Red Fort Blast: କେଉଁଠି ମଣିଷର ହାତ ତ, କେଉଁଠି ଫୁସଫୁସ୍ ପଡ଼ିଛି; ଦିଲ୍ଲୀ ବିସ୍ଫୋରଣର ପ୍ରତ୍ୟକ୍ଷଦର୍ଶୀ କହିଲେ ଛାତିଥରା କାହାଣୀ  

red-fort-blast:-କେଉଁଠି-ମଣିଷର-ହାତ-ତ,-କେଉଁଠି-ଫୁସଫୁସ୍-ପଡ଼ିଛି;-ଦିଲ୍ଲୀ-ବିସ୍ଫୋରଣର-ପ୍ରତ୍ୟକ୍ଷଦର୍ଶୀ-କହିଲେ-ଛାତିଥରା-କାହାଣୀ- 

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ କାରରେ ଏକ ବଡ଼ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ୨୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀମାନେ ବିସ୍ଫୋରଣ ପରର ଭୟଙ୍କର ଦୃଶ୍ୟକୁ ଯେପରି ବର୍ଣ୍ଣନା କରିଛନ୍ତି, ତାହା ଶୁଣି ମନ ବିଚଳିତ ହୋଇଯିବ ।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ବିସ୍ଫୋରଣ ପରେ କେଉଁଠି ମଣିଷର ହାତ ପଡ଼ିଛି ତ, କେଉଁଠି ଫୁସଫୁସ । କାରରେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଗାଡ଼ି ସହିତ ପାଖରେ ଠିଆ ହୋଇଥିବା ଲୋକଙ୍କ ଶରୀରର ଅଂଶ କିଛି ମିଟର ଦୂରରେ ଛିଟିକି ପଡ଼ିଥିଲା । ପୋଲିସ ଶରୀରର ଅଂଶଗୁଡ଼ିକୁ ପଲିଥିନରେ ପ୍ୟାକ୍ କରି ତଦନ୍ତ ପାଇଁ ପଠାଇଥିଲା । ରିପୋର୍ଟ ଅନୁସାରେ, ଘଟଣାସ୍ଥଳରେଟି ଗାଡ଼ି ଖଣ୍ଡ ଖଣ୍ଡ ହୋଇଯାଇଥିଲା । ବିସ୍ଫୋରଣଟି ଏକ ଇକୋ ଭ୍ୟାନରେ ହୋଇଥିବା ସନ୍ଦେହ କରାଯାଉଛି ।

#WATCH | Delhi: “I never heard such a loud explosion ever in my life. I fell three times due to the explosion. It felt as if we were all going to die…” said a local shopkeeper to ANI https://t.co/mNFJMPex0i pic.twitter.com/KQcbOYYNu6

— ANI (@ANI) November 10, 2025

#WATCH | Delhi: “I saw the flames from my house and then came down to see what had happened. There was a loud explosion. I live nearby,” said local resident Rajdhar Pandey pic.twitter.com/mPVLWdxLPP

— ANI (@ANI) November 10, 2025

ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ‘ମୁଁ ଦୋକାନରେ ବସିଥିଲି । ହଠାତ୍ ଏତେ ବଡ଼ ବିସ୍ଫୋରଣ ହେଲା ଯେ ମୁଁ ଚୌକିରୁ ତଳେ ପଡ଼ିଗଲି । ଜୀବନରେ ଏତେ ଭୟଙ୍କର ବିସ୍ଫୋରଣ କେବେ ଶୁଣି ନଥିଲି ।’ ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ ରାଜଧର ପାଣ୍ଡେ କହିଛନ୍ତି, ‘ମୁଁ ଘରେ ଥିଲେ । ବିସ୍ଫୋରଣ ଶବ୍ଦ ଶୁଣି ଛାତକୁ ଗଲି । ସେଠାରେ ଯାଇ ଦେଖିଲା ବେଳକୁ ନିଆଁର ହୁଳା ଆକାଶକୁ ଛୁଇଁଛି । ଏହା ଏତେ ଭୟଙ୍କର ଥିଲା ଯେ ଚାରିଆଡ଼ ସମସ୍ତେ ଦୌଡ଼ାଦୌଡ଼ି କରୁଥିଲେ ।’

ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ସୁରକ୍ଷା ଏଜେନ୍ସିଗୁଡ଼ିକର ନିଦ ହଜାଇ ଦେଇଛି । ଏହି ଘଟଣା ଲୋକାଲ୍ ବ୍ଲାଷ୍ଟ ନୁହେଁ ବୋଲି ପ୍ରାରମ୍ଭିକ ତଦନ୍ତରୁ ଅନୁମାନ କରାଯାଉଛି । ଦିଲ୍ଲୀ ସଂଲଗ୍ନ ଫରିଦାବାଦରେ ୨୯୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ମିଳିବା ହେବାର କିଛି ଘଣ୍ଟା ପରେ ଏହି ବିସ୍ଫୋରଣ ଘଟିଛି । ଆମୋନିୟମ୍ ନାଇଟ୍ରେଟ୍ ହେଉଛି ସମାନ ରସାୟନିକ ପଦାର୍ଥ ଯାହା ସାଧାରଣତଃ ବିସ୍ଫୋରକ ତିଆରି ପାଇଁ ବ୍ୟବହୃତ ହୁଏ।  ତଦନ୍ତରୁ ଜଣାପଡ଼ିଛି ଯେ ଆମୋନିୟମ୍ ନାଇଟ୍ରେଟ୍ ବିଭିନ୍ନ ସୁଟକେସ୍ ଏବଂ ପ୍ଲାଷ୍ଟିକ୍ ବ୍ୟାଗରେ ପ୍ୟାକ୍ କରାଯାଇଥିଲା ।

Scroll to Top