S

s

ଆଲୋକର ପର୍ବ ଦୀପାବଳିରେ କେମିତି ରହିବେ ସୁରକ୍ଷିତ ?  ଦୀପ ଲଗେଇବା ଏବଂ ବାଣ  ଫୁଟାଇବା ସମୟରେ ଯଦି କିଛି ଅଘଟଣ ଘଟୁଛି ତେବେ କେମିତି ଘରେ କରିବେ ପ୍ରାଥମିକ ଚିକିତ୍ସା ?

author-image

DIWALI_PRECAUTIONS

DIWALI_PRECAUTIONS Photograph: (OTV)

ଆଲୋକର ପର୍ବ ଦୀପାବଳିରେ କେମିତି ରହିବେ ସୁରକ୍ଷିତ ?  ଦୀପ ଲଗେଇବା ଏବଂ ବାଣ  ଫୁଟାଇବା ସମୟରେ ଯଦି କିଛି ଅଘଟଣ ଘଟୁଛି ତେବେ କେମିତି ଘରେ କରିବେ ପ୍ରାଥମିକ ଚିକିତ୍ସା ?  କଣ ସବୁ ନିୟମ ପାଳନ କଲେ ଦୀପାବଳିରେ ନିଜକୁ ସୁରକ୍ଷିତ ରଖିପାରିବେ।  

ବାଣ ଫୁଟେଇଲା ବେଳେ ସିଂଥେଟିକ ଡ୍ରେସ  ପିନ୍ଧିବେ ନାହିଁ। ଢିଲା କଟନ ଡ୍ରେସ ପିନ୍ଧି ବାଣ ଫୁଟାଇବେ। ବାଣ ଫୁଟାଇଲା ବେଳେ ହାତେ ଦୂରରେ ରହି ବାଣରେ ଅଗ୍ନି ସଂଯୋଗ କରିବେ।  ବାଣରେ ଅଗ୍ନି ସଂଯୋଗ ସମୟରେ କାଉଁରିୟା କାଠି ବ୍ୟବହାର କରିପାରିବେ। 

ଅଫୁଟା ବାଣ ଯେମିତିକି ଯେଉଁ ବାଣରେ ଥରେ ଅଗ୍ନି ସଂଯୋଗ ହୋଇଥିବ ସେ ବାଣକୁ ଛୁଇଁବେ ନାହିଁ। ମହିଳାମାନେ ଶାଢ଼ୀ ପିନ୍ଧି ଦୀପ ଲଗାଇବାେ ବେଳେ ଦୀପରେ କାନି କିଭଳି ଲାଗିବ ନାହିଁ ତାହା ଉପରେ ଧ୍ୟାନ ଦେବେ। ଛୋଟ ପିଲାଙ୍କୁ ଏକୁଟିଆ ଛାଡିବେ ନାହିଁ। ଖୋଲା ଜାଗାରେ ବାଣ ଫୁଟାନ୍ତୁ। 

ହାତ କି ମୁହଁ ପୋଡିଲେ ସାଙ୍ଗେ ସାଙ୍ଗେ  ଟ୍ୟାପ ପାଣିରେ ଧୋଇବେ।  ହସ୍ପିଟାଲରେ ପହଂଚିବା ପର୍ଯ୍ୟନ୍ତ ନଡ଼ିଆ ତେଲ ଲଗାଇପାରିବେ। ପୋଡ଼ା ଜାଗାରେ ଟୁଥପେଷ୍ଟ କି କାଳୀ ଲଗାଇବେ ନାହିଁ। 

Scroll to Top