Russian crude tanker hit by drone in black sea: ଲୋହିତ ସାଗରରେ ଋଷ ତୈଳ ଜାହାଜକୁ ଡ୍ରୋନ ଆଟାକ୍। ଏହି ଟ୍ୟାଙ୍କରରେ ଥିଲେ ୨୭ କର୍ମଚାରୀ, ଡ୍ରୋନ ମାଡ ପରେ କଣ ହେଲା ଅବସ୍ଥା?
Published By: abinash – Prameya-News7 Bureau | March 26, 2026 04:01 PM
NEWS7

Russian crude tanker struck in the Black Sea: ଲୋହିତ ସାଗରରେ ଋଷ ଅଶୋଧିତ ତୈଳ ନେଇ ଯାଉଥିବା ଏକ ଟ୍ୟାଙ୍କର ତୁର୍କୀଏ ଉପକୂଳରେ ଡ୍ରୋନ ମାଡ଼ କରାଯାଇଛି। ଗୁରୁବାର ତୁର୍କୀଏ ମିଡିଆ ଏନେଇ ଖବର ପ୍ରକାଶ କରିଛି। ଇସ୍ତାନବୁଲର ବୋସଫୋରସ୍ ସଂକୀର୍ଣ୍ଣ ଜଳମାର୍ଗରୁ ପ୍ରାୟ ୧୫ ନଟିକାଲ ମାଇଲ୍ (୨୮ କିଲୋମିଟର) ଦୂରରେ ‘ଅଲତୁରା’ ନାମକ ତୈଳ ଟ୍ୟାଙ୍କରକୁ ଏହି ଡ୍ରୋନ୍ ମାଡ଼ କରାଯାଇଛି। ଏହି ଟ୍ୟାଙ୍କରରେ ଥିବା ସମସ୍ତ ୨୭ କର୍ମଚାରୀ ସୁରକ୍ଷିତ ଅଛନ୍ତି ବୋଲି ତୁର୍କୀଏ ମିଡିଆ ଏନ୍ଟିଭି ଖବର ପ୍ର ପ୍ରସାର କରିଛି।
ଶିପ ଟ୍ରାକିଂ ଡାଟା ଅନୁସାରେ, ସିଏରା ଲିଓନି(ପଶ୍ଚିମ ଆଫ୍ରିକୀୟ ଦେଶ) ପତାକା ଥିବା ଏହି ଭାସେଲ ଟି ଋଷର ନୋଭୋରୋସିୟାସ୍କ ବନ୍ଦରରୁ ୧ ମିଲିଅନ ବ୍ୟାରେଲ୍ ଅଶୋଧିତ ତୈଳ ନେଇ ବାହାରିଥିଲା। ଏହି ଜାହାଜଟି ୟୁରୋପିୟନ ୟୁନିୟନ ଓ ବ୍ରିଟେନ୍ ଦ୍ୱାରା ପ୍ରତିବନ୍ଧିତ ଥିଲା। ତୁର୍କୀଏ ମିଡିଆ ଅନୁସାରେ ଜାହାଜର ବ୍ରିଜ୍(ପାଇଲଟ ଯେଉଁଠି ବସି ଚଳାନ୍ତି)ରେ ବିସ୍ଫୋରଣ ହୋଇଥିଲା।




