Rift In BJD: ବିଜେଡିରେ ଶ୍ରୀମୟୀଙ୍କ ସପକ୍ଷରେ ବାହାରିଲେ ସାଂସଦ ଓ କର୍ପୋରେଟର, କହିଲେ ତାଙ୍କୁ ଦିଆଯାଇଛି ନିର୍ଯାତନା

rift-in-bjd:-ବିଜେଡିରେ-ଶ୍ରୀମୟୀଙ୍କ-ସପକ୍ଷରେ-ବାହାରିଲେ-ସାଂସଦ-ଓ-କର୍ପୋରେଟର,-କହିଲେ-ତାଙ୍କୁ-ଦିଆଯାଇଛି-ନିର୍ଯାତନା

ଏଥର ସିଧାସଳଖ କହିଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ । ଶ୍ରାମୟୀ ମିଶ୍ରଙ୍କୁ ଖୋଲାଖୋଲି ସମର୍ଥନ କଲେ । ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ ବିଜେଡି ନେଇଥିବା ଆକ୍ସନ ଠିକ୍ ନୁହେଁ ବୋଲି କହିଲେ । ଦଳର ଉପସଭାପତି ପ୍ରତାପ ଜେନାଙ୍କୁ ବି ଧୋଇଦେଲେ । କେବଳ ସେତିକି ନୁହେଁ ଦଳରେ କିଏ କ’ଣ କହୁଛି, ତାଙ୍କର ଗ୍ରୀଭାନ୍ସ କ’ଣ ନବୁଝି ଆକ୍ସନ ନେବା ଗୋଟିଏ ଗଣତାନ୍ତ୍ରିକ ଦଳରେ ଠିକ୍ ନୁହେଁ ବୋଲି ବି କହିଲେ । ଭୁବନେଶ୍ୱରର ଜଣେ ବିଜେଡି କର୍ପୋରେଟର ମଧ୍ୟ ଶ୍ରାମୟୀଙ୍କୁ ସମର୍ଥନ କରି ଏହି ନିଆଁରେ ଘିଅ ଢାଳିଛନ୍ତି । 

ବିଜେଡିର ଗୋଷ୍ଠୀ କନ୍ଦଳ ପୁଣି ପଦାକୁ ଆସିଛି। ଦଳୀୟ ବ୍ୟାପାରକୁ ନେଇ ପୁଣି ବିସ୍ଫୋରଣ କଲେ ସାଂସଦ ଦେବାଶିଷ ସାମନ୍ତରାୟ। ଆଜି ଦେବାଶିଷ, ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ବାହାରିଛନ୍ତି। କହିଛନ୍ତି ଶ୍ରୀମୟୀ ଯେତେବେଳେ ଯାହା କହିଛନ୍ତି ଠିକ୍ କହିଛନ୍ତି। ସେ ଯେଉଁ ସବୁ କଥା କହିଛନ୍ତି ସେଥିରେ ସତ୍ୟତା ରହିଛି। ଦେବାଶିଷ ଆହୁରି ମଧ୍ୟ କହିଛନ୍ତି ଯେ, ଶ୍ରୀମୟୀଙ୍କୁ ନିର୍ଯାତନା ଦେଲେ, ଅଣଦେଖା କଲେ’। ‘ଟିକେଟ୍ ଦେବାକୁ କହି ତାଙ୍କୁ ଟିକେଟ୍ ମଧ୍ୟ ଦେଇନି ଦଳ। ଦେବାଶିଷଙ୍କ ମତ ହେଉଛି,  କିଏ କ’ଣ କହୁଛି ନବୁଝି ଗୋଟିଏ ଗଣତାନ୍ତ୍ରିକ ଦଳରେ ଆକ୍ସନ ନିଆଯିବା ଠିକ୍ ନୁହେଁ ।  ପୂର୍ବରୁ ଶ୍ରୀମୟୀ ପ୍ରଥମେ ଧୃତାରଷ୍ଟ୍ର ଉପାଖ୍ୟାନ ପରେ ସନ୍ନ୍ୟାସୀ ଉପାଖ୍ୟାନ ଜରିଆରେ ସୋସିଆଲ ମିଡିଆରେ ଦୁଇ ଦୁଇ ଥର ମୁହଁ ଖୋଲିଛନ୍ତି। ଯାହାକୁ ନେଇ ବିଜେଡିର କମ୍ପନ ସୃଷ୍ଟି ହୋଇଥିଲ।… 

