ଚାଲିଥାଏ ଭଦ୍ରକ କାଳୀପୂଜା । ଚରମ୍ପା ବଜାରରେ ପ୍ରତ୍ୟେକ ଦିନ ଦୂରାନ୍ତରୁ ଲକ୍ଷାଧିକ ଲୋକଙ୍କ ଭିଡ ଜମୁଥାଏ । ଆଉ ଏ ଗହଳି ଭିତରେ ଗତ ୨୭ ତାରିଖ ଦିନ ୧୧ଟା ବେଳେ ଚରମ୍ପା ବଜାରରେ ଥିବା SBI ATMକୁ ଟଙ୍କା ଉଠାଣ ପାଇଁ ଯାଇଥିଲେ ସନ୍ତୋଷ ।
/odishatv-khabar/media/media_files/2025/11/06/bhadrak-money-return-humanity-2025-11-06-15-05-36.jpg)
Bhadrak-Money-Return-Humanity Photograph: (OTV)
ସ୍ୱାର୍ଥପର ଦୁନିଆର ସଚ୍ଚୋଟ ମଣିଷ । ପାଇଥିବା ଟଙ୍କାକୁ ଫେରାଇଦେଲେ। ମଣିଷ ହେବ ତ ଏମିତି । ଆଜିର ସ୍ୱାର୍ଥପର ଦୁନିଆରେ ମାନବିକତାର ପରିଭାଷାକୁ ଭଲ କରି ବୁଝାଇ ଦେଇଛନ୍ତି ସନ୍ତୋଷ ବାରିକ୍ । ପେଶାରେ ଜଣେ ଗ୍ୟାରେଜ ମେକାନିକ୍ । କିନ୍ତୁ ଏମିତି ମହତ୍ କାମ କରିଛନ୍ତି ଯେ ପୋଲିସକୁ କରୁଛି ବାଃ ବାଃ ।
ଚାଲିଥାଏ ଭଦ୍ରକ କାଳୀପୂଜା । ଚରମ୍ପା ବଜାରରେ ପ୍ରତ୍ୟେକ ଦିନ ଦୂରାନ୍ତରୁ ଲକ୍ଷାଧିକ ଲୋକଙ୍କ ଭିଡ ଜମୁଥାଏ । ଆଉ ଏ ଗହଳି ଭିତରେ ଗତ ୨୭ ତାରିଖ ଦିନ ୧୧ଟା ବେଳେ ଚରମ୍ପା ବଜାରରେ ଥିବା SBI ATMକୁ ଟଙ୍କା ଉଠାଣ ପାଇଁ ଯାଇଥିଲେ ସନ୍ତୋଷ । ସେଠାରେ ଯାଇ ଦେଖନ୍ତି ATMରେ ପୂର୍ବରୁ କିଛି ଟଙ୍କା ବାହାରି ରହିଛି, ପାଖରେ କେହି କୁଆଡେ ନାହାନ୍ତି । ସନ୍ତୋଷ ଟଙ୍କା ଆଣି ଗଣନ୍ତି ସେଥିରେ ୯,୫୦୦ ଟଙ୍କା ଅଛି ।
ସନ୍ତୋଷ ଚାହିଁଥିଲେ ଏ ଟଙ୍କାକୁ ଖର୍ଚ୍ଚ କରିପାରିଥାନ୍ତେ, କେହି ଜାଣିପାରି ବି ନଥାନ୍ତେ । କିନ୍ତୁ ହାତମୁଠାରେ ହଜାର ହଜାର ଟଙ୍କା ପାଇ ବି ଲୋଭ କଲେନି ସନ୍ତୋଷ । ଏନେଇ ତୁରନ୍ତ ଭଦ୍ରକ ଟାଉନ ପୋଲିସକୁ ଖବର ଦେଇଥିଲେ । ଥାନା ଅଧିକାରୀ ସେଠି ପହଞ୍ଚି ସବୁ କଥା ବୁଝିଲେ ।
ଯାଞ୍ଚ କରୁ କରୁ ଜଣାପଡିଲା, ସେଦିନ ଠିକ୍ ସେହି ସମୟରେ ବଣିଆ ଅଞ୍ଚଳର ରୀନାରାଣୀ ସ୍ୱାଇଁ ନାମକ ଜଣେ ମହିଳାଙ୍କ ଏସବିଆଇ ଏଟିଏମରୁ ୯,୫୦୦ ଟଙ୍କା କଟିଯାଇଥିଲା । ଏନେଇ ୨୯ ତାରିଖ ଦିନ ମହିଳା ଟାଉନ ଥାନାରେ ଏତଲା ହୋଇଥିଲା । ସେ ଚରମ୍ପା କାଳୀପୂଜା ବୁଲିବାକୁ ଆସିଥିଲେ । ଚରମ୍ପା SBI ATMରୁ ଟଙ୍କା ଉଠାଇଥିଲେ, କିନ୍ତୁ ଟଙ୍କା ଵାହାରି ନଥିଲା। ପରେ ସେଠାରୁ ଯାଇ ବ୍ୟାଙ୍କରେ ଅଭିଯୋଗ କରିଥିଲେ । ହେଲେ ଆକାଉଣ୍ଟରୁ ଟଙ୍କା କଟିଯାଇଥିବା ନେଇ ଖବର ପାଇଥିଲେ ।
ଏବେ ନିଜର ହଜିଲା ଟଙ୍କାକୁ ଫେରି ପାଇବା ପରେ ମହିଳା ଜଣକ ଭାରି ଖୁସି । ଟାଉନ ଅଧିକାରୀ ସନ୍ତୋଷଙ୍କ ଜରିଆରେ ଭଦ୍ରକ ଏସପିଙ୍କ ଉପସ୍ଥିତରେ ମହିଳାଙ୍କୁ ତାଙ୍କ ଟଙ୍କା ଫେରାଇଛନ୍ତି । ଏସପି ମନୋଜ ରାଉତ ସନ୍ତୋଷ ବାରିକଙ୍କୁ ସାଧୁବାଦ ଜଣାଇବା ସହ ଉତ୍ତରୀୟ ପିନ୍ଧାଇ ସମ୍ବର୍ଦ୍ଧିତ କରିଛନ୍ତି ।




