Ration Card: ରାସନ କାର୍ଡରୁ ହଟିବେ କୋଟିଏରୁ ଉର୍ଦ୍ଧ୍ବ ଅଯୋଗ୍ୟ ହିତାଧିକାରୀ

ration-card:-ରାସନ-କାର୍ଡରୁ-ହଟିବେ-କୋଟିଏରୁ-ଉର୍ଦ୍ଧ୍ବ-ଅଯୋଗ୍ୟ-ହିତାଧିକାରୀ

ସେପ୍ଟେମ୍ବର ୩୦ ସୁଦ୍ଧା ଅଯୋଗ୍ୟ କାର୍ଡଧାରୀଙ୍କୁ ହଟାଯିବ। ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର।

ରାସନ କାର୍ଡରୁ ବାଦ ପଡିବେ ଅଯୋଗ୍ୟ ହିତାଧିକାରୀ। କଟା ହେବ ୧ କୋଟି ୧୭ ଲକ୍ଷ ନାଁ। ସେପ୍ଟେମ୍ବର ୩୦ ସୁଦ୍ଧା ହଟାଯିବ। କେନ୍ଦ୍ର ସରକାର ଏମିତି ପଦକ୍ଷେପ ନେଇ ରାସନ କାର୍ଡଧାରୀଙ୍କୁ ବ୍ୟାପକ ଭାବରେ ବାଦ ଦେବା ଆରମ୍ଭ କରିଛନ୍ତି। ପ୍ରଥମ ଥର ପାଇଁ, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ଯୋଗ୍ୟ ନ ଥିବା ରାସନ କାର୍ଡ ଧାରକଙ୍କ ତାଲିକା ପ୍ରସ୍ତୁତ କରିଛି।

ଏହି ତାଲିକାରେ ପ୍ରାୟ ୧ କୋଟି ୧୭ ଲକ୍ଷ ଲୋକଙ୍କୁ ସାମିଲ କରାଯାଇଛି। ଏହି ତାଲିକାରେ ଅଛନ୍ତି ଚାରି ଚକିଆ ଯାନବାହାନର ମାଲିକ, ଆୟକରଦାତା ଏବଂ କମ୍ପାନୀଗୁଡ଼ିକର ନିର୍ଦ୍ଦେଶକ। କେନ୍ଦ୍ର ସେପ୍ଟେମ୍ବର ୩୦ ସୁଦ୍ଧା ଏହି ଅଯୋଗ୍ୟ କାର୍ଡଧାରୀଙ୍କୁ ହଟାଇବା ପାଇଁ ରାଜ୍ୟଗୁଡ଼ିକୁ ଆବଶ୍ୟକୀୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି।

ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ବିଭିନ୍ନ ସରକାରୀ ତଥ୍ୟ ଆଧାର ସହିତ ରାସନ କାର୍ଡ ଧାରକଙ୍କ ବିବରଣୀକୁ ମେଳ କରି ଏହି ତାଲିକା ପ୍ରସ୍ତୁତ କରିଛି। ଏହି କ୍ରସ୍-ଭେରିଫିକେସନ୍‌ରୁ ଜଣାପଡିଛି ଯେ ୯୪.୭୧ ଲକ୍ଷ ରାସନ୍ କାର୍ଡଧାରୀ ଆୟକରଦାତା ଥିବାବେଳେ, ୧୭.୫୧ ଲକ୍ଷ ଚାରିଚକିଆ ଯାନର ମାଲିକ ଏବଂ ୫.୩୧ ଲକ୍ଷ ଲୋକ କମ୍ପାନୀଗୁଡ଼ିକରେ ନିର୍ଦ୍ଦେଶକ ଅଛନ୍ତି।

Also Read

ବିଭାଗୀୟ ରିପୋର୍ଟରୁ ଜଣାପଡିଛି ଯେ ଏହି ଅଯୋଗ୍ୟ ହିତାଧିକାରୀଙ୍କୁ କାଟିବା ପରେ ଅସହାୟ ଲୋକମାନେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଲାଭ ପାଇପାରିବେ।

ଏକ ରିପୋର୍ଟ ଅନୁସାରେ ଅଗଷ୍ଟ ୧୯ ସୁଦ୍ଧା, ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୭୬.୧୦ କୋଟି ହିତାଧିକାରୀଙ୍କୁ ୧୯.୧୭ କୋଟି ରାସନ କାର୍ଡ ପ୍ରଦାନ କରାଯାଇଛି।

ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା ଏକ ଚିଠି ମାଧ୍ୟମ କହିଛନ୍ତି ଯେ ରାସନ କାର୍ଡ ପରିଚାଳନା ପ୍ରଣାଳୀରେ ଡୁପ୍ଲିକେଟ୍, ମୃତ ଏବଂ ନିଷ୍କ୍ରିୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇସାରିଛି। ବର୍ତ୍ତମାନ ଅନ୍ୟ ମନ୍ତ୍ରଣାଳୟର ତଥ୍ୟ ସହିତ ମେଳ କରି ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଏହି ତାଲିକା ରାଜ୍ୟଗୁଡ଼ିକୁ ଦିଆଯିବ ବୋଲି ସେ କହିଛନ୍ତି।

ଓଟିଭି ହ୍ଵାଟ୍ସଅପ

Scroll to Top