ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କୁ ଅଣ୍ଡରଓ୍ବାଲ୍ଡରୁ ଆସିଛି ମେସେଜ୍। ଧମକ ଦେଲା ଦାଉଦ୍ ଇବ୍ରାହିମ। ୫ କୋଟି ଟଙ୍କା ନ ଦେଲେ ରିଙ୍କୁ ସିଂହଙ୍କୁ ହତ୍ୟା କରାଯିବ ବୋଲି ରିଙ୍କୁ ସିଂହଙ୍କୁ ଫୋନ କରି ଧମକ ଦିଆଯାଇଛି।
![]()
/odishatv-khabar/media/media_files/2025/10/10/rinku-singh-thraten-2025-10-10-14-04-50.jpg)
Rinku-Singh-Thraten Photograph: (OTV)
ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂହଙ୍କୁ ଅଣ୍ଡରୱାଲ୍ଡରୁ ଧମକ ମିଳିଥିବା ଜଣା ପଡ଼ିଛି। ମୋଷ୍ଟ ୱାଣ୍ଟେଡ ଦାଉଦ ଇବ୍ରାହିମର ଗ୍ୟାଙ୍ଗ୍ ଏହି ଧମକ ଦେଇଥିବା କଥା କହିଛି ମୁମ୍ବାଇ ପୋଲିସର କ୍ରାଇମ୍ ବ୍ରାଞ୍ଚ। ୫ କୋଟି ଟଙ୍କା ନ ଦେଲେ ରିଙ୍କୁ ସିଂହଙ୍କୁ ହତ୍ୟା କରାଯିବ ବୋଲି ଡି’ କମ୍ପାନୀ ପକ୍ଷରୁ ରିଙ୍କୁ ସିଂହଙ୍କୁ ଫୋନ କରି ଧମକ ଦିଆ ଯାଇଛି। ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତରୁ ଜଣାପଡ଼ିଛି ଯେ କୁଖ୍ୟାତ ଦାଉଦ ଇବ୍ରାହିମ ଗ୍ୟାଙ୍ଗ ବା ଡି’ କମ୍ପାନୀ ପକ୍ଷରୁ ରିଙ୍କୁ ସିଂହଙ୍କୁ ୩ ଥର ଟଙ୍କା ପାଇଁ ଧମକ ଦିଆଯାଇଛି। ଫେବୃଆରୀରୁ ଏପ୍ରିଲ ୨୦୨୫ ମଧ୍ୟରେ ୫ କୋଟି ଟଙ୍କା ପାଇଁ ରିଙ୍କୁ ସିଂହଙ୍କୁ ଧମକ ମିଳିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ରିଙ୍କୁଙ୍କୁ ଟଙ୍କା ପାଇଁ ଧମକ ମିଳିବା ଘଟଣାରେ ପୁଲିସ୍ ୨ ଜଣଙ୍କୁ ଗିରଫ କରିଛି।
ମହମ୍ମଦ ଦିଲଶାଦ ଓ ମହମ୍ମଦ ନବୀଦଙ୍କୁ ପ୍ରଥମେ ୱେଷ୍ଟଇଣ୍ଡିଜରୁ ଗିରଫ କରାଯାଇଥିଲା। ଇଣ୍ଟରପୋଲ ସହାୟତାରେ ଏପରି ଗିରଫଦାରୀ କରାଯାଇଥିଲା। ଗିରଫ ପରେ ଅଗଷ୍ଟ ୧ରେ ଭାରତୀୟ ଅଧିକାରୀଙ୍କୁ ସେଠାକାର ପୁଲିସ୍ ଉଭୟଙ୍କୁ ହସ୍ତାନ୍ତର କରିଛି। ପୂର୍ବରୁ ଏହି ୨ ଜଣଙ୍କୁ ଦିବଂଗତ ବିଧାୟକ ବାବା ସିଦ୍ଦିକୀଙ୍କ ପୁଅ ଜୀଶାନ ସିଦ୍ଦିକୀଙ୍କୁ ୧୦ କୋଟି ଟଙ୍କାର ବଟି ମାଗିବା ଘଟଣାରେ ଗିରଫ କରା ଯାଇଥିଲା। ସେମାନଙ୍କୁ ଜେରା କରିବା ବେଳେ ଜଣେ ଅଭିଯୁକ୍ତ ପୁଲିସ୍ ଆଗରେ ରିଙ୍କୁ ସିଂହଙ୍କୁ ମଧ୍ୟ ଟଙ୍କା ଦେବାକୁ ଧମକ ଦେଇଥିବା ସ୍ୱୀକାର କରିଛି। ଏବେ ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।
ଟିମ୍ ଇଣ୍ଡିଆ ପାଇଁ ଖେଳିବା ଆରମ୍ଭ କରିଥିବା ରିଙ୍କୁ ସିଂଙ୍କୁ ଖୁବ ଅଳ୍ପ ସମୟ ହୋଇଛି। ତାଙ୍କ ପାଖରେ ବି ସେପରି ବିଶେଷ କୌଣସି ସମ୍ପତ୍ତି ମଧ୍ୟ ନାହିଁ। ତାଙ୍କ ପିଲା ଦିନ ମଧ୍ୟ ଅତ୍ୟନ୍ତ ଦାରିଦ୍ର୍ୟରେ ବିତିଥିଲା। ତଥାପି ରିଙ୍କୁ କାହିଁକି ଅଣ୍ଡରୱାର୍ଲ୍ଡର ରାଡାରରେ ଆସି ଯାଇଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।