ଶ୍ରୀମୟୀଙ୍କ ସପକ୍ଷରେ ବାହାରିଛନ୍ତି ଭୁବନେଶ୍ୱର ବିଜେଡି କର୍ପୋରେଟର ଅଜିତ ବେହେରା । ସେ କହିଛନ୍ତି ବଡ଼ କରୁଛନ୍ତି ଆଦର ସାନ ଦେଖାଉଛନ୍ତି କଦର । ସେ ସ୍ପଷ୍ଟ ଭାବେ କହିଛନ୍ତି, ଆମକୁ ଶ୍ରୀମୟୀ ସାଂସଦ ପ୍ରାର୍ଥୀ ବୋଲି କହି ତାଙ୍କୁ ଏରିଆରେ ବୁଲାଇବା ପାଇଁ କୁହା ଯାଇଥିଲା । ପରେ ପ୍ରର୍ଥୀ ପରିବର୍ତ୍ତନ ହୋଇଗଲେ । ତେଣୁ ଶ୍ରୀମୟୀଙ୍କ ଭିତରେ ଅସନ୍ତୋଷ ରହିବା ସ୍ୱାଭାବିକ । ଶ୍ରୀମୟୀ ପ୍ରାର୍ଥୀ ହୋଇଥିଲେ ଦଳରେ ଭିନ୍ନ ପ୍ରଭାବ ପଡିଥାନ୍ତା ବୋଲି ସେ କହିଛନ୍ତି । ବିଜେଡି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଶ୍ରୀମୟୀଙ୍କୁ କିଛି ନେତା ମଡର୍ଣ୍ଣ ମନ୍ଥରା କହୁଛନ୍ତି ।

Also Read

ନବୀନ ବାବୁ ନାହାନ୍ତି ବୋଲି କିଛି ନେତା ଘର ଭଙ୍ଗା କଥାବାର୍ତ୍ତା କରି ନବୀନ ପଟ୍ଟନାୟକଙ୍କ ଇମେଜ ନଷ୍ଟ କରୁଥିବାର ସେ ଅଭିଯୋଗ କରିଛନ୍ତି । ଦଳର ସାନ ନେତାମାନେ ଆସି ଭିଡିଓ ରଖିଛି ବୋଲି କହି ଦଳରେ ଅଧିକ ବିଶୃଙ୍ଖଳା କରୁଥିବାର କହିଛନ୍ତି ଅଜିତ ।

ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ସସପେଣ୍ଡ କରାଯିବା ଠିକ୍ ନୁହେଁ ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି। ସେ ଜଣେ ବରିଷ୍ଠ ନେତା, ବିଜେଡି ପାଇଁ ବହୁତ କାମ କରିଛନ୍ତି। ପ୍ରଫୁଲ୍ଲ ମଲ୍ଲିକଙ୍କୁ ବିଜେଡିରୁ ସସ୍ ପେଣ୍ଡ କରିବା ଭୁଲ୍ ନିଷ୍ପତ୍ତି ବୋଲି କହିଛନ୍ତି ଦେବାଶିଷ। ପାଦେ ଆଗକୁ ଯାଇ ବିଜେଡି ଉପସଭାପତି ପ୍ରତାପ ଜେନା ପ୍ରଫୁଲ୍ଲଙ୍କ ବିଷୟରେ ଦେଇଥିବା ମତାମତକୁ ସେ ନାପସନ୍ଦ କରିଛନ୍ତି । ସେ କହିଛନ୍ତି, ପ୍ରତାପ ଜାଣିନାହାନ୍ତି, ପ୍ରଫୁଲ୍ଲ ମଲ୍ଲିକ ଗୋଟିଏ ସ୍ୱାଧୀନତା ସଂଗ୍ରାମୀ ପରିବାରର ଦାୟାଦ । ପ୍ରଫୁଲ୍ଲ ମଲ୍ଲିକଙ୍କୁ ପ୍ରତାପ ଜେନା କହିଥିଲେ ଯେ, ପ୍ରଫୁଲ୍ଲ ମଲ୍ଲିକ ଏ ଶତାବ୍ଦୀର ସବୁଠୁ ସୁବିଧାବାଦୀ ରାଜନେତା । ଏହି ବୟାନ ପାଇଁ ପ୍ରତାପ ଅନୁତାପ କରିଥିବା କହିଛନ୍ତି ଦେବାଶିଷ ।

ଭାସ୍କର ରାଓଙ୍କ ଭଳି ଅବିଭକ୍ତ କୋରାପୁଟ ଜିଲ୍ଲାର ପୁରୁଖା ନେତା ବିଜେଡି ଛାଡି ଚାଲି ଯାଉଛନ୍ତି। ଏହା ଦଳକୁ ଅନେକ କ୍ଷତି ପହଞ୍ଚାଇବ ବୋଲି ଦେବାଶିଷ କହିଛନ୍ତି। .. ସେପଟେ ଦଳ ବିରୋଧରେ ବୟାନବାଜି ଠିକ୍ ନୁହେଁ, ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ। ଯିଏ ବିଶୃଙ୍ଖଳା କରିବ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ଅଧିକ ପଢ଼ନ୍ତୁ: ବିଧାନସଭାରେ ସାର ପାଇଁ ହଙ୍ଗାମା: ଆଲୋଚନା ପାଇଁ ରାଜିଥିଲେ ବାଚସ୍ପତି, ଷଣ୍ଢ ପୂରାଇଲା ବିଜେଡି

Scroll to Top