RCB vs DC: ଦିଲ୍ଲୀ ବୋଲରଙ୍କ ଶାଣିତ ବୋଲିଂ, ୨୦୦ ରନ ବି କରି ପାରିଲାନି ବେଙ୍ଗାଲୁରୁ, ଫିଲ୍ ସଲ୍ଟ ମାରିଲେ Fifty

rcb-vs-dc:-ଦିଲ୍ଲୀ-ବୋଲରଙ୍କ-ଶାଣିତ-ବୋଲିଂ,-୨୦୦-ରନ-ବି-କରି-ପାରିଲାନି-ବେଙ୍ଗାଲୁରୁ,-ଫିଲ୍-ସଲ୍ଟ-ମାରିଲେ-fifty

IPL 2026: ଶନିବାର ଆଇପିଏଲ୍ ୨୦୨୬ର ଡବଲ ହେଡର ମ୍ୟାଚ୍ ଖେଳା ଯାଉଛି। ପ୍ରଥମ ମ୍ୟାଚ୍ ଏନ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳା ଯାଉଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଆରସିବି ୮ ଓ୍ଵିକେଟ୍ ହରାଇ ୧୭୫ ରନ କରିଛି। ଦିଲ୍ଲୀ ବୋଲର ଶାଣିତ ବୋଲିଂ କରି ଡିଫେଣ୍ଡିଂ ଚାମ୍ପିଅନକୁ ୨୦୦ ରନ କରିବାକୁ ଦେଇ ନାହାନ୍ତି। ଖରାପ ଫର୍ମ ଦେଇ ଗତି କରୁଥିବା ଫିଲ ସଲ୍ଟ ୬୩ ରନର ଦମଦାର ଇନିଂସ ଖେଳିଛନ୍ତି। ଦିଲ୍ଲୀ ସାମ୍ନାରେ ରହିଛି ୧୭୬ ରନର ବିଜୟ ଲକ୍ଷ୍ୟ। ବୋଲିଂରେ ଅଧିନାୟକ ଅକ୍ଷର ପଟେଲ୍, କୁଲଦୀପ ଯାଦବ ଓ ଲୁଙ୍ଗି ଏନଗିଡି ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ବେଙ୍ଗାଲୁରୁକୁ ଦୁଇ ଓପନର ଫିଲ ସଲ୍ଟ ଓ ବିରାଟ କୋହଲି ୫୨ ରନ ଯୋଡ଼ି ଭଲ ଆରମ୍ଭ ଦେଇଥିଲେ। ବିରାଟ କୋହଲି ୧୯ ରନ କରି ଆଉଟ୍ ହୋଇଥିଲେ। ଆଜି ମଧ୍ୟକ୍ରମ ବ୍ୟାଟର ନିରାଶ କରିଥିଲେ। ଦେବଦତ୍ତ ପାଡିକଲ ୧୮ ରନ ଓ ଅଧିନାୟକ ରଜତ ପାଟିଦାର ୮ ରନ କରି ଆଉଟ୍ ହୋଇଥିଲେ। ଫିଲ ସଲ୍ଟ ଦମଦାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୩୮ ବଲରୁ ୪ ଚୌକା ଓ ୩ ଛକା ସହ ୬୩ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ଟିମ୍ ଡେଭିଡ୍ ୧୭ ବଲରୁ ୨୬ ରନ କରିଥିଲେ ହେଁ ଠିକଣା ସମୟରେ ଆଉଟ୍ ହେବା ବେଙ୍ଗାଲୁରୁ ବଡ଼ ଝଟକା ଲାଗିଥିଲା।

ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ପଡିବାରୁ ଆରସିବିର ରନ ଗତି ଧିମେଇ ଯାଇଥିଲା।ରୋମାରିଓ ଶେଫର୍ଡ(୧ ରନ) ନିରାଶ କରିଥିଲେ। ଶେଷ ଆଡ଼କୁ ଦିଲ୍ଲୀ ବୋଲର ଶାଣିତ ବୋଲିଂ କରି ଆରସିବି ବ୍ୟାଟରଙ୍କୁ ହାତ ଖୋଲିବାକୁ ଦେଇ ନ ଥିଲେ। ଫଳରେ ଆରସିବି ୮ ଓ୍ଵିକେଟ୍ ହରାଇ ୧୭୫ ରନ କରି ପାରିଛି। କୃଣାଲ ପାଣ୍ଡ୍ୟା ୧୨ ରନ କରିଥିବା ବେଳେ ଜିତେଶ ଶର୍ମା ୧୪ ରନ କରିଥିଲେ। ଦିଲ୍ଲୀ ସାମ୍ନାରେ ରହିଛି ୧୭୬ ରନର ବିଜୟ ଲକ୍ଷ୍ୟ।

ବୋଲିଂରେ ଦିଲ୍ଲୀ ପକ୍ଷରୁ କୁଲଦୀପ ଯାଦବ ୩୨ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ। ଅକ୍ଷର ପଟେଲ ଶାଣିତ ବୋଲିଂ କରି ୩ ଓଭରରେ କେବଳ ୧୮ ରନ ଦେଇ ୨ଟି ଓ୍ଵିକେଟ୍ ପାଇଥିଲେ। ଲୁଙ୍ଗି ଏନଗିଡି ୨ଟି ଏବଂ ମୁକେଶ କୁମାର ଗୋଟିଏ ଓ୍ଵିକେଟ୍ ନେଇଥିଲେ।

Scroll to Top