Road Accident: ବାଇକ୍‌ରେ ଯାଉଥିଲେ ବାପା-ଝିଅ, ଟ୍ରକ୍ ଚକ ତଳେ ଚାଲିଗଲା ଜୀବନ

road-accident:-ବାଇକ୍‌ରେ-ଯାଉଥିଲେ-ବାପା-ଝିଅ,-ଟ୍ରକ୍-ଚକ-ତଳେ-ଚାଲିଗଲା-ଜୀବନ

Published By: Ruby – Prameya-News7 Bureau | June 07, 2026 01:59 PM

NEWS7

Road Accident

ସୋର ୭।୬: ଏମିତି ବି ଆସେ ମୃତ୍ୟୁ । ଡକା ଡକି ହୋଇ ଚାଲିଗଲେ ବାପ-ଝିଅ । ବାଇକ୍ରେ ଯାଉଥିଲେ । ହଠାତ୍ ଆସି ଧକ୍କା ଦେଲା ଟ୍ରକ୍ । ବାଇକ୍କୁ ଚାପିଦେଇ ଚାଲିଗଲା ଦ୍ରୁତଗାମୀ ଟ୍ରକ୍ । ଚକ ତଳେ ଚାଲିଗଲା ଉଭୟ ବାପ-ଝିଅଙ୍କ ଜୀବନ । ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ଠାରେ ଘଟିଛି ଦୁର୍ଘଟଣା । ବାଇକ୍ ପଛରୁ ଟ୍ରକ ଧକ୍କା ଦେଲା ଘଟଣା ସ୍ଥଳରେ ଚାଲିଗଲା ବାପା ଝିଅଙ୍କ ଜୀବନ l

ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ଠାରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଗ୍ରାମର ମନୋଜ ଦାସ ଓ ତାଙ୍କ ୭ ବର୍ଷୀୟ ଝିଅ ସହ ବାଲେଶ୍ୱର ପଟୁ ବାଇକ୍ ଯୋଗେ ଫେରୁଥିଲେ । ଏହି ସମୟରେ ତାଙ୍କ ବାଇକ୍କୁ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇ ଚାଲିଯାଇଥିଲା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ବାପ-ଝିଅଙ୍କ ଜୀବନ ଚାଲିଯାଇଛି l

Also Read:- ବାଲିଗୁଡ଼ା ITDA ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ, AEEଙ୍କ ୫ ବହୁତଳ କୋଠା ସହ ୧୪ ମୂଲ୍ୟବାନ ପ୍ଲଟ୍

ଦୁର୍ଘଟଣା ପରେ ବାଲେଶ୍ୱର-ଭୁବନେଶ୍ୱର ରାଜପଥ କିଛି ସମୟ ବନ୍ଦ ରହିଥିଲା l ସୋର ପୋଲି ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରି ସୋର ଡାକ୍ତରଖାନା ପଠାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରିଥିଲା ।

Scroll to Top