ଶୁକ୍ରବାର ଆରବିଆଇର ମନିଟାରି ପଲିସି କମିଟି ବୈଠକ ବସିଥିଲା । ଏଥିରେ ରେପୋରେ କୌଣସି ପରିବର୍ତ୍ତନ ନକରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବଭଳି ୫.୨୫ ବେସିସ୍ ପଏଣ୍ଟ୍ ରହିବ । ଅର୍ଥାତ ଲୋନ୍ କିମ୍ବା ଇଏମଆଇ ଉପରେ କୌଣସି ପ୍ରଭାବ ପଡିବ ନାହିଁ ।
Published By: Ankit M – Prameya-News7 Bureau | June 05, 2026 12:33 PM
NEWS7
ମୁମ୍ବାଇ,୦୫|୦୬ :ବଦଳିଲାନି ରେପୋ ରେଟ୍ । ଅପରିବର୍ତ୍ତିତ ରହିଲା ପୂର୍ବର ରେଟ୍ । ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ରେପୋ ରେଟ୍ ଜାରି କରାଯାଇଛି । ତେବେ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ଶୁକ୍ରବାର ଆରବିଆଇର ମନିଟାରି ପଲିସି କମିଟି ବୈଠକ ବସିଥିଲା । ଏଥିରେ ରେପୋରେ କୌଣସି ପରିବର୍ତ୍ତନ ନକରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବଭଳି ୫.୨୫ ବେସିସ୍ ପଏଣ୍ଟ୍ ରହିବ । ଅର୍ଥାତ ଲୋନ୍ କିମ୍ବା ଇଏମଆଇ ଉପରେ କୌଣସି ପ୍ରଭାବ ପଡିବ ନାହିଁ ।
ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି ଯେ, ବିଶ୍ୱ ବଜାରରେ ଅନିଶ୍ଚିତତା ଜାରି ରହିଛି । ଅନେକ କେନ୍ଦ୍ରୀୟ ବ୍ୟାଙ୍କ୍ ରେପୋ ରେଟ୍ ବୃଦ୍ଧି କରୁଛନ୍ତି ।ଏବେ ଭାରତରେ ଦରଦାମ ବୃଦ୍ଧି ନିୟନ୍ତ୍ରଣରେ ରହିଛି । ମହଙ୍ଗା ଦର ଆରବିଆଇର ସୀମା ମଧ୍ୟରେ ରହିଛି । ଏହା ୪ ପ୍ରତିଶତ ଆଖପାଖରେ ରହିଛି । ଅର୍ଥାତ ଦେଶ ଉପରେ ଦରଦାମ ବୃଦ୍ଧିର ବୋଝ ନାହିଁ ।ଭାରତର ଅର୍ଥବ୍ୟବସ୍ଥା ସୁଦୃଢ ରହିଛି ।
ଏହାପୂର୍ବରୁ ଆରବିଆଇ୨୦୨୫ ଫେବ୍ରୁଆରୀରୁ ଏବେସୁଦ୍ଧା ୧୨୫ ବେସିସ୍ ପଏଣ୍ଟ୍ ହ୍ରାସ କରିଛି । କିନ୍ତୁ ଗତ ମନିଟାରୀ ପଲିସିରେ କୌଣସି ପରିବର୍ତ୍ତନ ହୋଇନଥିଲା । ସେହିପରି ଭାରତରେ ଏପ୍ରିଲ ୨୦୨୬ରେ ଦରବୃଦ୍ଧି ହାର ୩.୪ ପ୍ରତିଶତ ରହିଛି । ଯାହା ଆରବିଆଇର ନିୟନ୍ତ୍ରଣରେ ଅଛି ।