R

r

ପୁଣି ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ, ପରୀକ୍ଷାର୍ଥୀ ଅସନ୍ତୋଷ। ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ ପାଇଁ ପ୍ରାୟ ଘଣ୍ଟାଏ ବିଳମ୍ବରେ ସେଣ୍ଟରକୁ ଗଲେ ଛାତ୍ରଛାତ୍ରୀ।

author-image

RI Exam

RI Exam Photograph: (OTV)

ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ । ଭୁବନେଶ୍ବର ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର, ପଟିଆ, ନୟାପଲ୍ଲୀ ଆଦି ସ୍ଥାନରେ ହୋଇଥିବା କେନ୍ଦ୍ରରେ ବଡ ବିଭ୍ରାଟ ଦେଖାଯାଇଛି। ସର୍ଭର ଡାଉନ ପାଇଁ ପ୍ରାୟ ଘଣ୍ଟାଏ ବିଳମ୍ବରେ ସେଣ୍ଟରକୁ ଯାଇଛନ୍ତି ଛାତ୍ରଛାତ୍ରୀ । ଏମିତିକି ବ୍ରହ୍ମପୁର, କାକଟପୁର ଘରୋଇ ପରୀକ୍ଷା ସେଣ୍ଟରରେ ସମସ୍ୟା ବି ଉପୁଜିଛି । 
ସକାଳ ୭ଟା ୩୦ରେ ପ୍ରବେଶ ସମୟ ଥିଲା ବେଳେ ୮ଟା ୪୫ରେ ଭିତରକୁ ଯାଇଛନ୍ତି । ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ ସମସ୍ୟା ଦେଖାଦେଇଥିବା ଅଭିଯୋଗ ଉଠିଛି । ତେବେ ଏନେଇ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଟିସିଏସର ପ୍ରତିକ୍ରିୟା ମିଳିପାରିନି ।

•    RI ପରୀକ୍ଷାରେ ବିଭ୍ରାଟ
•    ପୁଣି ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ, ପରୀକ୍ଷାର୍ଥୀ ଅସନ୍ତୋଷ
•    ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର, ପଟିଆ, ନୟାପଲ୍ଲୀ ଆଦି ସ୍ଥାନରେ ବିଭ୍ରାଟ
•    ସର୍ଭର ଡାଉନ ପାଇଁ ପ୍ରାୟ ଘଣ୍ଟାଏ ବିଳମ୍ବରେ ସେଣ୍ଟରକୁ ଗଲେ ଛାତ୍ରଛାତ୍ରୀ
•    ସକାଳ ୭.୩୦ରେ ପ୍ରବେଶ ସମୟ ଥିଲା, ୮.୪୫ରେ ଭିତରକୁ ଗଲେ
•    ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ ସମସ୍ୟା ଅଭିଯୋଗ
•    ବ୍ରହ୍ମପୁର, କାକଟପୁର ଘରୋଇ ପରୀକ୍ଷା ସେଣ୍ଟରରେ ସମସ୍ୟା

Scroll to Top