R

r

ଧାର ଟଙ୍କା କରିଦେଲା କୋଟିପତି । ହଜାରେ ଟଙ୍କାରୁ ୧୧ କୋଟିର ମାଲିକ । ପରିବା ଦୋକାନୀରୁ ରାତାରାତି କରୋଡପତି । ଯିଏ ଦିନେ ଗରିବ ଥିଲେ, ଟଙ୍କା ପାଇଁ ମୁଣ୍ଡ ଝାଳ ତୁଣ୍ଡରେ ମାରି ଦିନ ରାତି ପରିଶ୍ରମ କରୁଥିଲେ ।

author-image

Vegetable-Seller-Wins-11-Crore

Vegetable-Seller-Wins-11-Crore Photograph: (OTV)

ଧାର ଟଙ୍କା କରିଦେଲା କୋଟିପତି । ହଜାରେ ଟଙ୍କାରୁ ୧୧ କୋଟିର ମାଲିକ । ପରିବା ଦୋକାନୀରୁ ରାତାରାତି କରୋଡପତି । ଯିଏ ଦିନେ ଗରିବ ଥିଲେ, ଟଙ୍କା ପାଇଁ ମୁଣ୍ଡ ଝାଳ ତୁଣ୍ଡରେ ମାରି ଦିନ ରାତି ପରିଶ୍ରମ କରୁଥିଲେ । ତାଙ୍କର ଭାଗ୍ୟ ଏବେ ବଦଳିଯାଇଛି । ଅଭାବୀ ତାଙ୍କୁ ଠାରୁ ବହୁତ ଦୂରକୁ ଚାଲିଯାଇଛି । ରାଜସ୍ଥାନର କୋଟପୁଟଲିରେ ରହୁଥିବା ଅମିତ ଶେହେରା ଗତ କିଛି ଦିନ ତଳେ ତାଙ୍କ ବନ୍ଧୁଙ୍କ ଠାରୁ ହଜାରେ ଟଙ୍କା ଧାର ଆଣିଥିଲେ । ଯାହା ତାଙ୍କୁ ଆଜି କୋଟିପତି କରିଛି । ଅମିତ ଉଧାର ଟଙ୍କାରେ ଦୁଇଟି ଲଟେରୀ ଟିକେଟ୍ କିଣିଥିଲେ । ଗୋଟିଏ ତାଙ୍କ ନାଁରେ ଓ ଅନ୍ୟଟି ତାଙ୍କ ପତ୍ନୀଙ୍କ ନାଁରେ ।

ସେପଟେ ଲଟେରୀ ପାଇବା ପରେ ଅମିତ ଏତେ ଖୁସି ହୋଇଯାଇଛନ୍ତି ଯେ ସେ କହିଛନ୍ତି, ମୋର ଖୁସି ମୁଁ ବ୍ୟକ୍ତି କରିପାରୁନି । କେବଳ ଜିତିଥିବା ଟଙ୍କାକୁ ପିଲାଙ୍କ ଶିକ୍ଷା ସହ ଘର କରିବାରେ ଖର୍ଚ୍ଚ କରିବେ ବୋଲି କହିଛନ୍ତି ଅମିତ ।

ପଞ୍ଜାବ ସରକାରଙ୍କ ଦ୍ୱାରା ପରିଚାଳିତ ଦୀପାବଳି ବମ୍ପର ୨୦୨୫ ଲଟେରୀ ଟିକେଟ୍ ଆଣିଥିଲେ ଅମିତ । ଯେଉଁ ଟିକେଟ୍ ତାଙ୍କ ପରିବାରର ଗରିବୀକୁ ରାତାରାତି ଶେଷ କରିଦେଇଛି । ଲଟେରୀର ଭାଗ୍ୟଶାଳୀ ବିଜେତା ହୋଇଛନ୍ତି ଅମିତ । ନିଜ ନାଁରେ କିଣିଥିବା ଲଟେରୀ ଟିକେଟରୁ ୧୧କୋଟି ଟଙ୍କା ପୁରସ୍କାର ଓ ପତ୍ନୀଙ୍କ ନାଁରେ କିଣିଥିବା ଟିକେଟରୁ ୧ ହଜାର ଟଙ୍କା ପାଇଛନ୍ତି । ଏହାକୁ ପଞ୍ଜାବ ରାଜ୍ୟ ଲଟେରୀ ବିଭାଗର ଅଧିକାରୀ ମଧ୍ୟ ସ୍ପଷ୍ଟ କରିଛନ୍ତି । ଅମିତ ୧୧ କୋଟି ଟଙ୍କାର ପୁରସ୍କାର ପାଇଥିବା ଜଣେ ଅଧିକାରୀ କହିଛନ୍ତି  

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଯେତେବଡ଼ ପରିମାଣର ଅର୍ଥ ପୁରସ୍କାର ତିଲେ ମଧ୍ୟ ଲଟେରୀକୁ ଆମେ ଉତ୍ସାହିତ କରିପାରିବୁ ନାହିଁ । ଓଟିଭି ମଧ୍ୟ ଏହି ଖେଳରେ ଟଙ୍କା ନିବେଶ କରିବାକୁ ଉତ୍ସାହିତ କରେନାହିଁ । କିନ୍ତୁ ଅମିତ ଶେହେରାଙ୍କ ଏହି ୧୧ କୋଟି ଟଙ୍କା ଲଟେରୀ ଜିତିବା ଖବର ସାରା ଦେଶରେ ଏବେ ଚାର୍ଚ୍ଚାରେ ରହିଛି । 

Scroll to Top