ସ୍କୁଲରେ ଅଚଳାବସ୍ଥାକୁ ନେଇ ତାତିଲେ ଛାତ୍ରଛାତ୍ରୀ। ରାଜରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କଲେ। ଶିକ୍ଷକ ଶିକ୍ଷୟତ୍ରୀମାନେ ଶିକ୍ଷାଦାନ ନକରି ବିବାଦରେ ବ୍ୟସ୍ତ ରହୁଥିବା ଅଭିଯୋଗ।
![]()
/odishatv-khabar/media/media_files/2025/11/01/students-2025-11-01-10-26-33.jpg)
Students Photograph: (OTV)
କ୍ଲାସ ରୁମ ଛାଡ଼ି ରାଜରାସ୍ତାରେ ଛାତ୍ରଛାତ୍ରୀ। ସ୍କୁଲରେ ଅଚଳାବସ୍ଥାକୁ ନେଇ ତାତିଲେ ଛାତ୍ରଛାତ୍ରୀ। ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଜଳସରପୁର ହାଇସ୍କୁଲରେ। ଶିକ୍ଷକ ଶିକ୍ଷୟତ୍ରୀମାନେ ଉପଯୁକ୍ତ ଶିକ୍ଷାଦାନ ନ କରି ବିଦ୍ୟାଳୟରେ ନିଜ ନିଜ ଭିତରେ ବିବାଦରେ ବ୍ୟସ୍ତ ରହୁଛନ୍ତି।
ଗତକାଲି ବିଚ ରାସ୍ତାରେ ଶିକ୍ଷୟତ୍ରୀ ଓ କିରାଣୀଙ୍କ ଭିତରେ ଗଣ୍ଡଗୋଳ ଘଟଣା ଥାନା ପର୍ଯ୍ୟନ୍ତ ଯାଇଛି । ଏ ଘଟଣା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଟାୟାର ଜାଳି ଜାବିନୀପୁର-ଗେଡ଼ମା ରାସ୍ତାକୁ ଅବରୋଧ କରି ବସିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ବିଜ୍ଞାନ ଶିକ୍ଷୟିତ୍ରୀ ନିୟମିତ ସ୍କୁଲ ଆସୁନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି।
• କ୍ଲାସ ରୁମ ଛାଡ଼ି ରାଜରାସ୍ତାରେ ଛାତ୍ରଛାତ୍ରୀ
• ସ୍କୁଲରେ ଅଚଳାବସ୍ଥାକୁ ନେଇ ତାତିଲେ ଛାତ୍ରଛାତ୍ରୀ
• କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଜଳସରପୁର ହାଇସ୍କୁଲରେ ଘଟଣା
• ଟାୟାର ଜାଳି ଜାବିନୀପୁର-ଗେଡ଼ମା ରାସ୍ତା ଅବରୋଧ
• ଶିକ୍ଷକ ଶିକ୍ଷୟତ୍ରୀମାନେ ଶିକ୍ଷାଦାନ ନକରି ବିବାଦରେ ବ୍ୟସ୍ତ ରହୁଥିବା ଅଭିଯୋଗ
• ପ୍ରଧାନଶିକ୍ଷକ ଓ ବିଜ୍ଞାନ ଶିକ୍ଷୟିତ୍ରୀ ନିୟମିତ ସ୍କୁଲ ଆସୁନଥିବା ଅଭିଯୋଗ




