R

r

ନଭେମ୍ବର ୧ରୁ ନୂଆ ନିୟମ ଲାଗୁ ହେବ। ଅନେକ କ୍ଷେତ୍ରରେ ହେବ ବଡ ପରିବର୍ତ୍ତନ। ଆଧାରଠୁ ବ୍ୟାଙ୍କ ଯାଏଁ ବଦଳିଯିବ ନିୟମ, ନ ଜାଣିଲେ ହଇରାଣରେ ପଡିବେ।

author-image

November1-rule-change-up

November1-rule-change-up Photograph: (OTV)

ଅକ୍ଟୋବର ୧ ତାରିଖ ବା ଆଜିଠୁ ସାରା ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମରେ ହେବାକୁ ଯାଉଛି ପରିବର୍ତ୍ତନ । ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମଠୁ ଆରମ୍ଭ କରି ଆଧାର କାର୍ଡ ଓ ବ୍ୟାଙ୍କ ସହ ଜଡିତ ଅନେକ ନିୟମ ବଦଳି ଯାଇଛି । ଯାହାକୁ ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ ।  
୧. ପ୍ରଥମେ କଥା ହେବା ବ୍ୟାଙ୍କିଙ୍ଗ୍ ନିୟମ ପରିବର୍ତ୍ତନ ସମ୍ପର୍କରେ । ରିପୋର୍ଟ ଅନୁସାରେ, ନଭେମ୍ବର ପହିଲାରୁ ବ୍ୟାଙ୍କ ଗ୍ରାହକ ଜଣେ ନୁହେଁ ଏଣିକି ୪ ଜଣଙ୍କୁ ନୋମିନି ରଖିପାରିବେ । ଗ୍ରାହକ କେଉଁ ନୋମିନିକୁ ସମ୍ପତ୍ତିର କେତେ ସେୟାର ଦେବାକୁ ଚାହାନ୍ତି ତା’ ବି ମେସନନ୍ କରିପାରିବେ । ଏଫଡି, ଆରଡି ଓ ଅନ୍ୟ ଡିପୋଜିଟଗୁଡିକ ପାଇଁ ବି ଲାଗୁ ହେବ ଏହି ନିୟମ । 
୨. ସେହିପରି ବ୍ୟାଙ୍କ ଲକର୍ ଏବଂ ସେଫ୍ କଷ୍ଟଡି ଆଇଟମ୍ ନିୟମରେ ପରିବର୍ତ୍ତନ ହେବ । ‌ଏଠି ବି ଗ୍ରାହକମାନେ ୪ ଜଣ ଯାଏଁ ନୋମିନି ରଖିପାରିବେ । 
୩. UIDAIରେ ଆଧାର କାର୍ଡ ଅପଡେଟ ପ୍ରକ୍ରିୟା ସରଳ ହେବ । ଆଧାର କାର୍ଡଧାରକଙ୍କ ନାମ, ଠିକଣା, ଜନ୍ମତିଥି ଓ ମୋବାଇଲ ନମ୍ବର ଭଳି ଜିନିଷ ଅପଡେଟ କରିବାକୁ ଆଉ ଆଧାର କେନ୍ଦ୍ର ଯିବାକୁ ପଡିବନି । ଅନଲାଇନରେ ହୋଇଯିବ ଏସବୁ କାମ । କେବଳ ବାୟୋମେଟ୍ରିକ ଫିଙ୍ଗରପ୍ରିଣ୍ଟ କିମ୍ବା ଆଖି ସ୍କାନ ପାଇଁ କେନ୍ଦ୍ରକୁ ଯିବାକୁ ହେବ । 
୪. ନଭେମ୍ବର ପହିଲାରୁ ସାରା ଦେଶରେ ଦୁଇ ଥାକିଆ ଜିଏସଟି ବ୍ୟବସ୍ଥାର ଆରମ୍ଭ ହେବ । ୧୨% ଓ ୨୮% ଜିଏସଟି ସ୍ଲାବ ହଟିବ ।  ବିଳାସପୂର୍ଣ୍ଣ ଓ ମାଦକଦ୍ରବ୍ୟ ଉପରେ ୪୦% ଜିଏସଟି ଲାଗୁ ହେବ । 
୫. ଯେଉଁ କେନ୍ଦ୍ରୀୟ କର୍ମଚାରୀମାନେ ନ୍ୟାସନାଲ ପେନସନ ସିଷ୍ଟମରୁ ୟୁନିଫାଏଡ ପେନସନ୍ ସ୍କିମ୍‌କୁ ଯିବାକୁ ଚାହୁଁଛନ୍ତି ସେମାନେ ନଭେମ୍ବର ୩୦ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ସାରିପାରିବେ ।
୬. ଆଜିଠୁ ଏଲପିଜି, ସିଏନଜି ଓ ପିଏନଜି ରେଟ୍‌ ବି ବଦଳିପାରେ । 
୭. ନଭେମ୍ବର ୧ରୁ SBI କ୍ରେଡିଟ କାର୍ଡ ଚାର୍ଜେସ୍ ବଦଳିଯିବ । ଅନସିକ୍ୱୋର୍ଡ କାର୍ଡରେ ୩.୭୫ ପ୍ରତିଶତ ଚାର୍ଜ ଲାଗିବ । ଥାର୍ଡ ପାର୍ଟି ଆପ୍ CRED କିମ୍ବା Mobikwik ଜରିଆରେ ସ୍କୁଲ ଫିସ୍ ଭଳି ଏଜୁକେସନ ରିଲିଟେଡ୍ ପେମେଣ୍ଟ କଲେ ୧ ପ୍ରତିଶତ ଏକ୍ସଟ୍ରା ଚାର୍ଜ ଦେବାକୁ ହେବ । ଏହିପରି ଅନେକ ନିୟମ ଆଜିଠୁ ପରିବର୍ତ୍ତନ ହେବାକୁ ଯାଉଛି ।

ଭିଡିଓ ଦେଖିବା ପାଇଁ କ୍ଲିକ୍ କରନ୍ତୁ:

Scroll to Top