Sahibzada Farhan: ପାକିସ୍ତାନ କ୍ରିକେଟରଙ୍କ ଔଦ୍ଧତ୍ୟ ଆଚରଣ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍

sahibzada-farhan:-ପାକିସ୍ତାନ-କ୍ରିକେଟରଙ୍କ-ଔଦ୍ଧତ୍ୟ-ଆଚରଣ,-ସୋସିଆଲ-ମିଡିଆରେ-ଭିଡିଓ-ଭାଇରାଲ୍

ଭାରତ ବିପକ୍ଷ ମ୍ୟାଚରେ ଅର୍ଦ୍ଧଶତକ ପରେ ବିବାଦୀୟ ଗନ୍ ସେଲିବ୍ରେସନ୍ କଲେ ସାହିବଜାଦା ଫରହାନ୍। ବ୍ୟାଟକୁ ବନ୍ଧୁକ ଭଳି ଚଳାଇଲେ।

Chinmayee Sahoo

  • Published: Monday, 22 September 2025
  • Last updated: 22 September 2025, 09:36 AM IST

PAKISTAN_BATSMANCredit: OTV

ପାକିସ୍ତାନ

ପଡ଼ିଆରେ ପାକିସ୍ତାନ କ୍ରିକେଟରଙ୍କର ଔଦ୍ଧତ୍ୟ ଆଚରଣ। ଅର୍ଦ୍ଧଶତକ ମାରିବା ପରେ ଗନ୍ ସେଲିବ୍ରେସନ୍ କରି ବିବାଦୀୟ ହୋଇଛନ୍ତି ପାକିସ୍ତାନ ଓପନର ସାହିବଜାଦା ଫରହାନ୍। ବ୍ୟାଟକୁ ବନ୍ଧୁକ ଭଳି ଚଳାଇ ଖୁସି ମନାଇବାକୁ ନେଇ ସମାଲୋଚିତ ହୋଇଛନ୍ତି। ଭାରତର ନୋ ହ୍ୟାଣ୍ଡସେକ୍ ପରେ ରାଗ ତମତମ ପାକିସ୍ତାନ ଖେଳାଳିଙ୍କର ଏଭଳି ବିବାଦୀୟ ଆଚରଣକୁ ସୋସିଆଲ୍ ମିଡିଆ ସମେତ ବିଭିନ୍ନ ମହଲରେ ନାପସନ୍ଦ କରାଯାଉଛି।

ଭାରତ ବିପକ୍ଷ ସୁପର ଫୋରରେ ଅକ୍ଷର ପଟେଲଙ୍କ ଏକ ବଲକୁ ଛକା ମାରି ଅର୍ଦ୍ଧଶତକ କରିଥିଲେ ସାହିବଜାଦା ଫରହାନ୍। କ୍ୟାରିୟରର ପ୍ରଥମ ହାଫ ସେଞ୍ଚୁରୀ ପିଟିବା ପରେ ବ୍ୟାଟକୁ ବନ୍ଧୁକ ଭଳି ଧରିଥିଲେ ଓ ଗୁଳି ଚଳାଇଲା ଭଳି ପ୍ରଦର୍ଶନ କରିଥିଲେ। ସେହି ଫଟୋ ଓ ଭିଡିଓ ଭାଇରାଲ୍ ହେବା ପରେ ଫରହାନଙ୍କୁ ସୋସିଆଲ୍ ମିଡିଆରେ କ୍ରିକେଟ ଫ୍ୟାନ୍ କଟୁ ସମାଲୋଚନା କରିଛନ୍ତି। ୫୦ ରନ୍ ପରେ ଗନ୍ ସେଲିବ୍ରେସନ୍ କରିଥିଲେ ବି ଆଉ ବେଶି ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ।

ଶିବମ ଦୁବେଙ୍କ ବଲରେ ୫୮ ରନ୍ କରି ଆଉଟ୍ ହୋଇଥିଲେ ଫରହାନ। ଅନ୍ୟପଟେ ଲିଗର ପ୍ରଥମ ମ୍ୟାଚ୍ ଭଳି ଏଥର ବି ଟସ୍ ପରେ ହ୍ୟାଣ୍ଡସେକ୍ ବୟକଟ କରିଥିଲେ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ। ପାକିସ୍ତାନ କ୍ୟାପଟେନ ସଲମାନ ଆଘାଙ୍କ ସହ ହ୍ୟାଣ୍ଡସେକ୍ କରି ନଥିଲେ।

Also Read

ଅଧିକ ଦେଖନ୍ତୁ:

ଓଟିଭି ବିଜ୍ଞାପନ

Scroll to Top