Road Accident News: ରଙ୍ଗ୍ ସାଇଡ୍‌ରେ ଆସୁଥିଲା ଅଟୋ, ଦ୍ରୁତ ଗତିରେ ଆସି ପିଟିଲା କାର୍

road-accident-news:-ରଙ୍ଗ୍-ସାଇଡ୍‌ରେ-ଆସୁଥିଲା-ଅଟୋ,-ଦ୍ରୁତ-ଗତିରେ-ଆସି-ପିଟିଲା-କାର୍

Published By: Ruby – Prameya-News7 Bureau | April 08, 2026 09:29 AM

NEWS7

Road Accident

ଭୁବନେଶ୍ବର ୮।୪: ଅଟୋକୁ ପିଟିଲା କାର୍ । ଉତ୍କଳ ହସ୍ପିଟାଲ ରୋଡ଼ ଆଦର୍ଶ ବସ୍ତି ଛକ ନିକଟରେ ଘଟିଛି ଦୁର୍ଘଟଣା । ଭୋର ସାଢ଼େ ୫ଟାରେ ଘଟିଛି ଦୁର୍ଘଟଣା । ଅଟୋଟି ରାସ୍ତା ପାର ହେବା ବେଳେ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

Also Read:- ଖଣି ଲିଜ୍‌ଧାରୀ- ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ

ଦ୍ରୁତ ଗତିରେ ଆସୁଥିବା କାର୍ ଧକ୍କାରେ ଅଟୋ ଚାଳକ ଆହତ ହୋଇଛନ୍ତି । ଆହତ ଅଟୋ ଚାଳକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଟୋରେ ଥିବା ଯାତ୍ରୀ ଜଣକ ସୁରକ୍ଷିତ ଥିବା ଜଣାପଡିଛି । କାର୍ ସମ୍ମୁଖ ଭାଗ ଭାଙ୍ଗି ଯାଇଛି । ଦୁର୍ଘଟଣା ପରେ କାର୍ ଡ୍ରାଇଭର ଫେରାର ହୋଇଯାଇଛି । ସ୍ଥାନୀୟ ଲୋକଙ୍କ କହିବା କଥା ଅଟୋଟି ରଙ୍ଗ୍ ସାଇଡ଼୍ରୁ ଆସୁଥିବା ବେଳେ କାର୍ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Scroll to Top