟତ୍ତ ହୋଇସାରିଥିବାରୁ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ବିଦ୍ୟୁତ କେବୁଲ ଉପରେ ଅତ୍ୟଧିକ ଚାପ ପଡୁଥିବା କାରଣରୁ ଏପରି ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।




